Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ୟୁଏଇରେ ଚାଲିଥିବା ମହିଳା ଟି-୨୦ ବିଶ୍ୱକପରେ ଭାରତ ନିରାଶ

Sports

ୟୁଏଇରେ ଚାଲିଥିବା ମହିଳା ଟି-୨୦ ବିଶ୍ୱକପରେ ଭାରତ ନିରାଶ

Ritu Das
Browse all articles by Ritu Das
·1 year ago
ୟୁଏଇରେ ଚାଲିଥିବା ମହିଳା ଟି-୨୦ ବିଶ୍ୱକପରେ ଭାରତ ନିରାଶ

ଅର୍ଗସ ବ୍ୟୁରୋ: ୟୁଏଇରେ ଚାଲିଥିବା ମହିଳା ଟି-୨୦ ବିଶ୍ୱକପରେ ଭାରତ ନିରାଶ । ଭାରତୀୟ ମହିଳା ଟିମର ସେମି ଫାଇନାଲ ଆଶା ମଉଳି ଯାଉଛି। ଗ୍ରୁପ ପର୍ଯ୍ୟାୟର କର ବା ମର ମ୍ୟାଚ୍‌ରେ ଭାରତୀୟ ଟିମ ଅଷ୍ଟ୍ରେଲିଆଠାରୁ ପରାସ୍ତ ହୋଇଛି। ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୮ ୱିକେଟ ହରାଇ ୧୫୧ ରନ କରିଥିବା ଏହାର ଜବାବରେ ଭାରତ ପାଇଁ ଅଧିନାୟକ ହରମନପ୍ରୀତ ସିଂହ ଲଢ଼େଇ କରିଥିଲେ ହେଁ ଦଳକୁ ମ୍ୟାଚ ଜିତାଇ ପାରି ନଥିଲେ। 

ଶେଷ ଯାଏ ୪୭ ବଲରେ ୫୪ ରନ କରିଥିଲେ ହେଁ ଭାରତ ୯ ରନରେ ମ୍ୟାଚ୍‌ ହାରି ଯାଇଛି। ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ ୧୪୨ ରନ କରିପାରିଛି। ଏବେ ଭାରତକୁ ସେମି ଫାଇନାଲ ଆଶା ପୂରଣ କରିବା ପାଇଁ ପାକିସ୍ତାନ ବନାମ ନ୍ୟୁଜିଲ୍ୟାଣ୍ଡ ମ୍ୟାଚ୍‌ ଉପରେ ନିର୍ଭର କରିବାକୁ ପଡ଼ିବ।

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
India disappointed | Argus News