ସିରିଜ୍ କ୍ଲିନ୍ ସୁଇପ କଲା ଇଣ୍ଡିଆ
·1 year ago·1 min read

୧୪୨ ରନରେ ଜିତିଲା ଭାରତ। ଅହମ୍ମଦାବାଦ ମ୍ୟାଚ ଜିତି ସିରିଜ କ୍ଲିନ୍ ସୁଇପ କରିଛି ଭାରତ। ମାତ୍ର ୩୨ ଓଭର ୨ ବଲରେ ଇଂଲଣ୍ଡକୁ ଅଲ ଆଉଟ୍ କରିଛି ଟିମ୍ ଇଣ୍ଡିଆ। ଭାରତ ୩୫୭ ରନର ଟାର୍ଗେଟ ଦେଇଥିବା ବେଳେ ଇଂଲଣ୍ଡ ଟିମ୍ ୩୪ ଓଭର ଦୁଇ ବଲରେ ତାର ସମସ୍ତ ଓ୍ବିକେଟ ହରାଇ ମାତ୍ର ୨୧୪ ରନ୍ କରିବାକୁ ସକ୍ଷମ ହୋଇଥିଲା।
ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଟିମ ଇଂଣ୍ଡିଆ ଇଂଲଣ୍ଡକୁ ୩୫୭ ରନର ଟାର୍ଗେଟ ଦେଇଥିଲା । ଯାହାର ପିଛା କରି ୩୪ ଓଭରରେ ସମସ୍ତ ୱିକେଟ ହରାଇ ମାତ୍ର ୨୧୪ ରନ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା ଇଂଲଣ୍ଡ ଦଳ । ଭାରତ କ୍ରିକେଟ ଦଳର ଉପଅଧିନାୟକ ଶୁଭମନ ଗିଲ୍ ଶତକ ହାସଲ କରିବା ସହ ବିରାଟ କୋହଲି ଏବଂ ଶ୍ରେୟସ ଆୟର ଅର୍ଦ୍ଧଶତକ ହାସଲ କରିଥିଲେ । ସେପଟେ ଭାରତୀୟ ବୋଲରଙ୍କ ଆଗରେ ଇଂଲଣ୍ଡର ବ୍ୟାଟରମାନେ ସଫଳ ହୋଇ ପାରି ନଥିଲେ। କେହି ଜଣେ ହେଲେ ବି ଭଲ ସ୍କୋର କରିପାରିନଥିଲେ । ପୁରା ସିରିଜ ଉପରେ ଭାରତୀୟ ଦଳ କବ୍ଜା କରିଛି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: