Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ଅତିଥି ସତ୍କାର ପାଇଁ ପ୍ରସ୍ତୁତ ଭୁବନେଶ୍ୱରର ମେ ଫେୟାର ହୋଟେଲ୍

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଅତିଥି ସତ୍କାର ପାଇଁ ପ୍ରସ୍ତୁତ ଭୁବନେଶ୍ୱରର ମେ ଫେୟାର ହୋଟେଲ୍

ଭୁବନେଶ୍ୱର:  ବାରବାଟୀରେ ଦିନିକିଆ ମ୍ୟାଚ୍ ପାଇଁ ଆଜି ଓଡ଼ିଶାରେ ପହଞ୍ଚିବେ ଇଣ୍ଡିଆ-ଇଂଲଣ୍ଡ ଟିମର ଖେଳାଳି । ଅତିଥି ସତ୍କାର ପାଇଁ ପ୍ରସ୍ତୁତ ଭୁବନେଶ୍ବରର ମେ ଫେୟାର ହୋଟେଲ୍ । ଦୁଇ ଦେଶର ଖେଳାଳିଙ୍କ ସହ ସପୋର୍ଟ ଷ୍ଟାଫ ଏବଂ ବିସିସିଆଇର କର୍ମକର୍ତ୍ତାଙ୍କ ପାଇଁ ହୋଟେଲ ମେ'ଫେୟାରରେ ମୋଟ୍ ୯୬ଟି ରୁମ୍ ବୁକ୍ କରାଯାଇଛି। ପାରମ୍ପରିକ ନୃତ୍ୟଗୀତ ସାଙ୍ଗକୁ, ଶଙ୍ଖନାଦରେ ଅତିଥି ମାନଙ୍କୁ ପାଛୋଟି ନିଆଯିବ।


ରହଣି କାଳରେ ଦୁଇ ଦେଶର ଖେଳାଳିଙ୍କୁ ଓଡ଼ିଆ ଘରର ଖାଦ୍ୟ ପରସା ଯିବ। ମେନ୍ୟୁରେ ମିଲେଟରୁ ପ୍ରସ୍ତୁତ ଆଇଟମକୁ ବିଶେଷ ପ୍ରାଧାନ୍ୟ ଦିଆଯାଇଛି। ଡାଇଟିସିଆନଙ୍କ ଅନୁସାରେ ଖାଦ୍ୟ ପ୍ରସ୍ତୁତ କରାଯିବ। ସ୍ନାକ୍ସ, ଲଞ୍ଚ, ଡିନରରେ କଂସା ପାତ୍ରରେ ପରସା ଯିବ ଓଡ଼ିଶାର ଖାଦ୍ୟ । ଦେଶୀ ଚିକେନ ସହ ବିଭିନ୍ନ ପ୍ରକାର ମାଛ ତରକାରୀ, ସାଧା ବେଶର, ଡାଲମା ଇତ୍ୟାଦି ପରସାଯିବ। ଏଥିସହିତ ମାଣ୍ଡିଆରୁ ପ୍ରସ୍ତୁତ ମଣ୍ଡା ସାଙ୍ଗକୁ ଛେନାପୋଡ଼, ରସଗୋଲାର ମଜା ଉଠାଇବେ ଖେଳାଳି ଓ ସପୋର୍ଟ ଷ୍ଟାଫ୍।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ମ୍ୟାଚ୍ ଅର୍ଥାତ ରବିବାର ଦିନ ବାରବାଟୀ ଷ୍ଟାଡିୟମରେ ମଧ୍ୟ ୪ଟି ସ୍ଥାନରେ ଖେଳାଳି ମାନଙ୍କର ଖାଦ୍ୟପେୟ ପାଇଁ ବ୍ୟବସ୍ଥା କରାଯାଇଛି। ଆଜି ଭୁବନେଶ୍ଵରରେ ପହଁଚିବା ପରେ ମେ' ଫେୟାରରେ ବିଶ୍ରାମ ନେବେ ଖେଳାଳି। ଶନିବାର ବାରବାଟୀରେ ଅଭ୍ୟାସ ଏବଂ ରବିବାର ହାଇଭୋଲଟେଜ୍ ମ୍ୟାଚରେ ମୁହାଁମୁହିଁ ହେବେ ଇଣ୍ଡିଆ-ଇଂଲଣ୍ଡ ଟିମ୍‌। ଖେଳାଳିଙ୍କୁ ସ୍ଵାଗତ ପାଇଁ ବଡ଼ ବଡ଼ ହୋର୍ଡିଂରେ ସଜେଇ ହୋଇଛି ଟ୍ଵିନ୍ ସିଟି । 


ଅଧିକ ପଢ଼ନ୍ତୁ ଖେଳ ଖବର:

Sponsored
India-England Odi at Cuttack Barabati: Teams arrive in Bhubaneswar | Argus News