Videos
|
Sports

ପାକିସ୍ତାନ ବିପକ୍ଷରେ ଖେଳିବାକୁ ମନା କରିଛି ଭାରତ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ପାକିସ୍ତାନ ବିପକ୍ଷରେ ଖେଳିବାକୁ ମନା କରିଛି ଭାରତ

Key Points

ଡବ୍ଲ୍ୟୁସିଏଲ ସେମିଫାଇନାଲ ଖେଳିବ ନାହିଁ ଭାରତ
ୱାର୍ଲଡ୍ ଚାମ୍ପିଅନଶିପ ଅଫ୍ ଲିଜେଣ୍ଡ୍ସ ସେମିଫାଇନାଲ
ପାକିସ୍ତାନ ବିପକ୍ଷରେ ଖେଳିବାକୁ ମନା କରିଛି ଭାରତ
ଆଜି ଏହି ଲିଗ୍‌ର ସେମିଫାଇନାଲ୍ ମ୍ୟାଚ୍ ଖେଳାଯିବ
ଇଣ୍ଡିଆ ଚାମ୍ପିଅନ୍ ସେମିଫାଇନାଲରେ ଖେଳିବାକୁ ମନା କରିଛି
 

ୱାର୍ଲଡ୍ ଚାମ୍ପିଅନସିପ ଅଫ୍ ଲିଜେଣ୍ଡ ସେମିଫାଇନାଲରେ ପାକିସ୍ତାନ ବିପକ୍ଷରେ ଖେଳିବାକୁ ମନା କରିଛି ଭାରତ । ଇଂଲଣ୍ଡରେ ଖେଳାଯାଉଥିବା ୱାର୍ଲଡ ଚାମ୍ପିଅନସିପ୍ ଅଫ୍ ଲିଜେଣ୍ଡସ ୨୦୨୫ ଏବେ ଖୁବ ଚର୍ଚ୍ଚାରେ ରହିଛି । ଏହି ଲିଗରେ ୬ ଦେଶର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇ ସାରିଥିବା ପୂର୍ବତନ ଖେଳାଳି ଏଥିରେ ଅଂଶଗ୍ରହଣ କରିଛନ୍ତି । ଆଜି ଏହି ଲିଗ୍‌ର ସେମିଫାଇନାଲ୍ ମ୍ୟାଚ୍ ଖେଳାଯିବ । ପ୍ରଥମ ସେମିଫାଇନାଲ୍ ମ୍ୟାଚ୍ ଇଣ୍ଡିଆ ଚାମ୍ପିଅନ୍ ଓ ପାକିସ୍ତାନ ଚାମ୍ପିଅନ୍ ଟିମ୍ ମଧ୍ୟରେ ଖେଳାଯିବା ନେଇ ଧାର୍ଯ୍ୟ ହୋଇଛି ।


କିନ୍ତୁ ଇଣ୍ଡିଆ ଚାମ୍ପିଅନ୍ ଆଜି ହେବାକୁ ଥିବା ୱାର୍ଲଡ୍ ଚାମ୍ପିଅନଶିପ ଅଫ୍ ଲିଜେଣ୍ଡ୍ସ ସେମିଫାଇନାଲରେ ପାକିସ୍ତାନ ବିପକ୍ଷରେ ଖେଳିବାକୁ ମନା କରିଛି । ଭାରତୀୟ ଖେଳାଳି ନିଜର ଚିର ପ୍ରତିଦ୍ୱନ୍ଦ୍ୱୀଙ୍କ କୌଣସି କୌଣସି ମ୍ୟାଚ୍ ନଖେଳିବା ନେଇ ନୀତିକୁ ବଜାୟ ରଖିଛି । ଏହି ନିଷ୍ପତ୍ତି ଲିଗ୍ ପର୍ଯ୍ୟାୟ ମ୍ୟାଚ୍ ଉପରେ ନିଆଯାଇଛି । ଭାରତୀୟ ଖେଳାଳି ଓ ଟୁର୍ଣ୍ଣାମେଣ୍ଟର ମୁଖ୍ୟ ପ୍ରାୟୋଜକ ପାକିସ୍ତାନ ବିପକ୍ଷରେ ଖେଳିବା ଉପରେ ଆପତ୍ତି ଉଠାଇଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
india-champions-pull-out-of-wcl-semi-final-against-pakistan-champions | Argus News