Videos
|
Sports

ବୁଧବାରଠୁ ଭାରତ-ନ୍ୟୁଜିଲାଣ୍ଡ ଟେଷ୍ଟ ସିରିଜ୍‌

Ritu Das
Browse all articles by Ritu Das
·1 year ago·2 min read
ବୁଧବାରଠୁ ଭାରତ-ନ୍ୟୁଜିଲାଣ୍ଡ ଟେଷ୍ଟ ସିରିଜ୍‌

ଅର୍ଗସ ବ୍ୟୁରୋ: ବାଂଲାଦେଶ ପରେ ଏବେ ନ୍ୟୁଜିଲାଣ୍ଡର ପାଳି । ପ୍ରଥମେ ବାଂଲାଦେଶଠୁ ୨-୦ ସିରିଜ୍‌ ହାତେଇବା ପରେ ଆଜିଠୁ ନ୍ୟୁଜିଲାଣ୍ଡ ସହ ମୁକାବିଲା । ବୁଧବାରଠୁ ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମ୍‌ରେ ଖେଳାଯିବ ଭାରତ-ନ୍ୟୁଜିଲାଣ୍ଡ ସିରିଜ୍‌ର ପ୍ରଥମ ଟେଷ୍ଟ ମ୍ୟାଚ୍‌।

ବର୍ତ୍ତମାନ ଜବରଦସ୍ତ ଫର୍ମରେ ଅଛି ଟିମ୍‌ ଇଣ୍ଡିଆ । ନିକଟରେ ବାଂଲାଦେଶକୁ ଉଭୟ ଟେଷ୍ଟ ଏବଂ ଟି-୨୦ ସିରିଜ୍‌ରେ ମାତ୍‌ ଦେଇଛି । ବାକି ଏବେ ନ୍ୟୁଜିଲାଣ୍ଡର ପାଳି । ତେବେ ପ୍ରଥମ ମ୍ୟାଚ୍‌ର ପ୍ଲେଇଙ୍ଗ ଇଲେଭନ୍‌କୁ ନେଇ ଟିମ୍ ଇଣ୍ଡିଆରେ ଚାଲିଛି ମାନସମନ୍ଥନ। ବାଂଲାଦେଶ ବିରୋଧରେ ଖେଳିଥିବା ଟିମ୍‌ ହିଁ ସମାନ ରହିବା ବୋଲି ଆଶା କରାଯାଉଛି।

ଯଦି ଜଶପ୍ରୀତ୍‌ ବୁମ୍‌ରା ଯଦି ପ୍ରଥମ ଟେଷ୍ଟ ମ୍ୟାଚ୍‌ ଖେଳୁଛନ୍ତି । ତେବେ ଆକାଶ ଦୀପ୍‌ଙ୍କୁ ବେଞ୍ଚରେ ବସିବାକୁ ପଡିବ । ଏହାବ୍ୟତୀତ ଦ୍ୱିତୀୟ ବୋଲର ଭାବେ ମହମ୍ମଦ ସିରାଜଙ୍କୁ ସାମିଲ ହୋଇପାରନ୍ତି । ବେଙ୍ଗାଲୁରୁରେ ଦୁଇ ପେସରଙ୍କୁ ନେଇ ପଡିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ବାକି ତିନି ଜଣ ସ୍ପିନରଙ୍କୁ ଟିମ୍‌ରେ ସାମିଲ ହୋଇପାରନ୍ତି। ରବିନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ୱିନୀ, ଅକ୍ଷର ପଟେଲ୍‌ କିମ୍ବା କୁଲଦୀପ ଯାଦବ ସାମିଲ ହୋଇପାରନ୍ତି । 

ସେପଟେ ନ୍ୟୁଜିଲାଣ୍ଡ ଟିମ୍‌ ମଧ୍ୟ ଜବରଦସ୍ତ ଫର୍ମରେ ଅଛି । ଭାରତ ସହି ଟକ୍କର ଦେବାକୁ ମଧ୍ୟ ଜୋରଦାର ପ୍ରସ୍ତୁତି କରୁଛି । ବାକି ଟିମ୍‌ରେ ଉଭୟ ସିନିୟର ଏବଂ ଜୁନିୟର ଖେଳାଳିଙ୍କ ସନ୍ତୁଳନ ରହିଛି , ଦେଖାଯାଉ କିପରି ଘରୋଇ ମାଟିରେ ଭାରତକୁ ଟକ୍କର ଦେଉଛି ନ୍ୟୁଜିଲାଣ୍ଡ ଟିମ୍‌ । 
ଯଦି ଆମେ ପାଣିପାଗର ରିପୋର୍ଟ ଦେଖିବା । ତେବେ ଗୋଟିଏ ଦିନ ବର୍ଷା ହେବାର ଆଶଙ୍କା ରହିଛି । ୧୪ ପ୍ରତିଶତ ବର୍ଷା ହେବାର ଆକଳନ କରିଛି ପାଣିପାଗ ବିଭାଗ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସମ୍ଭାବିତ ଭାରତୀୟ ଦଳ- ଯଶସ୍ୱୀ ଜୈସଓ୍ୱାଲ୍‌, ରୋହିତ ଶର୍ମା (ଅଧିନାୟକ), ଶୁଭମନ୍‌ ଗିଲ୍‌, ବିରାଟ କୋହଲି, ରିଷଭ ପନ୍ଥ (ଓ୍ୱିକେଟ୍‌ କିପର) , କେଏଲ୍‌ ରାହୁଲ, ରବିନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ୱିନୀ, ଅକ୍ଷର ପଟେଲା/ କୁଳଦୀପ ଯାଦବ, ଜଶପ୍ରୀତ୍‌ ବୁମ୍‌ରା, ମହମ୍ମଦ ସିରାଜ ।

ପ୍ରଥମ ଟେଷ୍ଟ ପାଇଁ ସମ୍ଭାବିତ ନ୍ୟୁଜିଲାଣ୍ଡ ଦଳ- ଟମ୍‌ ଲାଥମ (ଅଧିନାୟକ), ଟମ୍‌ ବ୍ଲୁଣ୍ଡେଲ୍‌ ଓ୍ୱିକେଟ୍‌ (କିପର), ଡେଭନ୍‌ କନ୍‌ଓ୍ୱେ, ଓ୍ୱିଲ୍‌ ୟଙ୍ଗ, କେନ୍‌ ଓ୍ୱିଲିୟନସମ୍‌, ମିଚେଲ୍‌ ବ୍ରେସଓ୍ୱେଲ୍‌, ଡାରିଲ୍‌ ମିଚେଲ୍‌, ରଚିନ୍ ରବିନ୍ଦ୍ର, ଗ୍ଲେନ୍‌ ଫିଲିପ୍ସ, ମାର୍କ ଚମ୍ପରନ, ମିଚେଲ୍ ସାଣ୍ଟନର, ଟିମ୍‌ ସାଉଦୀ, ମାଟ୍‌ ହେନେରୀ, ଜାକବ୍‌ ଡୁଫି, ଏଜାଜ ପଟେଲ୍‌, ଓ୍ୱିଲିୟମ୍‌ ଓ ରୁକି

ଭାରତ-ନ୍ୟୁଜିଲାଣ୍ଡ ଟେଷ୍ଟ ସିରିଜ୍‌
୧୬ ଅକ୍ଟୋବର : ପ୍ରଥମ ଟେଷ୍ଟ, ବେଙ୍ଗାଲୁରୁ
୨୪ ଅକ୍ଟୋବର : ଦ୍ୱିତୀୟ ଟେଷ୍ଟ, ପୁଣେ
୧ ନଭେମ୍ବର : ତୃତୀୟ ଟେଷ୍ଟ, ମୁମ୍ବାଇ 

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

India-New Zealand | Argus News