WorldCup Latest News / ଭାରତ ପାଇଁ କର ବା ମର...ଜିମ୍ବାଓ୍ବେ ବିପକ୍ଷରେ ତିଲକ ଆଉଟ ସଞ୍ଜୁ, ଅକ୍ଷରଙ୍କୁ ମିଳିଲା ସୁଯୋଗ
·4 months ago·2 min read

Key Points
ଭାରତ ଆଜି ଚେନ୍ନାଇରେ ଜିମ୍ବାଓ୍ୱେକୁ ଭେଟିବ। କିନ୍ତୁ ଆଜି ଭାରତକୁ ଜିତିବାକୁ ହେବ ମ୍ୟାଚ୍ । ଖାଲି ଜିତିଲେ ହେବନି ଦରକାର ବଡ ବିଜୟ । ନହଲେ ଟି୨୦ ବିଶ୍ୱକପରୁ ଏକ ପ୍ରକାର ବିଦା ହୋଇଯିବ।
ଭାରତ ପାଇଁ ଆଜି କର ବା ମର ମ୍ୟାଚ୍ । ଭାରତ ଆଜି ଚେନ୍ନାଇରେ ଜିମ୍ବାଓ୍ୱେକୁ ଭେଟିବ। କିନ୍ତୁ ଆଜି ଭାରତକୁ ଜିତିବାକୁ ହେବ ମ୍ୟାଚ୍ । ଖାଲି ଜିତିଲେ ହେବନି ଦରକାର ବଡ ବିଜୟ । ନହଲେ ଟି୨୦ ବିଶ୍ୱକପରୁ ଏକ ପ୍ରକାର ବିଦା ହୋଇଯିବ ଟିମ୍ ଇଣ୍ଡିଆ । ଟି୨୦ ବିଶ୍ବକପର ସୁପର୮ ରାଉଣ୍ଡରେ ସାଉଥଆଫ୍ରିକା ଭାରତକୁ ୭୬ ରନରେ ପରାସ୍ତ କରିଥିଲା। ଏହାପରେ ଭାରତର ପୁରା ବିଶ୍ବକପ ସ୍ବପ୍ନ ବଦଳିଯାଇଛି।
ଟିମ ଇଣ୍ଡିଆର ବ୍ୟାଟିଂ ଅର୍ଡର ବଦଳିବ
ଅଭିଷେକ ଶର୍ମାଙ୍କ ବ୍ୟାଟ ପୁରା ଟି-୨୦ ବିଶ୍ବକପରେ ନୀରବ ରହିଛି। ଚାରୋଟି ମ୍ୟାଚରେ ମାତ୍ର ୧୫ ରନ କରିଛନ୍ତି। ସେପଟେ ତିଲକଙ୍କର ଫର୍ମ ଚିନ୍ତାଜନକ। କାରଣ ଲାଗୁଛି ଯେମିତି ତିଳକଙ୍କ ଲୟ ର୍ହି ନାହିଁ। କୁହାଯାଉଛି ତିଲକଙ୍କୁ ବାହାର କରି ସଞ୍ଜୁଙ୍କୁ ସୁଯୋଗ ମିଳିବ। ଗୁରୁବାର ମୁହାଁମୁହିଁ ହେବେ ଭାରତ ଏବଂ ଜିମ୍ବାଓ୍ୱେ । ସେମି ଫାଇନାଲ ରେସରେ ଜୀବିତ ରହିବାକୁ ହେଲେ ଭାରତ ପାଇଁ ଏହି ମ୍ୟାଚ୍ ଜିତିବା ଜରୁରୀ । ଜିମ୍ବାଓ୍ୱେ ପାଇଁ ମଧ୍ୟ ସମାନ ଭାବେ ଏହି ମ୍ୟାଚ୍ ଗୁରୁତ୍ୱପୂର୍ଣ୍ଣ । ଗୋଟିଏ ଦିଗରେ ଭାରତ ଦକ୍ଷିଣ ଆଫ୍ରିକାଠୁ ଶୋଚନୀୟ ଭାବେ ପରାସ୍ତ ହୋଇଛି । ଅନ୍ୟ ଦିଗରେ ଓ୍ୱେଷ୍ଟ୍ ଇଣ୍ଡିଜଠୁ ମାତ୍ ଖାଇଛି ଜିମ୍ବାଓ୍ୱେ । ତେଣୁ ଚେନ୍ନାଇର ଏମ୍ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଆଜିର ମ୍ୟାଚ୍ ରୋମାଞ୍ଚକର ହେବାକୁ ଯାଉଛି ।
ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ଟିମ୍ ଇଣ୍ଡିଆକୁ ଟୁର୍ଣ୍ଣାମେଣ୍ଟରେ ଆଗକୁ ବଢିବାକୁ ହେଲେ ପ୍ରଥମେ ବ୍ୟାଟିଂ କରିବାକୁ ହେବ । ଏହାସହ ଜିମ୍ବାଓ୍ୱେକୁ ୧୦୦ରୁ ଅଧିକ ରନରେ ପରାସ୍ତ କରିବାକୁ ପଡିବ । ଯାହା ଦ୍ୱାରା ଦଳର ବିଗିଡିଥିବା ରନ୍ ରେଟରେ ସୁଧାର ଆସିବ । ଉଭୟ ଦେଶ ମଧ୍ୟରେ ମ୍ୟାଚ୍ ଇତିହାସକୁ ଦେଖିଲେ ୧୩ ଥର ଦୁହେଁ ମୁହାଁମୁହିଁ ହୋଇଛନ୍ତି । ଏଥିରେ ଭାରତ ୧୦ଟି ମ୍ୟାଚ୍ ଜିତିଥିବା ବେଳେ ଜିମ୍ବାଓ୍ୱେ ମାତ୍ର ତିନୋଟି ବିଜୟ ପାଇଛି ।
ଚୂଡାନ୍ତ ଏକାଦଶରେ ପରିବର୍ତ୍ତନ
ଅଭିଷେକ ଶର୍ମା ଲଗାତାର ଭାବେ ତିନୋଟି ପାଳିରେ ଖାତା ଖୋଲି ପାରି ନାହାଁନ୍ତି । ସେହିପରି ତିଲକ ବର୍ମାଙ୍କ ଷ୍ଟ୍ରାଇକ୍ ରେଟ୍ ଚିନ୍ତାର କାରଣ ପାଲଟିଛି । ତେଣୁ ସଞ୍ଜୁ ସାମସନଙ୍କୁ ପ୍ଲେଇଂ ଇଲେଭେନରେ ସାମିଲ କରାଯାଇପାରେ । ଏନେଇ ବ୍ୟାଟିଂ କୋଚ୍ ସିତାଂଶୁ କୋଟାକ ପୂର୍ବରୁ ସୂଚନା ଦେଇ ସାରିଛନ୍ତି । ଭାରତର ଟପ୍ ଥ୍ରୀ ବ୍ୟାଟର ବାମହାତୀ ହୋଇଯାଉଛନ୍ତି । ବିପକ୍ଷ ଦଳ ଲଗାତାର ସ୍ପିନରଙ୍କୁ ବ୍ୟବହାର କରୁଛି । ତେଣୁ ଦଳରେ ପରିବର୍ତ୍ତନ ହୋଇପାରେ ବୋଲି କୁହାଯାଉଛି।
ଯଦି ସଞ୍ଜୁ ମ୍ୟାଚ୍ ଖେଳନ୍ତି ତେବେ ସେ ଅଭିଷେକ ଶର୍ମାଙ୍କ ସହ ଓପନିଂ କରିବେ । ଇଶାନ କିଷାନ ତିନି ନମ୍ବରରେ ଖେଳିବେ । ତିଲକ ବର୍ମାଙ୍କୁ ବାଦ୍ ଦିଆଯାଇପାରେ। ଅର୍ଥାତ ଶୀର୍ଷ ତିନୋଟି ସ୍ଥାନରେ ପରିବର୍ତ୍ତନ ହେବା ନିଶ୍ଚିତ।
ସେପଟେ ଅକ୍ଷରଙ୍କର ହେବ ପ୍ରତ୍ୟାବର୍ତ୍ତନ। ସାଉଥଆଫ୍ରିକା ମ୍ୟାଚରେ ଭାରତୀୟ ଟିମ ଅକ୍ଷରଙ୍କୁ ବାଦ ଦେଇଥିଲା। କିନ୍ତୁ ଏହାର କାରଣ କେବଳ ଗମ୍ଭୀରଙ୍କୁ ଜଣା। ଅକ୍ଷର ଉପ-ଅଧିନାୟକୁ ହୋଇଥିବାବେଳେ ଫିଟ ଥିଲେ ମଧ୍ୟ ବାହାରେ ବସିଥିଲେ। ଆଜି ଯଦି ତାଙ୍କୁ ସୁଯୋଗ ମିଳେ ତେବେ ସୁନ୍ଦର ବାହାରିବା ଥୟ।
ଭାରତର ପ୍ଲେଇଂ ଏକାଦଶ ସମ୍ଭାବନା: ସଞ୍ଜୁ ସାମସନ, ଅଭିଷେକ ଶର୍ମା, ଇଶାନ କିଶାନ, ସୂର୍ଯ୍ୟକମୁାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ତିଳକ ବର୍ମା/ରିଙ୍କୁ ସିଂହ, ଶିବମ ଦୁବେ, ଅକ୍ଷର ପଟେଲ, ଅର୍ଶଦୀପ ସିଂହ, ଯଶପ୍ରିତ ବୁମରାହ, ବରୁଣ ଚକ୍ରବର୍ତ୍ତୀ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories