Videos
|
Sports

India vs West Indies / ୨୪୯ ରନ୍ କରି ବି ହାରିଲା ଭାରତ, ଶାଇ ହୋପଙ୍କ ଶତକରେ ୱେଷ୍ଟଇଣ୍ଡିଜର ଐତିହାସିକ ବିଜୟ

Ritu Das
Browse all articles by Ritu Das
·1 hour ago·2 min read
୨୪୯ ରନ୍ କରି ବି ହାରିଲା ଭାରତ, ଶାଇ ହୋପଙ୍କ ଶତକରେ ୱେଷ୍ଟଇଣ୍ଡିଜର ଐତିହାସିକ ବିଜୟ
Cricket

Key Points

ଶାଇ ହୋପଙ୍କ ବିସ୍ଫୋରକ ଶତକ ଏବଂ ଶେରଫାନ୍ ରଦରଫୋର୍ଡଙ୍କ ଆକ୍ରମଣାତ୍ମକ ବ୍ୟାଟିଂ ୱେଷ୍ଟଇଣ୍ଡିଜକୁ ଏକ ବଡ଼ ବିଜୟ ଦେଇଛି
ଭାରତୀୟ ବୋଲରଙ୍କ ଉପରେ ଭାରି ପଡ଼ିଲା ୱେଷ୍ଟଇଣ୍ଡିଜର ବ୍ୟାଟିଂ। ଏମିତି ମାଡ଼ ଯିଏ ଦେଖିବ ସେ ଖୁସି ହୋଇଯିବ। ୨୪୯ ରନର ବିଶାଳ ସ୍କୋର କରି ମଧ୍ୟ ପରାଜୟର ସାମ୍ନା କରିଛି ଟିମ୍ ଇଣ୍ଡିଆ। ଶାଇ ହୋପଙ୍କ ବିସ୍ଫୋରକ ଶତକ ଏବଂ ଶେରଫାନ୍ ରଦରଫୋର୍ଡଙ୍କ ଆକ୍ରମଣାତ୍ମକ ବ୍ୟାଟିଂ ୱେଷ୍ଟଇଣ୍ଡିଜକୁ ଏକ ବଡ଼ ବିଜୟ ଦେଇଛି। ରାଞ୍ଚିରେ ଖେଳାଯାଇଥିବା ଏହି ମ୍ୟାଚରେ ଭାରତୀୟ ଦଳର ବୋଲିଂ ରଣନୀତି ଫେଲ୍ ମାରିଥିବା ବେଳେ କାରିବିଆନ୍ ବ୍ୟାଟରଙ୍କ ଛକା-ଚୌକା ବର୍ଷା ଦର୍ଶକଙ୍କୁ ରୋମାଞ୍ଚିତ କରିଥିଲା।

  • ୨୪୯ ରନ୍ କରି ବି ଭାରତର ପରାଜୟ

ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ୨୪୯ ରନର ବଡ଼ ସ୍କୋର ଛିଡ଼ା କରିଥିଲା। ଏତେ ବଡ଼ ଲକ୍ଷ୍ୟକୁ ପିଛା କରିବା ୱେଷ୍ଟଇଣ୍ଡିଜ୍ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ୍ ହେବ ବୋଲି ଆଶା କରାଯାଉଥିଲା। କିନ୍ତୁ ଦ୍ୱିତୀୟ ଇନିଂସରେ ଭାରତୀୟ ବୋଲରଙ୍କ ଉପରେ ଚାପ ସୃଷ୍ଟି କରିବାରେ ସଫଳ ହୋଇଥିଲେ ୱେଷ୍ଟଇଣ୍ଡିଜ୍ ବ୍ୟାଟର। ୱେଷ୍ଟଇଣ୍ଡିଜ ବିଜୟର ସବୁଠାରୁ ବଡ଼ ନାୟକ ଥିଲେ ଶାଇ ହୋପ୍। ସେ ମାତ୍ର ୪୫ ବଲରେ ୧୦୨ ରନ୍ କରି ଅପରାଜିତ ରହିଥିଲେ। ତାଙ୍କ ବ୍ୟାଟରୁ ଚୌକା ଓ ଛକାର ବର୍ଷା ହୋଇଥିଲା। ଭାରତୀୟ ବୋଲରମାନେ ତାଙ୍କୁ ରୋକିବା ପାଇଁ ବିଭିନ୍ନ ରଣନୀତି ଆପଣାଇଥିଲେ ମଧ୍ୟ ସଫଳ ହୋଇପାରି ନଥିଲେ।

ସେହିପରି ଶାଇ ହୋପଙ୍କ ସହ ଶେରଫାନ୍ ରଦରଫୋର୍ଡ ମଧ୍ୟ ଭାରତୀୟ ବୋଲରଙ୍କୁ ନିରାଶ କରିଥିଲେ। ସେ ମାତ୍ର ୩୭ ବଲରେ ୮୪ ରନ୍ ସଂଗ୍ରହ କରିଥିଲେ। ଉଭୟ ବ୍ୟାଟରଙ୍କ ଆକ୍ରମଣାତ୍ମକ ଖେଳ ଭାରତୀୟ ବୋଲିଂ ବିଭାଗକୁ ଚାପରେ ପକାଇଥିଲା। ମୟଙ୍କ ଯାଦବଙ୍କ ଗତି, ଅର୍ଶଦୀପ ସିଂହଙ୍କ ସ୍ୱିଙ୍ଗ୍ ଏବଂ କୁଲଦୀପ ଯାଦବଙ୍କ ସ୍ପିନ୍ ମଧ୍ୟ ୱେଷ୍ଟଇଣ୍ଡିଜର ରନ୍ ଗତିକୁ ରୋକିପାରି ନଥିଲା।

ମ୍ୟାଚର ୧୭ତମ ଓଭର ଭାରତ ପାଇଁ ବେଶ୍ ନୈରାଶ୍ୟଜନକ ଥିଲା। କୁଲଦୀପ ଯାଦବଙ୍କ ବୋଲିଂରେ ଲଗାତାର ତିନୋଟି ଛକା ମାଡ଼ ହୋଇଥିଲା। ୱେଷ୍ଟଇଣ୍ଡିଜ୍ ବ୍ୟାଟରଙ୍କ ଏହି ଆକ୍ରମଣ ଭାରତୀୟ ଶିବିରର ଚିନ୍ତା ବଢ଼ାଇ ଦେଇଥିଲା। ପ୍ରତ୍ୟେକ ବାଉଣ୍ଡରି ସହ ମ୍ୟାଚର ଚିତ୍ର ବଦଳିବାରେ ଲାଗିଥିଲା।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
  • ୱେଷ୍ଟଇଣ୍ଡିଜର ଐତିହାସିକ ରନ୍ ଚେଜ

ଏହି ବିଜୟ ସହ ୱେଷ୍ଟଇଣ୍ଡିଜ୍ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ନିଜର ସର୍ବବୃହତ୍ ରନ୍ ଚେଜ୍ କରିଥିବା ଦାବି କରାଯାଇଛି। ୨୫୦ ରନର ଲକ୍ଷ୍ୟକୁ ସଫଳତାର ସହ ପିଛା କରି ଦଳ ଭାରତକୁ ୬ ୱିକେଟରେ ପରାସ୍ତ କରିଥିଲା।