Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଭାରତ ଖୁସି-ଦୁଃଖରେ ପାକିସ୍ତାନ ! 

Sports

ଭାରତ ଖୁସି-ଦୁଃଖରେ ପାକିସ୍ତାନ ! 

Sangram Tripathy
Browse all articles by Sangram Tripathy
·1 year ago·2 min read
ଭାରତ ଖୁସି-ଦୁଃଖରେ ପାକିସ୍ତାନ ! 

ଅର୍ଗସ ବ୍ୟୁରୋ:ଉପରେ ହସୁଛି ଭିତରେ ଗୁମୁରି କାନ୍ଦୁଛି ପାକିସ୍ତାନ। ସାରା ବିଶ୍ବରେ ଖୁସିର ମାହୋଲ ଥିବାବେଳେ ଏମିତି କଣ ହୋଇଗଲା ପାକିସ୍ତାନର । ଖବର ଭିତରକୁ ଗଲେ ଆପଣ ବୁଝିଯିବେ ଆପେ ଆପେ । ୩୫ ବର୍ଷ ବୟସରେସର୍ବ କନିଷ୍ଠ ବ୍ୟକ୍ତି ଭାବେ ଆଇସିସି ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇ ରେକର୍ଡ କରିଛନ୍ତି ଜୟ ଶାହ। ୨୦୨୪ଡିସେମ୍ବର୧ରେ ଗ୍ରେଗ୍ଙ୍କ ସ୍ଥାନରେ ଦାୟିତ୍ବ ଗ୍ରହଣ କରିବେ ଶାହ। ମିଳିଥିବା ସୂଚନା ଅନୁଯାୟୀ ଆଇସିସି ନିୟମ ଅନୁସାରେ ଅଧ୍ୟକ୍ଷ ନିର୍ବାଚନ ଲାଗି ୧୬ଜଣ ସଦସ୍ୟ ଭୋଟ୍ ଦେଇଥାନ୍ତି,ମାତ୍ର ୧୫ ଭୋଟ୍ ଶାହଙ୍କୁ ମିଳିଥିବାବେଳେ ଖଣ୍ଡେ ଭୋଟ୍ ମିଳିନଥିଲା ତାହ ପାକିସ୍ତାନ ଦେଇନଥିବା ଚର୍ଚ୍ଚା ହେଉଛି।

ଶାହ ଆଇସିସି ଅଧ୍ୟକ୍ଷ ନିର୍ବାଚିତ ପରେ ଟେନସନ ବଢିଛି ପାକିସ୍ତାନ। ଉପରେ ପାକ୍ ମିଛରେ ମୁରୁକି ହସୁଛି,ହସ ପଛରେ କୁଆଡେ ଲୁଚିରହିଛି ମିଛ ରାଜନୀତି।  ଭିତରେ ପାକିସ୍ତାନ ଖେଳାଳି ରାଗୁଥିବାବେଳେ ଉପରେ କିନ୍ତୁ ଶାହଙ୍କୁ ପ୍ରଶଂସା କରିବାକୁ ଭୁଲିନାହାନ୍ତି। ୟୁନୁସ ଖାନ କହିଛନ୍ତି ଜୟ ଶାହ ଆଇସିସିର ଅଧ୍ୟକ୍ଷ ନିର୍ବାଚିତ ହେବା ପରେ ଖେଳୁଆଡ ମନୋଭାବ ଦେଖାଇବା ଉଚିତ୍,କ୍ରିକେଟର ଉନ୍ନତି ପାଇଁ ଉଦ୍ୟମ କରିବା ଉଚିତ୍ । ଚାମ୍ପିୟନ୍ସ ଟ୍ରଫି ଖେଳିବାକୁ ଭାରତ ପାକିସ୍ତାନ ଆସୁ । କ୍ରିକେଟ୍ ମାଧ୍ୟମରେ ଦୁଇ ଦେଶ ମଧ୍ୟରେ ଦ୍ବିପାକ୍ଷିକ ସଂପର୍କକୁ ଉନ୍ନତ କରିବା ଦିଗରେ ପ୍ରୟାସ କରିବା ଉଚିତ୍ ବୋଲି କହିଛନ୍ତି । କିଛି ବର୍ଷ ଧରି ଏହି ଦୁଇ ଦେଶ ମଧ୍ୟରେ କୌଣସି ଦ୍ୱିପାକ୍ଷିକ ସିରିଜ୍ ଖେଳାଯାଇନଥିବା ବେଳେ ଏସୀୟା କମ୍ ଓ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ଟୁର୍ଣ୍ଣାମେଣ୍ଟରେ ଦୁଇ ପ୍ରତିଦ୍ୱନ୍ଦ୍ୱୀଙ୍କ ମଧ୍ୟରେ କଡ଼ା ଟକ୍କର ହୋଇଥାଏ ।

ଭାରତ-ପାକିସ୍ତାନ ମ୍ୟାଚ ଦେଖିବାକୁ ବିଶ୍ୱର କୋଟି କୋଟି କ୍ରିଡ଼ାପ୍ରେମୀ ଉତ୍ସୁକତାର ସହିତ ଅପେକ୍ଷା କରିଥାନ୍ତି । ୨୦୨୫ରେ ଆଇସିସି ଚାମ୍ପିୟନ୍ସ ଟ୍ରଫି ୧୯ ଫବୃୟାରୀରୁ ୯ ମାର୍ଚ୍ଚ ପର୍ଯ୍ୟନ୍ତ ହେବାକୁ ଥିବାବେଳେ ତାକୁ ନେଇ ପାକିସ୍ତାନ ଚିନ୍ତାରେ ପଡ଼ିଛି । କାଳେ ଚାମ୍ପିୟନ୍ସ ଟ୍ରଫି ଆୟୋଜନ କରିବାର ଦାୟିତ୍ୱ ହାତରୁ ଖସିଯିବତ ଏ ଚିନ୍ତା ଘାରିଛି ସଭିଙ୍କୁ,ଜୟ ଆଇସିସିର ଅଧ୍ୟକ୍ଷ ପରି ଏକ ମୁଖ୍ୟ ପଦରେ ଅଧିଷ୍ଠିତ ହେବା ସ୍ଥିର ହେବା ପରେ ପାକିସ୍ତାନ ଏବେ ବିଳିଭିଳି ହେଉଛି। ୨୦୨୨ ଏସିଆ କପ ପାକିସ୍ତାନରେ ଆୟୋଜନ ହେବାର ଥିଲା । ମାତ୍ର ଭାରତ ପାକିସ୍ତାନ ଯିବାକୁ ମନା କରିଦେବାରୁ ଏହି ଟୁର୍ଣ୍ଣାମେଣ୍ଟକୁ ଅନ୍ୟସ୍ଥାନରେ ହୋଇଥିଲା। ଭାରତ ପାକିସ୍ତାନ ଗସ୍ତ କରିବ କି ନାହିଁ ଏଯାଏ ବିସିସିଆଇ ସ୍ଥିର କରିନାହିଁ,କିନ୍ତୁ ପାକ୍ ଚାହୁଁଛି ଭାରତ ସବୁ ମ୍ୟାଚ୍ ଲାହୋରରେ ଖେଳି ବୋଲି ।ତେବେ ପାକିସ୍ତାନ ବାହାରେ ମଧ୍ୟ କିଛି ମ୍ୟାଚ ଆୟୋଜିତ ହେବ ତେବେ ହାଇବ୍ରିଡ ମଡେଲ ଅଧୀନରେ ଭାରତ ଏହି ଟୁର୍ଣ୍ଣାମେଣ୍ଟ ଖେଳିବ ବୋଲି କୁହାଯାଉଛି, ଯେଉଁଥିରେ ଭାରତର ସମସ୍ତ ମ୍ୟାଚ୍ ପାକିସ୍ତାନ ବାହାରେ ଅନୁଷ୍ଠିତ ହେବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଗତ ବର୍ଷ ଏସିଆ କପ୍ ସମୟରେ ମଧ୍ୟ ଭାରତ ପାକିସ୍ତାନ ଗସ୍ତ କରି ନ ଥିଲା। ଭାରତର ସମସ୍ତ ମ୍ୟାଚ୍ ଶ୍ରୀଲଙ୍କାରେ ଅନୁଷ୍ଠିତ ହୋଇଥିଲା। ସେହିଭଳି ଯଦି ଚାମ୍ପିଅନ୍ସ ଟ୍ରଫିରେ ହାଇବ୍ରିଡ ମଡେଲରେ ଖେଳାଯାଏ ଭାରତ ମଧ୍ୟ ମ୍ୟାଚ୍ ଖେଳିବାକୁ ରାଜି ହୋଇପାରେ । ହାଇବ୍ରିଡ ମଡେଲ ଅଧୀନରେ ପାକିସ୍ତାନ ବାହାରେ ଏହାର ମ୍ୟାଚ୍ ଆୟୋଜିତ ହେବ। ୟୁଏଇ କିମ୍ବା ଶ୍ରୀଲଙ୍କାରେ ଏହି ମ୍ୟାଚ୍ ଅନୁଷ୍ଠିତ ହୋଇପାରେ। ଶାହ ଆଇସିସିର ଅଧ୍ୟକ୍ଷ୍ୟ ହେବା ପରେ ଭାରତ ପାକିସ୍ତାନ ଯିବ କି ନାହିଁ ତାର ପ୍ରତିଶତ ୫୦ ପ୍ରତିଶତ ହଁ ୫୦ ପ୍ରତିଶତ ନାଁ ମଧ୍ୟ ହୋଇପାରେ । ତେବେ ଏନେଇ କଣ ନିଷ୍ପତ୍ତି ନେଉଛି ଆଇସିସି ସମେତ ବିସିସିଆଇ

Sponsored
India happy and sad Pakistan! | Argus News