Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ଇଣ୍ଡିଆ-ଇଂଲଣ୍ଡ ସେମି ଟକ୍କର, ଜିତିଲେ ଫାଇନାଲ ହାରିଲେ ବିଦା

Ritu Das
Browse all articles by Ritu Das
·2 years ago·1 min read
ଇଣ୍ଡିଆ-ଇଂଲଣ୍ଡ ସେମି ଟକ୍କର, ଜିତିଲେ ଫାଇନାଲ ହାରିଲେ ବିଦା

ଅର୍ଗସ ବ୍ୟୁରୋ: ଟି-୨୦ ବିଶ୍ବକପ୍ ସନ୍ଧ୍ୟାରେ ଗାଏନାରେ ଭାରତ-ଡିଫେଣ୍ଡିଂ ଚମ୍ପିଆନ୍ ଇଂଲଣ୍ଡ ମଧ୍ୟରେ ଖେଳାଯିବ  ସେମି ମହାମୁକାବିଲା। ବିଜୟୀ ଦଳ ଦକ୍ଷିଣ ଆଫ୍ରିକା ସହ ଖେଳିବ ଫାଇନାଲ ମ୍ୟାଚ୍ ।  ତାଉପରେ ରହିଛି ସାରା ବିଶ୍ବର ନଜର। ପ୍ରଥମ ସେମି ଫାଇନାଲରେ ଆଫଗାନିସ୍ତାନକୁ ୯ ୱିକେଟରେ ହରାଇ ପ୍ରଥମ ଦଳଭାବେ ଫାଇନାଲକୁ ଏଣ୍ଟ୍ରିକରିଛି ଦକ୍ଷିଣ ଆଫ୍ରିକା। ଅନ୍ୟପଟେ ଦ୍ବିତୀୟ ସେମି ଫାଇନାଲରେ ଇଂଲଣ୍ଡ ଠାରୁ ପରାଜୟର ପ୍ରତିଶୋଧ ନେବାକୁ ଲକ୍ଷ୍ୟ ରଖିଛି ରୋହିତ ସେନା। 

୨୦୨୨ଟି-୨୦ ବିଶ୍ବକପରେ ଇଂଲଣ୍ଡ ୧୦ ୱିକେଟରେ ଭାରତକୁ ସେମି ଫାଇନାଲରେ ପରାସ୍ତ କରିଥିଲା ଓ ଫାଇନାଲରେ ପାକିସ୍ତାନକୁ ହରାଇ ଟ୍ରଫି ଜିତିଥିଲା। ପୂର୍ବ ଅପେକ୍ଷା ଭାରତର ବ୍ୟାଟିଂ,ବୋଲିଂ ଉଭୟ ବିଭାଗରେ ବେଶ ଶକ୍ତିଶାଳୀ ରହିଛି। ହିଟ୍ ମ୍ୟାନ୍ ରୋହିତ ଶର୍ମା ଜବରଦସ୍ତ ଫର୍ମରେ ଥିବାବେଳେ,ବୋଲିଂରେ ବୁମରା,କୁଲଦୀପ,ଅକ୍ଷର ପଟେଲ ଫର୍ମରେ ରହିଛନ୍ତି । ବିରାଟଙ୍କ ଠୁ ବଡ଼ ଇନିଂସ ଆଶା ରଖିଛି ଭାରତ। 

ଇଂଲଣ୍ଡକୁ ସେମିରେ ମାତ୍ ଦେବାକୁ ରଣନୀତି ପ୍ରସ୍ତୁତ କରିଛ ଟିମ୍ ଇଣ୍ଡିଆ। ଭାରତ ଧୋନୀଙ୍କ ସମୟରେ ଟି-୨୦ ବିଶ୍ବକପ୍ ଜିତିଥିବାବେଳେ ୧୦ ବର୍ଷହେଲା ଆଇସିସି ଟ୍ରଫି ମରୁଡି ପଡିଛି।ହିଟ୍ ମ୍ୟାନ୍ ଅଧିନାୟକଙ୍କ ଅଧିନାୟକତ୍ବରେ ଭାରତ ଟି-୨୦ ବିଶ୍ବକପ ଟ୍ରଫି ଧରିତୋଳୁ ବୋଲି ଆଶା ରଖିଛନ୍ତି କ୍ରିକେଟ୍ ପ୍ରଶଂସକ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

Sponsored
India-England | Argus News