ହ୍ୟାଟ୍ରିକ ବିଜୟ ସହ ମାଲେସିଆକୁ ହରାଇ ସେମିରେ ଭାରତ

ଅର୍ଗସ ବ୍ୟୁରୋ:ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ପୁରୁଷ ହକିରେ ଭାରତର ହ୍ୟାଟ୍ରିକ ବିଜୟ ସହ ମାଲେସିଆକୁ ହରାଇ ସେମିରେ ପ୍ରବେଶ କରିଛି ଭାରତ। ଡିଫେଣ୍ଡିଂ ଚାମ୍ପିୟନ ଭାରତ ୮-୧ରେ ମାଲେସିୟାକୁ ପରାସ୍ତ କରି ଅପରାଜୟ ରହିଥିଲା। ରାଉଣ୍ଡ ରବିନ ପଦ୍ଧତିରେ ଖେଳାଯାଉଥିବା ଏହି ୬ ଦଳୀୟ ପ୍ରତିଯୋଗିତାରେ ଭାରତ ୯ ପଏଣ୍ଟ୍ ପାଇ ପଏଣ୍ଟ୍ ସହ ତାଲିକାର ଶୀର୍ଷ ସ୍ଥାନରେ ରହିଛି। ପ୍ରତିଯୋଗିତାର ଅନୁସାରେ ଶୀର୍ଷ ୪ ଦଳ ସେମିଫାଇନାଲ୍ ଖେଳିବାର ହକ୍ଦାର ହେଉଥିବାରୁ ଭାରତ ପ୍ରଥମ ଦଳ ଭାବେ ସେମିଫାଇନାଲ୍ ଟିକେଟ ହାସଲ କରିଛି।
ଭାରତ ପକ୍ଷରୁ ରାଜ କୁମାର ପାଲ ହ୍ୟାଟ୍ରିକ ଗୋଲ ଦେଇଥିବା ବେଳେ ଅରାଇଜିତ ସିଂହ ହୁଣ୍ଡାଲ ୨ଟି, ଯୁଗରାଜ ସିଂହ, ହରମନପ୍ରୀତ ସିଂହ ଓ ଉତ୍ତମ ସିଂହ ଗୋଟିଏ ଲେଖାଏ ଗୋଲ କରିଛନ୍ତି।ଏହା ପୂର୍ବରୁ ଭାରତୀୟ ଦଳ ଆୟୋଜକ ଚୀନକୁ ୩-୦ ଏବଂ ଜାପାନକୁ ୫-୧ରେ ହରାଇଥିଲା। ଭାରତ ଶେଷ ଦୁଇ ଲିଗ୍ ମ୍ୟାଚ୍ରେ ଗୁରୁବାର କୋରିଆ ଏବଂ ଶନିବାର ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନକୁ ଭେଟିବ। ୬ଟି ଦଳକୁ ନେଇ ଖେଳା ଯାଉଥିବା ଟୁର୍ଣ୍ଣାମେଣ୍ଟର ସେମି ଫାଇନାଲ ୧୬ ଓ ଫାଇନାଲ ୧୭ ତାରିଖରେ ଖେଳାଯିବ