Videos
|
Sports

India vs New Zealand / ୦ ରନ୍‌ରେ ୩ ୱିକେଟ୍ ହରାଇଲା ଭାରତ… ରୋହିତ, କୋହଲି ଓ ଶ୍ରେୟସଙ୍କ ଲଜ୍ଜାଜନକ ରେକର୍ଡ

Ritu Das
Browse all articles by Ritu Das
·2 hours ago·2 min read
୦ ରନ୍‌ରେ ୩ ୱିକେଟ୍ ହରାଇଲା ଭାରତ… ରୋହିତ, କୋହଲି ଓ ଶ୍ରେୟସଙ୍କ ଲଜ୍ଜାଜନକ ରେକର୍ଡ
Cricket

Key Points

ପଡ଼ିଆରେ ମାଟ ହେନେରୀଙ୍କ ଜଲଓ୍ବା
ଧଡ଼ଧାଡ ହୋଇ ପ୍ରଥମ ଓଭରରେ ଖସିଲା ୩ ଓ୍ବିକେଟ

ଆଜି ମାଉଣ୍ଟ ମାଉଙ୍ଗାନୁଇର ବେ-ଓଭାଲରେ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଚତୁର୍ଥ ଦିନିକିଆ ଖେଳାଯାଉଛି। ଏହି ମୁକାବିଲାରେ ଭାରତୀୟ ଟିମକୁ ୩୩୪ ରନର ଟାର୍ଗେଟ ଦିଆଯାଇଥିଲା। ରନଚେଜରେ ଭାରତୀୟ ଟିମକୁ କେହି ବିଟ କରିପାରନ୍ତିନି। କିନ୍ତୁ ଆଜିର ରନଚେଜ କଥା ଯଦି କହିବା ଅତ୍ୟନ୍ତ ଲଜ୍ଜାଜନକ। ଦ୍ରୂତ ବୋଲର ମାଟ ହେନେରୀ ପ୍ରଥମ ଓଭରରେ ହିଁ ଭାରତକୁ ଏମିତି ଝଟକା ଦେଇଥିଲେ ଯେ, ସ୍କୋର ବୋର୍ଡରେ ରନ ହେବା ପୂର୍ବରୁ ହିଁ ଭାରତର ୩ ଓ୍ବିକେଟ ଖସିଯାଇଥିଲା। ରୋହିତ ଶର୍ମା, ବିରାଟ କୋହଲି ଏବଂ କ୍ୟାପଟେନ ଶ୍ରେୟସ ଆୟର ଖାତା ଖୋଲି ନପାରି ପାଭିଲିୟନ ଫେରିଥିଲେ।

ଆଘାତ କାରଣରୁ ତିନୋଟି ମ୍ୟାଚରେ ବାହାରେ ଥିଲେ କିନ୍ତୁ ଆଜି ଚତୁର୍ଥ ମ୍ୟାଚରେ ଖେଳିବେ ବୋଲି ପ୍ଲେଇ ଇଲେଭେନରେ ନାଁ ଆସିଲା। ଆଉ ହେନେରୀ ଆସୁ ଆସୁ ତାଙ୍କର ଧୂଆଁଧାର ଜଲଓ୍ବା ଦେଖାଇଥିଲେ। ମାଟ ହେନେରୀ ପ୍ରଥମ ଓଭରରେ ହିଁ ରୋହିତ ଶର୍ମାଙ୍କ ବଡ଼ ଓ୍ବିକେଟ ନେଇଥିଲେ। ପଞ୍ଚମ ବଲରେ ବିରାଟ କୋହଲିଙ୍କୁ ବୋଲ୍ଡ କରିଥିଲେ। ତା’ ପରେ ଷଷ୍ଠ ବଲରେ ଶ୍ରେୟସ ଆୟରଙ୍କୁ LBW କରିଥିଲେ। ଭାରତ ପ୍ରଥମ ଓଭରରେ ହିଁ ତିନୋଟି ବଡ଼ ଓ୍ବିକେଟ ହରାଇ ବସିଲା। ଯାହାକି ଅତ୍ୟନ୍ତ ଲଜ୍ଜାଜନକ ରେକର୍ଡ।

ଦିନିକିଆ କ୍ରିକେଟ ଇତିହାସରେ ଏହା ହେଉଛି ପଞ୍ଚମ ଘଟଣା, ଯେଉଁଠାରେ କୌଣସି ଦଳ ଶୂନ୍ୟ ସ୍କୋରରେ ନିଜର ପ୍ରଥମ ତିନିଟି ୱିକେଟ ହରାଇଛି। ୧୯୮୩ ମସିହାରେ ପାକିସ୍ତାନ ସହିତ ଏଭଳି ପ୍ରଥମ ଘଟଣା ଘଟିଥିଲା। ପାକିସ୍ତାନ ବିଶ୍ୱର ଏକମାତ୍ର ଦଳ ଯିଏ ଦୁଇଥର ଶୂନ୍ୟ ସ୍କୋରରେ ନିଜର ପ୍ରଥମ ତିନିଟି ୱିକେଟ ହରାଇଛି। ଏହା ବ୍ୟତୀତ ବାଂଲାଦେଶ ଏବଂ ଅଷ୍ଟ୍ରେଲିଆ ମଧ୍ୟ ଏଭଳି ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି।

ଯେଉଁ ଦଳଗୁଡ଼ିକ ୦ ରନ ସ୍କୋର କରିବା ମଧ୍ୟରେ ନିଜର ପ୍ରଥମ ତିନୋଟି ୱିକେଟ ହରାଇଥିଲେ:
ପାକିସ୍ତାନ (ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ) – ୧୯୮୩
ପାକିସ୍ତାନ (ଦକ୍ଷିଣ ଆଫ୍ରିକା ବିପକ୍ଷରେ) – ୧୯୯୭
ବାଂଲାଦେଶ (ଶ୍ରୀଲଙ୍କା ବିପକ୍ଷରେ) – ୨୦୦୩
ଅଷ୍ଟ୍ରେଲିଆ (ବାଂଲାଦେଶ ବିପକ୍ଷରେ) – ୨୦୨୬
ଭାରତ (ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ) – ୨୦୨୬
ଯୁବରାଜ ସିଂହଙ୍କ ରେକର୍ଡ ସହ ସମକକ୍ଷ ହେଲେ ରୋହିତ ଶର୍ମା

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହି ମ୍ୟାଚରେ, ରୋହିତ ଶର୍ମା ଏକ ‘ଗୋଲ୍ଡେନ ଡକ’ (golden duck) ର ଶିକାର ହୋଇଥିଲେଅର୍ଥାତ ଇନିଂସର ପ୍ରଥମ ବଲରେ ହିଁ ସେ ଆଉଟ ହୋଇଯାଇଥିଲେ। ଦିନିକିଆ (ODI) କ୍ରିକେଟରେ ରୋହିତ ୧୮ତମ ଥର ପାଇଁ ‘ଶୂନ୍ୟ’ (zero) ରନ କରି ଆଉଟ ହୋଇଛନ୍ତି। ଏହା ସହିତ, ସେ ଦିନିକିଆ କ୍ରିକେଟରେ ସର୍ବାଧିକ ଥର ‘ଶୂନ୍ୟ’ ରନ କରି ଆଉଟ ହେବା କ୍ଷେତ୍ରରେ ଯୁବରାଜ ସିଂହଙ୍କ ରେକର୍ଡ ସହ ସମକକ୍ଷ ହୋଇଛନ୍ତି; ନିଜର ଦିନିକିଆ କ୍ୟାରିୟର ମଧ୍ୟରେ ଯୁବରାଜ ମଧ୍ୟ ୧୮ ଥର ବିନା କୌଣସି ରନ ସଂଗ୍ରହ କରି ଆଉଟ ହୋଇଥିଲେ।