Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ପ୍ରସ୍ତୁତ ମେ' ଫେୟାର ହୋଟେଲ , ଓଡ଼ିଆ ଖାଦ୍ୟର ମଜା ନେବେ ଇଣ୍ଡିଆ-ଇଂଲଣ୍ଡ ଖେଳାଳୀ

Swoyang prajna Mishra
Browse all articles by Swoyang prajna Mishra
·1 year ago·2 min read
ପ୍ରସ୍ତୁତ ମେ' ଫେୟାର ହୋଟେଲ , ଓଡ଼ିଆ ଖାଦ୍ୟର ମଜା ନେବେ ଇଣ୍ଡିଆ-ଇଂଲଣ୍ଡ ଖେଳାଳୀ

ଆସିବେ ଅତିଥି, ପ୍ରସ୍ତୁତ ହୋଟେଲ ମେ'ଫେୟାର
ମିଲେଟରୁ ପ୍ରସ୍ତୁତ ମଣ୍ଡା ସହ ଅନ୍ୟ ଓଡ଼ିଆ ଖାଦ୍ୟର ମଜା ନେବେ ଇଣ୍ଡିଆ-ଇଂଲଣ୍ଡ ଖେଳାଳୀ
ପାରମ୍ପରିକ ନୃତ୍ୟଗୀତ ଓ ଶଙ୍ଖନାଦରେ କରାଯିବ ସ୍ଵାଗତ


ଅର୍ଗସ ବ୍ୟୁରୋ : ସୁପର୍ ସନଡେରେ ହେବ ସୁପର୍ ଫାଇଟ୍। କଟକ ବାରବାଟୀ ଷ୍ଟାଡିୟମରେ ଦ୍ଵିତୀୟ ଦିନିକିଆରେ ମୁହାଁମୁହିଁ ହେବେ ଇଣ୍ଡିଆ-ଇଂଲଣ୍ଡ। ଆସନ୍ତାକାଲି ଦୁଇ ଦେଶର ଖେଳାଳି ଓଡ଼ିଶାରେ ପହଞ୍ଚିବେ। ଏହି ସ୍ଵତନ୍ତ୍ର ଅତିଥି ମାନଙ୍କୁ ସ୍ଵାଗତ ପାଇଁ ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ବାରବାଟୀ ଷ୍ଟାଡିୟମ ଭାୟା ହୋଟେଲ ମେ'ଫେୟାର, ସବୁଠି ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଛି। ଦୁଇ ଦେଶର ଖେଳାଳିଙ୍କ ସହ ସପୋର୍ଟ ଷ୍ଟାଫ ଏବଂ ବିସିସିଆଇର କର୍ମକର୍ତ୍ତାଙ୍କ ପାଇଁ ହୋଟେଲ ମେ'ଫେୟାରରେ ମୋଟ୍ ୯୬ଟି ରୁମ୍ ବୁକ୍ କରାଯାଇଛି। ପାରମ୍ପରିକ ନୃତ୍ୟଗୀତ ସାଙ୍ଗକୁ, ଶଙ୍ଖନାଦରେ ଅତିଥି ମାନଙ୍କୁ ପାଛୋଟି ନିଆଯିବ। ଖେଳାଳି ମାନେ ରହିବାଠୁ ଆରମ୍ଭ କରି ଖାଇବା ପିଇବା ପର୍ଯ୍ୟନ୍ତ ସମସ୍ତ ପ୍ରକାର ପ୍ରସ୍ତୁତି ହୋଇଥିବା ହୋଟେଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ରହଣି କାଳରେ ଦୁଇ ଦେଶର ଖେଳାଳିଙ୍କୁ ଓଡ଼ିଆ ଘରର ଖାଦ୍ୟ ପରସା ଯିବାକୁ ଥିବା ବେଳେ ମେନ୍ୟୁରେ ମିଲେଟରୁ ପ୍ରସ୍ତୁତ ଆଇଟମକୁ ବିଶେଷ ପ୍ରାଧାନ୍ୟ ଦିଆଯାଇଛି। ଡାଇଟିସିଆନଙ୍କ ଅନୁସାରେ ଖାଦ୍ୟ ପ୍ରସ୍ତୁତ କରାଯିବ। ସ୍ନାକ୍ସ, ଲଞ୍ଚ, ଡିନର ରେ ଓଡ଼ିଶାର ଖାଦ୍ୟ କଂଶା ପାତ୍ରରେ ପରସା ଯିବ ।ଦେଶୀ ଚିକେନ ସହ ବିଭିନ୍ନ ପ୍ରକାର ମାଛ ତରକାରୀ, ସାଧା ବେଶର, ଡାଲମା ଇତ୍ୟାଦି ପରସାଯିବ। ଏଥିସହିତ ମାଣ୍ଡିଆରୁ ପ୍ରସ୍ତୁତ ମଣ୍ଡା ସାଙ୍ଗକୁ ଛେନାପୋଡ଼, ରସଗୋଲାର ମଜା ଉଠାଇବେ ଖେଳାଳି ଓ ସପୋର୍ଟ ଷ୍ଟାଫ୍। ମ୍ୟାଚ୍ ଅର୍ଥାତ ରବିବାର ଦିନ ବାରବାଟୀ ଷ୍ଟାଡିୟମରେ ମଧ୍ୟ ୪ଟି ସ୍ଥାନରେ ଖେଳାଳି ମାନଙ୍କର ଖାଦ୍ୟପେୟ ପାଇଁ ବ୍ୟବସ୍ଥା କରାଯାଇଛି।

ଆସନ୍ତାକାଲି ଭୁବନେଶ୍ଵରରେ ପହଁଚିବା ପରେ ମେ' ଫେୟାରରେ ବିଶ୍ରାମ ପରେ ଶନିବାର ବାରବାଟୀରେ ଅଭ୍ୟାସ ଏବଂ ରବିବାର ହାଇଭୋଲଟେଜ୍ ମ୍ୟାଚରେ ମୁହାଁମୁହିଁ ହେବେ ଇଣ୍ଡିଆ-ଇଂଲଣ୍ଡ ଟିମ୍‌। ଖେଳାଳିଙ୍କୁ ସ୍ଵାଗତ ପାଇଁ ବଡ଼ ବଡ଼ ହୋର୍ଡିଂରେ ସଜେଇ ହେଲାଣି ଟ୍ଵିନ୍ ସିଟି କଟକ ଓ ଭୁବନେଶ୍ୱର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
India-England players will enjoy authentic odia food at May Fair Hotel | Argus News