Videos
|
Sports

U19 Asia Cup Final / ଏସିଆ କପ୍‌ରେ ଭାରତର ରୋମାଞ୍ଚକର ବିଜୟ; ଶେଷ ବଲ୍‌ରେ ଛଡ଼ାଇ ଆଣିଲେ ଟାଇଟଲ୍

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ଏସିଆ କପ୍‌ରେ ଭାରତର ରୋମାଞ୍ଚକର ବିଜୟ; ଶେଷ ବଲ୍‌ରେ ଛଡ଼ାଇ ଆଣିଲେ ଟାଇଟଲ୍
Mohit Ulva Stars as India Win U19 Asia Cup Against Pakistan

Key Points

ଶେଷ ବଲ୍‌ରେ U-19 ଏସିଆ କପ୍ ଚାମ୍ପିଅନ୍ ହେଲା ଭାରତ
ଗୋଟିଏ ୱିକେଟ୍‌ରେ ପାକିସ୍ତାନକୁ ହରାଇ ଏସିଆ କପ୍ ଚାମ୍ପିଅନ୍
ପାକିସ୍ତାନକ ଠାରୁ ମ୍ୟାଚ୍ ଛଡ଼ାଇ ଆଣିଲେ ମନଲ ଓ ମୋହିତ
ଭାରତକୁ ପାକିସ୍ତାନ ଦେଇଥିଲା ୩୩୮ ରନ୍‌ର ଟାର୍ଗେଟ୍
ନୂଆଦିଲ୍ଲୀ: ଶେଷ ବଲ୍, ଅନ୍ତିମ ୱିକେଟ, ଭାରତ ଜିତିଲା ଟାଇଟଲ୍ । ଧୂଳି ଚାଟିଲା ପାକିସ୍ତାନ । ଏଲ୍ ଆମିରାତରେ ଅଣ୍ଡର-୧୯ ଏସିଆ କପ୍‌ର ଫାଇନାଲ୍ ମୁକାବିଲାରେ ଭାରତ ଦମ୍‌ଦାର ବିଜୟ ହାସଲ କରିଛି । ଶେଷ ବଲ୍‌ରେ ଭାରତ, ପାକିସ୍ତାନକୁ ଗୋଟିଏ ୱିକେଟ୍‌ରେ ହରାଇ U-19 ଏସିଆ କପ୍ ଚାମ୍ପିଅନ୍ ହୋଇଛି । ଭାରତକୁ ପରାଜୟ ଦ୍ଵାରରୁ ବଞ୍ଚାଇ ଟ୍ରଫି ଭେଟି ଦେଇଛନ୍ତି ମନଲ ଚୌହାନ ଓ ମୋହିତ ଉଲଭା ।



U-19 ଏସିଆ କପ୍ ଫାଇନାଲ୍‌ରେ ପ୍ରଥମେ ପାକିସ୍ତାନ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭର୍‌ରେ ୯ ୱିକେଟ୍ ହରାଇ ୩୩୭ ରନ୍ କରିଥିଲା । ଭାରତ ୩୩୮ ରନ୍‌ର ପିଛା କରି ୩୬ ଓଭର୍ ସୁଦ୍ଧା ୨୧୭ ରନ୍ କରି ୫ ୱିକେଟ୍ ହରାଇଥିଲା । ଏହାପରେ ଦଳୀୟ ସ୍କୋର୍ ୨୫୨ ରନ୍ ବେଳକୁ ଦଳ ୮ଟି ୱିକେଟ୍ ହରାଇଥିଲା । ଯାହାପରେ ମନଲ ଚୌହାନ ଓ ମୋହିତ ଉଲଭା ଦମ୍‌ଦାର ବ୍ଯାଟିଂ କରି ଭାରତକୁ ଚାମ୍ପିଅନ୍ କରାଇଛନ୍ତି ।

ମୋହିତଙ୍କ ଚଉକାରେ ଭାରତ ଚାମ୍ପିଅନ୍

ଶେଷ ବଲ୍‌ରେ ମୋହିତ ଉଲଭା ଏକ ଆକର୍ଷଣୀୟ ଓ ମନଲୋଭା ଚଉକା ମାରି ଭାରତକୁ ବିଜୟ ଭେଟି ଦେଇଛନ୍ତି । ମୋହିତ ଉଲଭାଙ୍କୁ ପ୍ଳେୟାର୍ ଅଫ୍ ଦି ଆୱାର୍ଡ ମିଳିଛି । ବିଜୟ ପରେ ମୋହିତ ଉଲଭା କହିଛନ୍ତି, "ଶେଷ ଓଭର୍ ପର୍ଯ୍ୟନ୍ତ ଭଗବାନଙ୍କ ଉପରେ ଭରସା ଥିଲା, ମୋର ଉପରେ ମଧ୍ୟ ଅଲରାଉଣ୍ଡର ଭାବେ ଭରସା ରଖିଥିଲି । ମୋତେ ମନଲଙ୍କ ସମର୍ଥନ ମିଳିବାରୁ ଏହା ସମ୍ଭବ ହୋଇ ପାରିଛି ।"

ଭାରତ ପକ୍ଷରୁ ଅଧିନାୟକ ଲକ୍ଷ୍ୟ ରାୟଚନ୍ଦାନୀ ୧୦୧ ବଲ୍‌ରେ ୮୦ ରନ୍ କରିଥିବା ବେଳେ ଆର୍ଯ୍ୟବୀର ସେହୱାଗ ୬୧ ବଲ୍‌ରେ ୫୮ ରନ୍, ଭିକେ ଭିନୀଥ ୨୧ ବଲ୍‌ରେ ୨୪ ରନ୍, ମନଲ ଚୌହାନ ୩୨ ବଲ୍‌ରେ ୪୭ ରନ୍, ମୋହିତ ଉଲଭା ୨୬ ବଲ୍‌ରେ ଅପରାଜିତ ୨୬ ରନ୍ କରିଛନ୍ତି ।

ସେହିଭଳି ବୋଲିଂରେ କାବ୍ୟ ପରେଶ ପଟେଲ ସର୍ବାଧିକ ୪ ୱିକେଟ୍ ନେଇଥିବା ବେଳେ ଚିଗୁରୁପଟି ଭେଙ୍କଟା ୩ଟି ୱିକେଟ୍ ଏବଂ ଅର୍ଜୁନ ରାଜପୁତଙ୍କୁ ଗୋଟିଏ ସଫଳତା ମିଳିଛି । ପାକିସ୍ତାନ ପକ୍ଷରୁ ଉସମାନ ଖାନ ୧୧୧ ବଲ୍‌ରେ ସର୍ବାଧିକ ୧୧୧ ରନ୍ ସ୍କୋର୍ କରିଥିବା ବେଲେ ଅବ୍ଦୁଲ କ୍ଵାଦିର ୮୦ ରନ୍, ଅଧିନାୟକ ଫରହାନ ୟୁସଫ ୬୩ ରନ୍ ସ୍କୋର୍ କରିଛନ୍ତି ।

ଦଳୀୟ ସ୍କୋର୍

ପାକିସ୍ତାନ: ୩୩୭/୯
ଭାରତ: ୩୩୯/୯
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: