Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ଭାରତ-ଇଂଲଣ୍ଡ 3rd ଟେଷ୍ଟ: ଟସ୍‌ ଜିତିଲା ଇଂଲଣ୍ଡ, ପ୍ରଥମେ ଭାରତ କରିବ ବୋଲିଂ

Ritu Das
Browse all articles by Ritu Das
·1 year ago·1 min read
ଭାରତ-ଇଂଲଣ୍ଡ 3rd ଟେଷ୍ଟ: ଟସ୍‌ ଜିତିଲା ଇଂଲଣ୍ଡ, ପ୍ରଥମେ ଭାରତ କରିବ ବୋଲିଂ

Key Points

ଆଉ କିଛି ସମୟ ପରେ ଭାରତ-ଇଂଲଣ୍ଡ 3rd ଟେଷ୍ଟ

ଟସ୍‌ ଜିତିଲା ଇଂଲଣ୍ଡ

ପ୍ରଥମେ ଭାରତ କରିବ ବୋଲିଂ

ଐତିହାସିକ ଲର୍ଡସ ଷ୍ଟାଡିୟମରେ ଆଜିଠୁ ଭାରତ-ଇଂଲଣ୍ଡ ମୁହାଁମୁହିଁ । ଆଜିଠୁ ତେନ୍ଦୁଲକର-ଆଣ୍ଡରସନ୍ ଟ୍ରଫି ଶୃଙ୍ଖଳାର ତୃତୀୟ ଟେଷ୍ଟ ମ୍ୟାଚ୍ । ୫ ମ୍ୟାଚ୍ ବିଶିଷ୍ଟ ସିରିଜରେ ଗୋଟିଏ ଲେଖାଏଁ ମ୍ୟାଚ ଜିତିଛନ୍ତି ଉଭୟ ଟିମ। ମୁକାବିଲାରେ ଇଂଲଣ୍ଡ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେିଛନ୍ତି। ମ୍ୟାଚର ପ୍ରସାରଣ ସାଢ଼େ ୩ଟାରେ ଆରମ୍ଭ ହେବ। ଚୂଡ଼ାନ୍ତ ଏକାଦଶରେ ଉଭୟ ଟିମ କରିପାରନ୍ତି ପରିବର୍ତ୍ତନ । 4 ବର୍ଷ ପରେ ଇଂଲଣ୍ଡ ଟିମରେ ଦ୍ରୁତ ବୋଲର ଜୋଫ୍ରା ଆର୍ଚରଙ୍କୁ ସୁଯୋଗ ମିଳିଥିବା ବେଳେ ଭାରତୀୟ ଟିମରେ ସାମିଲ ହୋଇପାରନ୍ତି ଯଶପ୍ରିତ ବୁମରା । ୫ମ୍ୟାଚ ବିଶିଷ୍ଟ ସିରିଜ 1-1ରେ ସ୍ଥିତି ବରାବର । ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୫ଟି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ୩ୟ ମ୍ୟାଚ ଲର୍ଡସ କ୍ରିକେଟ ଗ୍ରାଉଣ୍ଡରେ ଆଜିଠାରୁ ଖେଳାଯିବ ।


ଟିମରେ ଜୋଫ୍ରା ଆର୍ଚରଙ୍କୁ ସ୍ଥାନ ମିଳିଛି । ଆର୍ଚର ଦୀର୍ଘଦିନରୁ ଟିମରେ ସାମିଲ ନଥିଲେ । ତାଙ୍କ କହୁଣୀ, ପିଠିରେ ଆଘାତ ସମସ୍ୟା ଯୋଗୁଁ ଟିମରୁ ବାଦ୍ ପଡିଥିଲେ । ସେ ୨୦୨୧ରେ ଶେଷ ଟେଷ୍ଟ ଖେଳିଥିଲେ । ୪ ବର୍ଷ ପରେ ଟିମକୁ ଫେରିଲେ ଜୋଫ୍ରା ଆର୍ଚର।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


୩ୟ ଟେଷ୍ଟ ପାଇଁ ଇଂଲଣ୍ଡ ପ୍ଲେଇଂ ଏକାଦଶ : ଜ୍ୟାକ କ୍ରୋଲି, ବ୍ରେନ ଡକେଟ, ଓଲି ପପ୍, ଜୋ ରୁଟ୍, ହ୍ୟାରି ବ୍ରୁକ୍, ବେନ ଷ୍ଟୋକସ, ଜେମି ସ୍ମିଥ, କ୍ରିସ ବୋକ୍ସ, ବ୍ରାୟଡନ କୋର୍ସ, ଜୋଫ୍ରା ଆର୍ଚର, ଶୋଏବ ବଶୀର ।

Sponsored
india-england-3rd-test-england-win-the-toss-india-will-bowl-first | Argus News