Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟ; ଇଂଲଣ୍ଡ 465ରେ ଅଲଆଉଟ, ଭାରତକୁ 6 ରନର ଅଗ୍ରଣୀ

Smruti Parija
Browse all articles by Smruti Parija
·1 year ago·1 min read
ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟ; ଇଂଲଣ୍ଡ 465ରେ ଅଲଆଉଟ, ଭାରତକୁ 6 ରନର ଅଗ୍ରଣୀ

Key Points

ଲିଡସରେ ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟ
ଇଂଲଣ୍ଡ 465ରେ ଅଲଆଉଟ, ଭାରତକୁ 6 ରନର ଅଗ୍ରଣୀ
ଓଲି ପୋପଙ୍କ ଶତକ, 99ରେ ଆଉଟ ହେଲେ ହ୍ୟାରୀ ବ୍ରୁକ୍ସ

ଚିନ୍ତା ବଢ଼ାଇଲା ଭାରତୀୟ ଫିଲ୍ଡରଙ୍କ କ୍ୟାଚ ଡ୍ରପ ସମସ୍ୟା

ଲିଡ୍ସରେ ଖେଳା ଯାଉଥିବା ପ୍ରଥମ ଟେଷ୍ଟର ତୃତୀୟ ଦିନର ଖେଳ ସମାପ୍ତ ହୋଇଛି। ଇଂଲଣ୍ଡ ପ୍ରଥମ ଇନିଂସରେ ୪୬୫ ରନରେ ଅଲଆଉଟ୍ ହେବା ପରେ ଭାରତ ଦ୍ଵିତୀୟ ଇନିଂସରେ ୨ ଓ୍ଵିକେଟ୍ ହରାଇ ୯୦ ରନ କରିଛି। ଦଳ ଘରୋଇ ଦଳଠୁ ୯୬ ରନରେ ଆଗୁଆ ରହିଛି। କେଏଲ ରାହୁଲ ୪୭ ରନ ଓ ଶୁଭମନ ଗିଲ୍ ୬ ରନ କରି ଅପରାଜିତ ଅଛନ୍ତି। ତୃତୀୟ ଦିନର ଖେଳରେ ବୁମରା ୫ ଓ୍ଵିକେଟ୍ ନେଇଥିବା ବେଳେ ଇଂଲଣ୍ଡ ପକ୍ଷରୁ ହ୍ୟାରି ବ୍ରୁକ ୯୯ ରନ କରିଛନ୍ତି। ଖେଳ ଆହୁରି ୨ ଦିନ ବାକି ରହିଛି । ସେପଟେ ଚତୁର୍ଥ ଦିନର ପ୍ରଥମ ସେସନର ଖେଳ ବେଶ ମହତ୍ଵପୂର୍ଣ୍ଣ ହେବାକୁ ଯାଉଛି। ।


ଭାରତ ଦ୍ଵିତୀୟ ଇନିଂସ ଆରମ୍ଭ କରିଥିବା ବେଳେ ୧୬ ରନ ସ୍କୋରରେ ଦଳକୁ ପ୍ରଥମ ଝଟକା ଲାଗିଥିଲା। ଗତ ମ୍ୟାଚ୍‌ର ଶତକୀୟ ଇନିଂସ ଖେଳିଥିବା ଜୟସ୍ଵାଲ ମାତ୍ର ୪ ରନ କରି ଆଉଟ୍ ହୋଇଥିଲେ। ଏହା ପରେ ରାହୁଲ ଓ ସାଇ ସୁଦର୍ଶନ ଦ୍ଵିତୀୟ ଓ୍ଵିକେଟ୍ ପାଇଁ ୬୬ ରନ ଯୋଡ଼ିଥିଲେ।ତେବେ କ୍ରିଜରେ ଜମି ଭଲ ଫର୍ମରେ ନଜର ଆସୁଥିବା ସାଇ ସୁଦର୍ଶନ ୩୦ ରନ କରି ପାଭିଲିୟନ ଫେରିଥିଲେ। ଭାରତ ୨ ଓ୍ଵିକେଟ୍ ହରାଇ ୯୦ ରନ କରିଥିବା ସମୟରେ ବର୍ଷା ହେବାରୁ ତୃତୀୟ ଦିନର ଖେଳ ବନ୍ଦ ଘୋଷଣା କରାଯାଇଥିଲା। ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
india-england-first-test-in-leeds-india-takes-6-run-lead-bowl-out-eng-for-465 | Argus News