ଆଜିଠାରୁ ଆରମ୍ଭ ଭାରତ -ଇଂଲଣ୍ଡ ଟି-୨୦ ସିରିଜ
·1 year ago

ଅର୍ଗସ ବ୍ୟୁରୋ: ଆଜିଠାରୁ ଆରମ୍ଭ ହେଉଛି ଭାରତ -ଇଂଲଣ୍ଡ ଟି ଟ୍ବେଣ୍ଟି ସିରିଜ । କୋଲକାତାର ଇଡେନ୍ ଗାର୍ଡେନରେ ଏହି ମ୍ୟାଚ ଖେଳାଯିବ । ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ବରେ ଟିମ୍ ଇଣ୍ଡିଆ ପଡିଆକୁ ଓହ୍ଲାଇବ । ଜସ୍ ବଟଲର ଇଂଲଣ୍ଡ ଟିମର କ୍ୟାପଟେନ ଅଛନ୍ତି । ଏହି ୫ଟିକିଆ ସିରିଜରେ ସ୍ଥାନ ପାଇଛନ୍ତି ଦ୍ରୁତ ବୋଲର ମହମ୍ମଦ ସାମି । ପ୍ରାୟ ୧୪ ମାସ ପରେ ତାଙ୍କୁ ଦଳରେ ସାମିଲ କରାଯାଇଛି । ଆହତ ଯୋଗୁଁ ତାଙ୍କୁ ଦଳରୁ ବାଦ ଦିଆଯାଇଥିଳା ।
ଯଶସ୍ବୀ ଯୈଶଓ୍ବାଲ, ଶୁଭମନ ଗିଲ୍ ଓ ରିଷଭ ପନ୍ତଙ୍କୁ ବାଦ ଦିଆଯାଇଥିବା ବେଳେ ହର୍ଷିତ ରାଣା ଓ ନିତିଶ କୁମାର ରେଡ୍ଡିଙ୍କୁ ଦଳରେ ସାମିଲ କରାଯାଇଛି । ଧ୍ରୁବ ଜୁରେଲଙ୍କୁ ଦ୍ବିତୀୟ ଉଇକେଟ ଭାବେ ଟିମ୍ ଇଣ୍ଡିଆରେ ସ୍ଥାନ ପାଇଛନ୍ତି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: