Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ପ୍ରଥମ ଟେଷ୍ଟରେ ଅଷ୍ଟ୍ରେଲିଆ ଚିତପଟାଙ୍ଗ

Smruti Parija
Browse all articles by Smruti Parija
·1 year ago·2 min read
ପ୍ରଥମ ଟେଷ୍ଟରେ ଅଷ୍ଟ୍ରେଲିଆ ଚିତପଟାଙ୍ଗ

Key Points

  • ପର୍ଥରେ ଭାରତର କଙ୍ଗାରୁ ଶିକାର
  • ପ୍ରଥମ ଟେଷ୍ଟରେ ଅଷ୍ଟ୍ରେଲିଆ ଚିତପଟାଙ୍ଗ
  • ବିଦେଶ ମାଟିରେ ଭାରତର ଐତିହାସିକ ବିଜୟ
  • ଜିତ୍ ସହ ଆସିଲା ଖୁସି ଖବର
  • ଟେଷ୍ଟ ଚାମ୍ପିୟନସିପ୍ ପଏଣ୍ଟ ଟେବୁଲର ଶୀର୍ଷରେ ଭାରତ

ଅର୍ଗସ ବ୍ୟୁରୋ: ପର୍ଥରେ ଟିମ୍ ଇଣ୍ଡିଆର କମାଲ୍ । ବିଦେଶ ମାଟିରେ ପ୍ରଥମ ଟେଷ୍ଟରେ ହିଁ ହାସଲ କରିଛି ଐତିହାସିକ ବିଜୟ। 295 ରନର ବଡ଼ ରନ୍ ବ୍ୟବଧାନ ସହ ଅଷ୍ଟ୍ରେଲିଆ ବିରୋଧରେ ବିଜୟ ଅଭିଯାନ ଆରମ୍ଭ କରିଛନ୍ତି ବୁମ୍ରା ବାହିନୀ । ପ୍ରଥମ ଟେଷ୍ଟର 3ୟ ଦିନରେ ହିଁ ଅଷ୍ଟ୍ରେଲିଆ ସମ୍ମୁଖରେ ସ୍କୋରର ପାହାଡ଼ ଛିଡ଼ା କରିଥିଲେ ଭାରତୀୟ ବ୍ୟାଟର୍ । ଯଶସ୍ବୀ ଜୟଶ୍ବାଲ ଓ କିଙ୍ଗ କୋହଲିଙ୍କ ଧୂଆଁଧାର ଶତକ ଦଳର ସ୍କୋରକୁ କରିଥିଲା ଆକାଶ ଛୁଆଁ। 594 ରନର ଲିଡ୍ ସହ ନିଜ ପାରି ଘୋଷଣା କରିଥିଲା ଭାରତ । ଏହା ପରେ ଆରମ୍ଭ ହୋଇଥିଲା କଙ୍ଗାରୁ ଟିମର ପାରି। ବିରାଟ ସ୍କୋର ହାସଲର ଡର ସହ ଭାରତୀୟ ବୋଲରଙ୍କ ଜାଦୁ ଅଷ୍ଟ୍ରେଲିଆ ଖେଳାଳିଙ୍କ ଦମ୍ଭକୁ କରିଥିଲା ଚକମାଚୁର୍। ଚତୁର୍ଥ ଦିନରେ 238 ରନରେ ହିଁ ନିଜ ସବୁ ୱିକେଟ ହରାଇଥିଲା ଅଷ୍ଟ୍ରେଲିଆ। 

ଏହି ଲ୍ୟାଣ୍ଡସ୍ଲାଇଡ୍ ଭିକ୍ଟ୍ରି ପରେ ଭାରତ ପାଇଁ ପୁଣି ଥରେ WTC ଫାଇନାଲ ଖେଳିବାର ଆଶା ଉଜ୍ଜୀବିତ ହୋଇଛି। ଜିତ୍ ସହ ୱାର୍ଲ୍ଡ ଟେଷ୍ଟ ଚାମ୍ପିଅନସିପ ପଏଣ୍ଟ ଟେବୁଲର ଶୀର୍ଷରେ ପହଞ୍ଚିଛି ଟିମ୍ ଇଣ୍ଡିଆ। 15ଟି ମ୍ୟାଚରୁ 9ଟି ବିଜୟ, 5ଟି ପରାଜୟ ଏବଂ ଗୋଟିଏ ଡ୍ର ସହ 110 ପଏଣ୍ଟ ହାସଲ କରିଛି। ସେପଟେ ଅଷ୍ଟ୍ରେଲିଆ 13ଟି ମ୍ୟାଚରୁ 8ଟିରେ ବିଜୟ, 4ଟି ପରାଜୟ ଏବଂ ଗୋଟିଏ ଡ୍ର ସହ 90 ପଏଣ୍ଟ ପାଇ ଏହି ତାଲିକାରେ 2ୟ ସ୍ଥାନରେ ରହିଛି। WTC ଫାଇନାଲରେ ପ୍ରବେଶ କରିବା ପାଇଁ ହେଲେ ଭାରତକୁ ଅଷ୍ଟ୍ରେଲିଆ ବିପକ୍ଷରେ ବଳକା 4ଟି ମ୍ୟାଚ ଜିତିବାକୁ ହେବ। ନଚେତ୍ ତିନୋଟି ଜିତି ଗୋଟିଏ ଡ୍ର ହେଲେ ମଧ୍ୟ ଭାରତ ପାଇଁ ଖୋଲିଯିବ WTC ଫାଇନାଲର ଗେଟ୍। 

କିଛି ମାସ ତଳେ ଘରୋଇ ମାଟିରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଭାରତର ଦୁର୍ବଳ ପ୍ରଦର୍ଶନ କ୍ରିକେଟ୍ ପ୍ରେମୀଙ୍କୁ ନିରାଶ କରିଥିଲା। ହେଲେ ବିଦେଶ ମାଟିରେ ମେନ ଇନ ବ୍ଲୁର ଏ ପରଫରମାନ୍ସ ପୁଣି ଥରେ ଖେଳ ପ୍ରେମୀଙ୍କ ମନରେ ଜୋଶ୍ ଭରିଛି। ସେପଟେ ଡିସେମ୍ବର 6ରୁ ଆଡିଲେଡରେ ଅଷ୍ଟ୍ରେଲିଆ ବିପକ୍ଷରେ ଦ୍ବିତୀୟ ଟେଷ୍ଟ ଖେଳିବାକୁ ରେଡ୍ଡି ବୁମ୍ରା ବାହିନୀ। 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
india-in-australia/border-gavaskar-trophy-india-conquer-australia-with-victory-in-perth-test | Argus News