Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ଫାଇନାଲରେ ଭାରତ, 2019ର ବଦଲା 2023ରେ ନେଲା ଟିମ ଇଣ୍ଡିଆ

Smruti Parija
Browse all articles by Smruti Parija
·2 years ago·1 min read
ଫାଇନାଲରେ ଭାରତ, 2019ର ବଦଲା 2023ରେ ନେଲା ଟିମ ଇଣ୍ଡିଆ

ଅର୍ଗସ ବ୍ୟୁରୋ:  ଫାଇନାଲରେ ଭାରତ । ସେମିଫାଇନାଲରେ 70ରନରେ ନ୍ୟୁଜିଲ୍ୟାଣ୍ଡକୁ ହରାଇଲା ଟିମ ଇଣ୍ଡିଆ । 2019ର ବଦଲା 2023ରେ ନେଲା ଟିମ ଇଣ୍ଡିଆ । ମୁମ୍ବାଇରେ ସଂଘର୍ଷପୂର୍ଣ୍ଣ ମ୍ୟାଚ୍ ରେ 327 ରନରେ ନ୍ୟୁଜିଲ୍ୟାଣ୍ଡ ଅଲଆଉଟ୍ ହୋଇଛି । ମହମ୍ମଦ ସାମିଙ୍କୁ ସର୍ବାଧିକ 7 ୱିକେଟ ମିଳିଛି ।

ମ୍ୟାଚରେ ଭାରତର ସବୁ ବଡ଼ ବ୍ୟାଟସମ୍ୟାନ୍ କରିଥିଲେ ଦମଦାର ପ୍ରଦର୍ଶନ। ରୋହିତ ଶର୍ମା ଆରମ୍ଭ କରିଥିବା ବିସ୍ଫୋରଣରେ ତାଳ ମେଳାଇଥିଲେ ଶୁଭମନ ଗିଲ୍, ବିରାଟ କୋହଲି, ଶ୍ରେୟାସ ଆୟର ଓ କେ ଏଲ୍ ରାହୁଲ ।

 ଆଉ ନ୍ୟୁଜିଲାଣ୍ଡ ଆଗରେ 398 ରନର ବିଶାଳ ଲକ୍ଷ୍ୟ ରଖିଥିଲା ଭାରତ । ୱାଂଖଡେରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ଭାରତ । ବିସ୍ଫୋରଣ ବ୍ୟାଟିଂ କରି ପ୍ରଥମରୁ ଉଦ୍ଦେଶ୍ୟ ସ୍ପଷ୍ଟ କରିଥିଲେ କ୍ୟାପଟେନ୍ ରୋହିତ । ବଡ଼ ସ୍କୋର ପାଇଁ ଭିତ୍ତି ପକାଇଥିଲେ । 29 ବଲରୁ 4 ଟୌକା ଓ 4 ଛକ୍କା ବଳରେ 47 ରନ୍ କରି ଆଉଟ୍ ହୋଇଥିଲେ । ତାଙ୍କ ପରେ ଶୁଭମନ ଖେଳିଥିଲେ ଦମଦାର ଇନିଂସ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଶୁଭମନ 65 ରନ୍ କରି ରିଟାୟାର୍ଡ ହର୍ଟ ହେବା ପରେ ଶ୍ରେୟାସ ଓ ବିରାଟ କରିଥିଲେ ବିସ୍ଫୋରଣ । ଦୁହେଁ ଶତକ ହାସଲ କରିବା ସହ ଭାରତକୁ ବିଶାଳ ସ୍କୋର ଅଭିମୁଖେ ନେଇଥିଲେ । ଶେଷ ଭାଗରେ ରାହୁଲ 20 ବଲରୁ ଦ୍ରୁତ 39 ରନ୍ କରିବାରୁ ଭାରତ 4 ୱିକେଟ୍ ହରାଇ 397 ରନର ବିଶାଳ ସ୍କୋର କରିଥିଲା ।

ସଚିନଙ୍କ ରେକର୍ଡ ଭାଙ୍ଗିଲେ କୋହଲି
 

Sponsored
India beat New Zealand by 70 runs, enter World Cup final | Argus News