Asia Cup / ସୂର୍ଯ୍ୟ କୁମାରଙ୍କ ଓଭର କନଫିଡେଣ୍ଟ: ଓମାନ୍ଠୁ କଷ୍ଟରେ ଜିତିଲା ଭାରତ

Key Points
ଚଳିତ ଏସିଆ କପ୍ର ଶେଷ ଲିଗ୍ ମ୍ୟାଚ୍ରେ ଭାରତ ଶୁକ୍ରବାର କଷ୍ଟେମଷ୍ଟେ ପ୍ରଥମ ପଦାର୍ପଣକାରୀ ଓମାନକୁ ୨୧ ରନ୍ରେ ପରାସ୍ତ କରିଛି। ଏକଦା ବିଜୟ ସମ୍ଭାବନା ସୃଷ୍ଟି କରିଥିବା ଓମାନ୍କୁ ହାର୍ଦିକ ପାଣ୍ଡ୍ୟାଙ୍କ ଚମତ୍କାର ବାଉଣ୍ଡରି କ୍ୟାଚ୍ ରୋକିଥିଲା।
ଚଳିତ ଏସିଆ କପ୍ର ଶେଷ ଲିଗ୍ ମ୍ୟାଚ୍ରେ ଭାରତ ଶୁକ୍ରବାର କଷ୍ଟେମଷ୍ଟେ ପ୍ରଥମ ପଦାର୍ପଣକାରୀ ଓମାନକୁ ୨୧ ରନ୍ରେ ପରାସ୍ତ କରିଛି। ଏକଦା ବିଜୟ ସମ୍ଭାବନା ସୃଷ୍ଟି କରିଥିବା ଓମାନ୍କୁ ହାର୍ଦିକ ପାଣ୍ଡ୍ୟାଙ୍କ ଚମତ୍କାର ବାଉଣ୍ଡରି କ୍ୟାଚ୍ ରୋକିଥିଲା। ବାଉଣ୍ଡରି ନିକଟରେ ଲମ୍ବା ଦୌଡ଼ ସହିତ ହାର୍ଦିକ ଅମିର୍ କଲିମ୍ (୪୬ ବଲ୍ରୁ ୬୪ ରନ୍)ଙ୍କୁ କ୍ୟାଚ୍ କରିବା ପରେ ମ୍ୟାଚ୍ ମୋଡ଼ ନେଇଥିଲା। ହମ୍ମଦ ମିର୍ଜା (୩୩ ବଲ୍ରୁ ୫୧ ରନ୍) ବି ଭଲ ପ୍ରୟାସ କରିଥିଲେ। ଓମାନ୍ କିନ୍ତୁ ୧୮୯ ରନ୍ ଲକ୍ଷ୍ୟକୁ ପିଛା କରି ୧୬୭/୪ରେ ସୀମିତ ରହିଯାଇଥିଲା। ବିନାୟକ ଶୁକ୍ଳାଙ୍କ ୱିକେଟ୍ ନେଇ ଅର୍ଶଦୀପ ପ୍ରଥମ ଭାରତୀୟ ଭାବେ ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟରେ ୧୦୦ ୱିକେଟ୍ ପୂର୍ଣ୍ଣ କରିଥିଲେ। ଭାରତ ହ୍ୟାଟ୍ରିକ୍ ବିଜୟ ସହ ଅପରାଜେୟ ଭାବେ ସୁପର୍-୪ ପୂର୍ବରୁ ଆତ୍ମବିଶ୍ବାସ ପାଇଛି।
ଟସ୍ ଜିତି ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ନିଜ ବ୍ୟାଟିଂ ଗଭୀରତାକୁ ପରୀକ୍ଷା କରିବାକୁ ସୂର୍ଯ୍ୟ ଏଭଳି କରିଥିଲେ ବୋଲି ମଧ୍ୟ ପ୍ରକାଶ କରିଥିଲେ। ପ୍ରଥମ ବଲ୍ରେ କିନ୍ତୁ ଅଭିଷେକ ଶର୍ମା
ଏଲବିଡବ୍ଲ୍ୟୁ ଆବେଦନରୁ ବର୍ତିଯିବା ସହ ଭାରତର ଅଭିଯାନ ଆରମ୍ଭ ହୋଇଥିଲା। ଦ୍ବିତୀୟ ଓଭରରେ କିନ୍ତୁ ଶୁବମନ ଗିଲ୍ (୫)ଙ୍କୁ କ୍ଲିନ୍ ବୋଲ୍ଡ କରି ସାହା ଫୈଜଲ୍ ଭାରତକୁ ପ୍ରଥମ ଝଟ୍କା ଦେଇଥିଲେ। ତଥାପି ଭାରତ ପାୱାର ପ୍ଲେ ୬ ଓଭର ଭିତରେ ୬୦ ରନ୍ ସଂଗ୍ରହ କରି ନେଇଥିଲା। ଅଭିଷେକ ଶର୍ମା (୧୫ ବଲ୍ରୁ ୩୮ ରନ୍, ୫ ଚୌକା, ୨ ଛକା), ସଂଜୁ ସାମସନ୍ (୪୫ ବଲ୍ରୁ ୫୬ ରନ୍, ୩ ଚୌକା, ୩ ଛକା), ଅକ୍ଷର ପଟେଲ୍ (୧୩ ବଲ୍ରୁ ୨୬ ରନ୍, ୩ ଚୌକା, ୧ ଛକା), ତିଳକ ବର୍ମା (୧୮ ବଲ୍ରୁ ୨୯ ରନ୍, ୧ ଚୌକା, ୨ ଛକା)ଙ୍କ ପାଳି ବଳରେ ଭାରତ ଓଭର ପିଛା ୧୦ ରନ୍ ସଂଗ୍ରହ କରିଥିଲେ ମଧ୍ୟ ଶେଷ ଭାଗରେ ୱିକେଟ୍ ହରାଇ ସମ୍ଭାବ୍ୟ ୨୦୦ ଅତିକ୍ରମ କରିପାରି ନଥିଲା। ଭାରତ ୮ ୱିକେଟ୍ ହରାଇଥିଲେ ମଧ୍ୟ ଅନ୍ୟମାନଙ୍କୁ ସୁଯୋଗ ଦେବା ପାଇଁ ଅଧିନାୟକ ସୂର୍ଯ୍ୟକୁମାର ବ୍ୟାଟିଂ ପାଇଁ ଆସି ନଥିଲେ। ସୁପର୍-୪ ମୁକାବିଲା ପୂର୍ବରୁ ଭାରତ ମଧ୍ୟ ଏହି ମ୍ୟାଚ୍ରେ ୨ଟି ପରିବର୍ତ୍ତନ କରି ଖେଳିଥିଲା। ଯଶପ୍ରୀତ୍ ବୁମରା ଓ ବରୁଣ ଚକ୍ରବର୍ତ୍ତୀଙ୍କ ବଦଳରେ ଯଥାକ୍ରମେ ଅର୍ଶଦୀପ ସିଂହ ଓ ହର୍ଷିତ ରାଣାଙ୍କୁ ଖେଳାଇଥିଲା।
📱 Get Argus News App
✨ସଂକ୍ଷିପ୍ତ ସ୍କୋର: ଭାରତ ୨୦ ଓଭରରେ ୧୮୮/୮ (ସଂଜୁ ସାମସନ୍-୫୬, ଅଭିଷେକ ଶର୍ମା-୩୮, ତିଳକ ବର୍ମା-୨୮, ଅକ୍ଷର ପଟେଲ୍-୨୬, ସାହା ଫୈଜଲ-୨/୨୩, ଅମିର୍ କଲିମ-୨/୩୧, ଜିତେନ ରାମନନ୍ଦୀ-୨/୩୩)। ଓମାନ୍ ୨୦ ଓଭରରେ ୧୬୭/୪ (ଅମିର୍ କଲିମ୍-୬୪, ହମ୍ମଦ ମିର୍ଜା-୫୧, ଜତିନ୍ଦର ସିଂହ-୩୨, କୁଲଦୀପ ଯାଦବ-୧/୨୩, ହର୍ଷିତ ରାଣା-୧/୨୫, ହାର୍ଦିକ ପାଣ୍ଡ୍ୟା-୧/୨୬, ଅର୍ଶଦୀପ ସିଂହ-୧/୩୭)।
Related Topics
Explore more stories