Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ଆଜି ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ

Ritu Das
Browse all articles by Ritu Das
·2 years ago·2 min read
ଆଜି ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ

ଅର୍ଗସ ବ୍ୟୁରୋ: ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଆଉ ମାତ୍ର କିଛି ଘଣ୍ଟା ପରେ ଆରମ୍ଭ ହେବାକୁ ଯାଉଛି ଭାରତ-ପାକିସ୍ତାନ ମହାଟକ୍କର। ୨୦ ମାସ ପରେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଟ୍ବେଣ୍ଟି-୨୦ କ୍ରିକେଟ୍‌ ବିଶ୍ବକପ୍‌ରେ ସାମ୍ନାସାମ୍ନି ହେବେ। ରବିବାର ରାତି ୮ଟାରୁ ଆରମ୍ଭ ହୋଇଯିବ ଏହି ଚର୍ଚ୍ଚିତ ଲଢ଼େଇ। ବୁମ୍‌ରା-ବାବର, କୋହଲି-ଆମିର, ରୋହିତ-ଆଫ୍ରିଦି ଓ ସୂର୍ଯ୍ୟକୁମାର-ହାରିସ୍‌ ଲଢ଼େଇକୁ ନେଇ କ୍ରିକେଟ୍ ଜଗତ କମ୍ପିବ। ଚୀର ପ୍ରତିଦ୍ବନ୍ଦ୍ବୀଙ୍କ ମଧ୍ୟରେ ହେବାକୁ ଥିବା କ୍ରିକେଟ୍ ଯୁଦ୍ଧକୁ ନେଇ ସମଗ୍ର କ୍ରିକେଟ୍ ଜଗତ ଚଳଚଞ୍ଚଳ। ଦୁଇ ଦେଶର ପ୍ରଶଂସକ ବି ଉଲ୍ଲସିତ। ଉଭୟ ଦଳର ଖେଳାଳି ନିଜ ଶକ୍ତି ଓ ସାମର୍ଥ୍ୟକୁ ଶାଣିତ କରିବାରେ ଲାଗି ପଡ଼ିଛନ୍ତି। 

କିଛି ଚାପକୁ ପ୍ରତିହତ କରିବା ଲାଗି ମ୍ୟାଚ୍ ପୂର୍ବଦିନ ଖେଳାଳିମାନେ କିଛି ସମୟ ନ୍ୟୁୟର୍କ ସହରରେ ବୁଲାବୁଲି କରିଛନ୍ତି। ଏହି ମ୍ୟାଚ୍‌କୁ ନେଇ କିନ୍ତୁ ପୁରଠାରୁ ପଲ୍ଲୀ ପର୍ଯ୍ୟନ୍ତ ସବୁଠି ଉତ୍ସାହ। ଏପରିକି କ୍ରିକେଟ୍‌ର ଅଣପାରମ୍ପରିକ ବଜାର ଆମେରିକାରେ ମଧ୍ୟ ଲାଗି ରହିଛି ଭାରତ-ପାକିସ୍ତାନ ମ୍ୟାଚ୍‌ର ଧୁମ୍। ସେଠାରେ ଗୋଟିଏ ଗୋଟିଏ ଟିକେଟ୍‌ ଦର ଦେଢ଼ କୋଟି ଟଙ୍କା ଛୁଇଁଛି। ସେହିଭଳି ଭାରତରେ ପ୍ରତି ସେକେଣ୍ଡ ବିଜ୍ଞାପନ ଦର ଚାରି ଲକ୍ଷ ଟପିଛି। ରେକର୍ଡ କିନ୍ତୁ ଭାରତ ସପକ୍ଷରେ ରହିଛି।

ଭାରତ - ରୋହିତ ଶର୍ମା (କ୍ୟାପଟେନ), ରିଷଭ ପନ୍ତ (ଓ୍ବିକେଟ କିପର), ବିରାଟ କୋହଲି, ସୂର୍ଯ୍ୟ କୁମାର ଯାଦବ, ଶିଭମ ଦୁବେ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ଯଶପ୍ରିତ ବୁମରାହ, ଅର୍ଶଦୀପ ସିଂ, ମହମ୍ମଦ ସିରାଜ, ୟୁଜବେନ୍ଦ୍ର ଚହଲ, ସଞ୍ଜୁ ସାମସନ, କୁଲଦୀପ ଯାଦବ, ଯଶସ୍ବୀ ଜୈସ୍ବାଲ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପାକିସ୍ତାନ- ମହମ୍ମଦ ରିଜ୍ବାନ (ଓ୍ବିକେଟ କିପର), ବାବର ଆଜମ (କ୍ୟାପଟେନ), ଉସମାନ ଖାନ, ଫକର ଜମାନ, ଶଦାବ ଖାନ, ଆଜମ ଖାନ, ଇଫିତିକାର ଅହମ୍ମଦ, ସାହିନ ଆଫ୍ରିଦି, ହାରିଷ ରାଊଫ, ନସିମ ଶାହ, ମହମ୍ମଦ ଆମିର, ଇମାଦ ଓ୍ବାସିମ, ଅବ୍ରାର ଅହମ୍ମଦ, ସାଇମ ଆୟୁବ, ଆବାସ ଆଫ୍ରିଦି। 

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

Sponsored
India-Pakistan | Argus News