Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ଆଜିଠାରୁ ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟ: ଜାଣନ୍ତୁ କେତେବେଳେ, କେଉଁଠି ଦେଖିପାରିବେ ମ୍ୟାଚ୍‌

Ritu Das
Browse all articles by Ritu Das
·1 year ago·2 min read
ଆଜିଠାରୁ ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟ: ଜାଣନ୍ତୁ କେତେବେଳେ, କେଉଁଠି ଦେଖିପାରିବେ ମ୍ୟାଚ୍‌

Key Points

ଆଜିଠାରୁ ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟ

ଜାଣନ୍ତୁ କେତେବେଳେ, କେଉଁଠି ଦେଖିପାରିବେ ମ୍ୟାଚ୍‌

ଶୁଭମନ ଗିଲଙ୍କ ନେତୃତ୍ବରେ କ୍ୟାରିୟରର ସବୁଠୁ ବଡ଼ ଟେଷ୍ଟ ମ୍ୟାଚ


ଭାରତ ଓ ଇଂଲଣ୍ଡ ମଧ୍ୟରେ ଶୁକ୍ରବାରଠାରୁ ଲିଡ୍ସ ଗ୍ରାଉଣ୍ଡରେ ଆଣ୍ଡରସନ-ତେନ୍ଦୁଲକର ଟ୍ରଫି ଲାଗି ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଏହି ଟେଷ୍ଟ ସହିତ ନୂଆ ଅଧିନାୟକ ଶୁବମନ ଗିଲ୍‌ଙ୍କ ନେତୃତ୍ୱରେ ଭାରତୀୟ ଦଳର ଅଭିଯାନ ଆରମ୍ଭ ହେବ। ଏପର୍ଯ୍ୟନ୍ତ କେବଳ ୩ ଭାରତୀୟ ଦଳ ଯଥା ଅଜିତ ଓ୍ବାଡେକରଙ୍କ ବ୍ୟାଚ୍‌ ୧୯୭୧ରେ, କପିଳ ଦେବଙ୍କ ଟିମ୍‌ ୧୯୮୬ରେ ଓ ରାହୁଲ ଡ୍ରାଭିଡ୍‌ଙ୍କ ଲୋକପ୍ରିୟ ଦଳ ୨୦୦୭ରେ ଇଂଲଣ୍ଡରେ ଟେଷ୍ଟ ସିରିଜ୍‌ ଜିତିଛନ୍ତି। ଇଂଲଣ୍ଡ ମାଟିରେ ଟେଷ୍ଟ ସିରିଜ୍‌ ଜିତିବାର ୧୮ ବର୍ଷର ଅପେକ୍ଷାର ଅନ୍ତ ଘଟାଇବା ଲକ୍ଷ୍ୟରେ ଭାରତୀୟ ଦଳ ଓହ୍ଲାଇବ। ଗତ ଦେଢ଼ ଦଶନ୍ଧିରେ ସବୁଠୁ ସଫଳ ବ୍ୟାଟର ବିରାଟ କୋହଲି, ପୂର୍ବତନ ଅଧିନାୟକ ରୋହିତ ଶର୍ମା ଓ ଅଲରାଉଣ୍ଡର ରବିଚନ୍ଦ୍ରନ ଅଶ୍ୱିନ ଲମ୍ବା ଫର୍ମାଟରୁ ବିଦାୟ ନେଇଛନ୍ତି। ଏମାନଙ୍କ ବିଦାୟ ପରେ ଭାରତୀୟ ଟେଷ୍ଟ ଦଳରେ ଅଭିଜ୍ଞ ଖେଳାଳିଙ୍କ ଅଭାବ ଦେଖାଦେଇଛି।


ଏଥିଯୋଗୁ ୨୫ ବର୍ଷୀୟ ନୂଆ ଅଧିନାୟକ ଗିଲଙ୍କ ଲାଗି ଇଂଲଣ୍ଡ ବିପକ୍ଷ ସିରିଜ୍‌ କୌଣସି ବଡ଼ ପରୀକ୍ଷାରୁ କମ୍‌ ହେବ ନାହିଁ। ଗିଲ୍‌ ଭାରତର ୩୭ତମ ଟେଷ୍ଟ ଅଧିନାୟକ। ଲମ୍ବା ଫର୍ମାଟରେ ବ୍ୟାଟର ଭାବେ ପ୍ରଦର୍ଶନ ଯୋଗୁ ତାଙ୍କୁ ଏହି ଗୁରୁଦାୟିତ୍ୱ ଦିଆଯାଇଛି। ବ୍ରେଣ୍ଡନ ମ୍ୟାକକୁଲମଙ୍କ କୋଚିଂ ଓ ବେନ ଷ୍ଟୋକ୍ସଙ୍କ ନେତୃତ୍ୱରେ ଇଂଲଣ୍ଡ ପାରମ୍ପରିକ ଟେଷ୍ଟ ମ୍ୟାଚ୍‌ ବ୍ୟାଟିଂ ଶୈଳୀକୁ ବଦଳାଇ ଦେଇଛି। ଦଳର ସବୁଠୁ ଅଭିଜ୍ଞ ଖେଳାଳି ହେଉଛନ୍ତି ଜୋ ରୁଟ। ସେ ୩୬ ଶତକ ସହ ୧୩ ହଜାରରୁ ଊର୍ଦ୍ଧ୍ୱ ରନ କରିସାରିଛନ୍ତି। ସେହିଭଳି ଲୋକେଶ ରାହୁଲ ହେଉଛନ୍ତି ଭାରତର ସବୁଠୁ ଅଭିଜ୍ଞ ଖେଳାଳି। ସେ ଏପର୍ଯ୍ୟନ୍ତ ୫୮ ଟେଷ୍ଟରେ ୩୨୫୭ ରନ କରିଛନ୍ତି। କିନ୍ତୁ ବୋଲିଂ ବିଭାଗରେ ଯଶପ୍ରୀତ ବୁମରାଙ୍କ ଉପସ୍ଥିତି ପ୍ରତିପକ୍ଷ ଇଂଲଣ୍ଡ ଦଳର ବ୍ୟାଟିଂ ଲାଇନ୍‌ଅପ୍‌କୁ କଡ଼ା ଚ୍ୟାଲେଞ୍ଜ ଦେବ। ଭାରତୀୟ ଦଳରେ ରୋହିତ ଓ କୋହଲିଙ୍କ ଭଳି ଅଭିଜ୍ଞ ବ୍ୟାଟର ନ ଥିବା ବେଳେ ଇଂଲଣ୍ଡ ମଧ୍ୟ ଦୁଇ ଭେଟେରାନ ପେସର ଜେମ୍ସ ଆଣ୍ଡରସନ ଓ ଷ୍ଟ୍ରୁଆର୍ଟ ବ୍ରଡଙ୍କ ବିନା ଖେଳିବାକୁ ଯାଉଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ପ୍ରଥମ ଟେଷ୍ଟ ଲାଗି ଘୋଷିତ ଇଂଲଣ୍ଡ ଦଳରେ ସ୍ପେଶାଲିଷ୍ଟ ବୋଲର ଭାବେ କ୍ରିସ ଓ୍ବକ୍ସ, ବ୍ରାଇଡନ କାର୍ସ, ଜୋଶ ଟଙ୍ଗ ଓ ଶୋଏବ ବଶୀର ରହିଛନ୍ତି। ଏଣୁ ଭାରତୀୟ ଦଳର ଅନଭିଜ୍ଞ ବ୍ୟାଟିଂ ଲାଇନ୍‌ ନିକଟରେ ଇଂଲଣ୍ଡ ବୋଲିଂ ଲାଇନ୍‌ ଉପରେ ପ୍ରଭୁତ୍ୱ ବିସ୍ତାର କରିବାକୁ ସୁଯୋଗ ରହିବ। ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପ୍ରଥମ ମ୍ୟାଚ ୨୦ ଜୁନ ରୁ ୨୪ ଜୁନ ପର୍ଯ୍ୟନ୍ତ ଖେଳାଯିବ। ମ୍ୟାଚ ଭାରତୀୟ ସମୟ ଅନୁସାରେ ଅପରାହ୍ନ ୩:୩୦ରେ ଆରମ୍ଭ ହେବ। ଟସ ଅପରାହ୍ନ ୩:୦୦ ରେ ଅଧ ଘଣ୍ଟା ପୂର୍ବରୁ ହେବ। ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜ ସୋନି ସ୍ପୋର୍ଟସ ନେଟୱାର୍କରେ ଟିଭିରେ ପ୍ରସାରିତ ହେବ। ଏହି ମ୍ୟାଚର ସିଧା ପ୍ରସାରଣ ବିଭିନ୍ନ ଭାଷାରେ ହେବ। ଏହି ଟେଷ୍ଟ ସିରିଜ ସିଧା ପ୍ରସାରଣ JioHotstar ରେ ହେବ।

Sponsored
india-england-first-test-from-today-know-when-where-to-watch-the-match | Argus News