Videos
|
Sports

Cricket Latest Update / ଜିମ୍ବାୱେକୁ ୩-୦ରେ କ୍ଲିନ୍ ସ୍ୱିପ୍ କଲା ଟିମ୍ ଇଣ୍ଡିଆ: ବୈଭବଙ୍କ ବିସ୍ଫୋରକ ୮୧, ମୟଙ୍କଙ୍କ ଘାତକ ବୋଲିଂରେ ଜବରଦସ୍ତ ବିଜୟ

Ritu Das
Browse all articles by Ritu Das
·2 weeks ago·2 min read
ଜିମ୍ବାୱେକୁ ୩-୦ରେ କ୍ଲିନ୍ ସ୍ୱିପ୍ କଲା ଟିମ୍ ଇଣ୍ଡିଆ: ବୈଭବଙ୍କ ବିସ୍ଫୋରକ ୮୧, ମୟଙ୍କଙ୍କ ଘାତକ ବୋଲିଂରେ ଜବରଦସ୍ତ ବିଜୟ
Cricket

Key Points

ହରାରେରେ ଖେଳାଯାଇଥିବା ତୃତୀୟ ତଥା ଅନ୍ତିମ ଟି-୨୦ ମ୍ୟାଚରେ ଜିମ୍ବାଓ୍ବେକୁ ପରାସ୍ତ କରି ଭାରତ ଜବରଦସ୍ତ ବିଜୟ ହାସଲ କରିଛି। 
ହରାରେରେ ଖେଳାଯାଇଥିବା ତୃତୀୟ ତଥା ଅନ୍ତିମ ଟି-୨୦ ମ୍ୟାଚରେ ଜିମ୍ବାଓ୍ବେକୁ ପରାସ୍ତ କରି ଭାରତୀୟ କ୍ରିକେଟ୍ ଦଳ ବିଜୟର ହ୍ୟାଟ୍ରିକ୍ ହାସଲ କରିବା ସହ ସିରିଜକୁ କ୍ଲିନ୍ ସ୍ୱିପ୍ କରିଛି। ଲକ୍ଷ୍ମଣଙ୍କ ନେତୃତ୍ବରେ ଇଣ୍ଡିଆ ସିରିଜ ଜିତିଯାଇଛି। ପୂର୍ବରୁ ଇଂଲଣ୍ଡ ଓ ଆୟରଲ୍ୟାଣ୍ଡ ବିପକ୍ଷ ସିରିଜ୍ ହରାଇବା ପରେ ଟିମ୍ ଇଣ୍ଡିଆ ପାଇଁ ଏହା ଏକ ଦମଦାର ପ୍ରତ୍ୟାବର୍ତ୍ତନ ସାବ୍ୟସ୍ତ ହୋଇଛି। ପ୍ରଥମେ ବ୍ୟାଟିଂ କରିଥିବା ଭାରତ ବୈଭବ ସୂର୍ଯ୍ୟବଂଶୀଙ୍କ ୮୧ ରନ ବଳରେ ୫ ଓ୍ଵିକେଟ୍ ହରାଇ ୧୯୨ ରନ କରିଥିଲା। ଜବାବରେ ଘରୋଇ ଜିମ୍ବାଓ୍ଵେ ଓ୍ଵିକେଟ୍ ବିନିମୟରେ ୧୫୭ ରନ କରିବାକୁ ସକ୍ଷମ ହୋଇଥିଲା। ସିରିଜରେ ଦମଦାର ପ୍ରଦର୍ଶନ କରିଥିବା ବୈଭବ ସୂର୍ଯ୍ୟବଂଶୀ ପ୍ଲେୟାର ଦ ସିରିଜ୍ ହେବା ସହ ଆଜିର ମ୍ୟାଚ୍ ପାଇଁ ପ୍ଲେୟାର ଅଫ ଦ ମ୍ୟାଚ୍ ପୁରସ୍କାର ପାଇଛନ୍ତି।

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳର ଆରମ୍ଭ ଭଲ ନଥିଲା ଏବଂ ଅଭିଷେକ ଶର୍ମା (୨) ଦ୍ୱିତୀୟ ଓଭରରେ ଆଉଟ୍ ହୋଇଥିଲେ। ଏହାପରେ ଇଶାନ କିଷାନ (୨୯) ଏବଂ ବୈଭବ ସୂର୍ଯ୍ୟବଂଶୀ ଦ୍ୱିତୀୟ ୱିକେଟ୍ ପାଇଁ ୭୫ ରନ୍ର ଗୁରୁତ୍ୱପୂର୍ଣ୍ଣ ଭାଗୀଦାରୀ ଗଢ଼ିଥିଲେ। ବୈଭବ ମାତ୍ର ୪୯ ବଲରୁ ୮ଟି ଚୌକା ଓ ୪ଟି ଛକା ସହାୟତାରେ ୮୧ ରନର ବିସ୍ଫୋରକ ଇନିଂସ ଖେଳିଥିଲେ। ଶେଷ ଆଡ଼କୁ ଅଧିନାୟକ ଶ୍ରେୟସ ଆୟର (୨୭) ଓ ରିଙ୍କୁ ସିଂ (୨୫)ଙ୍କ ଦ୍ରୁତ ବ୍ୟାଟିଂ ବଳରେ ଭାରତ ୨୦ ଓଭରରେ ୫ ୱିକେଟ୍ ହରାଇ ୧୯୨ ରନର ବିଶାଳ ସ୍କୋର କରିଥିଲା।

୧୯୩ ରନର ବିଜୟ ଲକ୍ଷ୍ୟ ନେଇ ପିଛା କରିଥିବା ଜିମ୍ବାଓ୍ବେ ଦଳ ଆରମ୍ଭରୁ ହିଁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ବ୍ରାଏନ୍ ବେନେଟ୍ ଖାତା ଖୋଲିବା ଆଗରୁ ପେଭିଲିୟନ୍ ଫେରିଥିବା ବେଳେ ୟଶ ଠାକୁର ଗୋଟିଏ ଓଭରରେ ଡିଓନ୍ ମେୟର୍ସ (୧୯) ଏବଂ ଅଧିନାୟକ ସିକନ୍ଦର ରଜା (୦)ଙ୍କୁ ଆଉଟ୍ କରି ଜିମ୍ବାଓ୍ଵେକୁ ବ୍ୟାକଫୁଟକୁ ଠେଲି ଦେଇଥିଲେ।

ଜିମ୍ବାଓ୍ଵେ ପକ୍ଷରୁ ରାୟନ୍ ବର୍ଲ ଅପରାଜିତ ୫୪ ରନର ଲଢୁଆ ଇନିଂସ ଖେଳିବା ସହ ୱେସ୍ଲି ମଧେଭେରେ (୨୮)ଙ୍କ ସହ ମିଶି ୬୦ ରନ୍ ଯୋଡ଼ିଥିଲେ ହେଁ ଭାରତୀୟ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ଆଗରେ ତାହା ଯଥେଷ୍ଟ ହୋଇନଥିଲା। ମୟଙ୍କ ଯାଦବ ୩ଟି ୱିକେଟ୍ ନେଇ ଜିମ୍ବାବ୍ୱେର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗି ଦେଇଥିଲେ। ନିର୍ଦ୍ଧାରିତ ୨୦ ଓଭରରେ ଜିମ୍ବାଓ୍ବେ ଦଳ ୭ ୱିକେଟ୍ ହରାଇ ୧୫୬ ରନ୍ କରିବାକୁ ସକ୍ଷମ ହୋଇଥିଲା, ଯାହା ଫଳରେ ଭାରତ ଏହି ମ୍ୟାଚକୁ ଦମଦାର ଭାବେ ଜିତି ସିରିଜ୍ ନିଜ ନାମରେ କରିଛି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
India Clean Sweeps Zimbabwe Vaibhav Stars Mayank Shines In Final T20 Series | Argus News