Videos
|
Sports

୭ ୱିକେଟରେ ବିଜୟୀ ହେଲେ ସୁରିୟା ସ୍କାର୍ଡ

Banajyotshna Ray
Browse all articles by Banajyotshna Ray
·2 years ago·1 min read
୭ ୱିକେଟରେ ବିଜୟୀ ହେଲେ ସୁରିୟା ସ୍କାର୍ଡ

ଅର୍ଗସ ବ୍ୟୁରୋ:  ସିଂହଳି ମାଟିରେ ଶ୍ରୀଲଙ୍କା ବିପକ୍ଷ ଟିଟ୍ୱେଣ୍ଟି ସିରିଜ୍ ଜିତିଲା ଟିମ୍ ଇଣ୍ଡିଆ। 7 ୱିକେଟରେ ବିଜୟୀ ହେଲେ ସୁରିୟା ସ୍କାର୍ଡ। ଶ୍ରୀଲଙ୍କା ବିପକ୍ଷରେ ଟି-ଟ୍ବେଣ୍ଟି ସିରିଜର ଦ୍ୱିତୀୟ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି 161 ରନ ହାସଲ କରିଥିଲା ଶ୍ରୀଲଙ୍କା ଦଳ। ଏହା ପରେ ଭାରତର ଖେଳ ଆରମ୍ଭ ହେବା ସମୟରେ ବର୍ଷା ସାଜିଥିଲା ବାଧକ। ଏଥି ଲାଗି DLS ନିୟମରେ ଭାରତ ଆଗରେ 8 ଓଭରରେ 78 ରନର ଟାର୍ଗେଟ୍ ରହିଥିଲା।

ଯାହାକୁ ସୂରିୟା ସ୍କ୍ୱାର୍ଡ 6 ଓଭରରେ ହାସଲ କରି ନେଇଥିଲେ। 15 ବଲରେ 30 ରନ କରି ଟିମ୍ ଇଣ୍ଡିଆର ମନୋବଳ ବଢ଼ାଇତିଲେ ଯଶଶ୍ବୀ ଜୟସୱାଲ। ସୂର୍ଯ୍ୟକୁମାର ଯାଦବଙ୍କ 12 ବଲରେ 26 ରନ ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ 9 ବଲରେ ଧମାକେଦାର 22 ରନ ଦଳକୁ ମ୍ୟାଚ ଜିତିବାରେ ସହାୟକ ହୋଇଥିଲା। ତେବେ ରବି ବିଷ୍ଣୋଇ ଏହି ମ୍ୟାଚରେ ତିନି ୱିକେଟ ନେଇ ସବୁଠୁ ଅଧିକ ୱିକେଟ ଟେକର ଭାବେ ମ୍ୟାନ୍ ଅଫ୍ ଦି ମ୍ୟାଚ ବନିଛନ୍ତି।

ଅଧିକ ପଢ଼ନ୍ତୁ ଖେଳ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
India beat SL by 7 wickets, win series 2-0 | Argus News