Videos
|
Sports

୨୯ ପଦକ ସହ ଭାରତର ପ୍ୟାରିସ୍ ପାରା ଅଲମ୍ପିକ୍ସ ଅଭିଯାନ ଶେଷ,ଲସ୍ ଏଞ୍ଜେଲସରେ ଦେଖା

Sangram Tripathy
Browse all articles by Sangram Tripathy
·2 years ago·1 min read
୨୯ ପଦକ ସହ ଭାରତର ପ୍ୟାରିସ୍ ପାରା ଅଲମ୍ପିକ୍ସ ଅଭିଯାନ ଶେଷ,ଲସ୍ ଏଞ୍ଜେଲସରେ ଦେଖା

ଅର୍ଗସ ବ୍ୟୁରୋ:ଐତିହାସିକ ପ୍ରଦର୍ଶନ ସହ ଭାରତ ଶେଷ କରିଛି ପ୍ୟାରିସ ପାରା ଅଲମ୍ପିକ୍ସ ୨୦୨୪ର ଅଭିଯାନ,୭ ସ୍ବର୍ଣ୍ଣ ସହ ୯ ରୌପ୍ୟ ଓ ୧୩ କାଂସ୍ୟ ସହ ମୋଟ ୨୯ ପଦକ ପାଇ ଅଷ୍ଟାଦଶ ସ୍ଥାନରେ ରହି କରିଛି ରେକର୍ଡ, ରଚିଛି ଇତିହାସ ଛୁଇଁଛି ନୂଆ ମାଇଲ୍‌ଖୁଣ୍ଟ । ଏହି ପ୍ରତିଯୋଗିତା ଲାଗି ୮୪ ଜଣିଆ ଭାରତୀୟ ପାରାଆଥ୍‌ଲେଟ୍‌ ଯୋଗଦେଇଥିଲେ,୨୯ ପଦକ ଜିତି ସାରା ବିଶ୍ବର ହୃଦୟ ଜିତିଛନ୍ତି। ୨୦୨୦ ଟୋକିଓ ପାରା ଅଲମ୍ପିକ୍ସରେ ୫୪ଜଣିଆ ଭାରତୀୟ ଦଳ ଭାଗ ନେଇଥିଲେ,୫ ସ୍ବର୍ଣ୍ଣ,୮ ରୌପ୍ୟ,୬କାଂସ୍ୟ ସହ ୧୯ ପଦକ ଜିତିଥିଲେ,କିନ୍ତୁ ୨୦୨୪ରେ ପୂର୍ବ ଅପେକ୍ଷା ଅଧିକ ୧୦ ପଦକ ଜିତିଛି ଭାରତ। ‌ପ୍ୟାରିସ୍‌ରେ ଭାରତ ‌ଦୌଡ଼କୁଦରୁ ସର୍ବାଧିକ ୧୭ ପଦକ ମିଳିଥିବାବେଳେ ୪ ସ୍ବର୍ଣ୍ଣ, ୬ ରୌପ୍ୟ, ୭ କାଂସ୍ୟ ସେଥିରେ ରହିଛି। ଯାହା ମୋଟ ପଦକର ୫୮.୬୨ ପ୍ରତିଶତ।

ଦୌଡ଼କୁଦରୁ ଭାରତକୁ ୧୭ ପଦକ,‌ବ୍ୟାଡ୍‌ମିଣ୍ଟନରୁ ୫,ସୁଟିଂରୁ ୪,ତୀରନ୍ଦାଜିରୁ୨,ଜୁଡ଼ୋ ରୁ ଆସିଛି୧ପଦକ। ଅନ୍ୟପଟେ ଚୀନ୍‌ ୯୪ ସ୍ବର୍ଣ୍ଣ, ୭୬ ରୌପ୍ୟ, ୫୦ କାଂସ୍ୟସହ ମୋଟ ୨୨୦ ପଦକ ସହ ପ୍ରଥମ,ବ୍ରିଟେନ୍‌  ୪୯ ସ୍ବର୍ଣ୍ଣ, ୪୪ ରୌପ୍ୟ, ୩୧ କାଂସ୍ୟ ସହ ମୋଟ ୧୨୪ ପଦକ ସହ ଦ୍ବିତୀୟ,ଆମେରିକା ୩୬ ସ୍ବର୍ଣ୍ଣ, ୪୨ ରୌପ୍ୟ, ୨୭ କାଂସ୍ୟ,ମୋଟ ୧୦୫ ପଦକ ସହ ତୃତୀୟ ସ୍ଥାନରେ ରହିଛନ୍ତି। ୨୯ ପଦକ ସହ ଭାରତର ପ୍ୟାରିସ୍ ପାରା ଅଲମ୍ପିକ୍ସ ଅଭିଯାନ ଶେଷ କରିଥିବାବେଳେ ,ଆମେରିକାର ଲସ୍ ଏଞ୍ଜେଲସରେ ୨୦୨୮ରେ ଆୟୋଜିତ ହେବ ପାରା ଅଲମ୍ପିକ୍ସର ୧୮ତମ ସଂସ୍କରଣ। କ୍ରୀଡ଼ାକ୍ଷେତ୍ରରେ ଆଗକୁ ଭାରତ ଆଗଉଛି ବିଶ୍ବ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: