Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ତୀରନ୍ଦାଜି କ୍ୱାର୍ଟର ଫାଇନାଲରେ ଭାରତ

Sangram Tripathy
Browse all articles by Sangram Tripathy
·1 year ago·1 min read
ତୀରନ୍ଦାଜି କ୍ୱାର୍ଟର ଫାଇନାଲରେ ଭାରତ

ଅର୍ଗସ ବ୍ୟୁରୋ:ପ୍ୟାରିସ୍ ଅଲମ୍ପିକ୍ସ ରାକିଂ ରାଉଣ୍ଡରେ ଭାରତର ମହିଳା ତୀରନ୍ଦାଜୀ ଦଳ ଭଲ ପ୍ରଦର୍ଶନ କରି ସଭିଙ୍କ ହୃଦୟ ଜିତିବା ସହ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ଚମକିଛନ୍ତି ଭାରତୀୟ କ୍ରୀଡ଼ାବିତ୍ । ଭାରତ ୧୯୮୩ ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ରହିବା ସହ  ସିଧାସଳଖ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। କ୍ୱାର୍ଟର ଫାଇନାଲରେ ଭାରତ ଫ୍ରାନ୍ସ ବନାମ ନେଦରଲାଣ୍ଡମ୍ୟାଚର ବିଜେତାଙ୍କୁ ଭେଟିବ। 


ଭାରତ ପକ୍ଷରୁ ଦୀପିକା କୁମାରୀ, ଅଙ୍କିତା ଭଗତ ଓ ଭଜନ କୌର ମୋଟ ୧୯୮୩ ପଏଣ୍ଟ ହାସଲ କରିଛନ୍ତି। ଏହା ସହ ଭାରତୀୟ ଦଳ ଚତୁର୍ଥ ସ୍ଥାନରେ ରହି କ୍ୱାର୍ଟର ଫାଇନାଲରେ ସ୍ଥାନ ପକ୍କା କରିଛି।ଅଙ୍କିତା ୭୨ ଟି ସଟ୍ ସହ ମୋଟ ୬୬୬ ପଏଣ୍ଟ ହାସଲ କରି ୧୧, ଭଜନ କୌର ୨୨ ଓ ଦୀପିକା କୁମାରୀ ୨୩ତମ ସ୍ଥାନରେ ରହିଥିଲେ। ଅଙ୍କିତା ଶେଷ ଦୁଇ ସେଟ୍ ରେ ଚମତ୍କାର ପ୍ରତ୍ୟାବର୍ତ୍ତନ କରି ୧୨୦ରୁ ୧୧୨ ରନ୍ କରିଥିଲେ। ବିଶେଷ କରି ଭଜନ କୌର ମୋଟ ୬୫୯ ପଏଣ୍ଟ ସ୍କୋର କରିଥିଲେ। ଦୀପିକା କୁମାରୀ ଓ ଭଜନ କୌର ମଧ୍ୟ ଶ୍ରେଷ୍ଠ ୨୦ରୁ ବାଦ୍ ପଡ଼ିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
India in the quarter finals of archery | Argus News