Videos
|
Sports

ବାତିଲ୍ ହେଲା ଭାରତ-ପାକିସ୍ତାନ ଲିଜେଣ୍ଡସ୍ ଲିଗ୍ କ୍ରିକେଟ୍ ମ୍ୟାଚ୍

Rashmita Mishra
Browse all articles by Rashmita Mishra
·1 year ago·1 min read
ବାତିଲ୍ ହେଲା ଭାରତ-ପାକିସ୍ତାନ ଲିଜେଣ୍ଡସ୍ ଲିଗ୍ କ୍ରିକେଟ୍ ମ୍ୟାଚ୍

Key Points

ବାତିଲ୍ ହେଲା ଭାରତ-ପାକିସ୍ତାନ ଲିଜେଣ୍ଡସ୍ ଲିଗ୍ କ୍ରିକେଟ୍ ମ୍ୟାଚ୍
ଭାରତ-ପାକିସ୍ତାନ ଲିଜେଣ୍ଡସ୍ ଲିଗ୍ କ୍ରିକେଟ୍ ମ୍ୟାଚକୁ ନେଇ ହୋଇଥିଲା ବିବାଦ
ମ୍ୟାଚ୍ ବାତିଲ ନେଇ ଆୟୋଜକଙ୍କ ପକ୍ଷରୁ ଜାରି କରାଗଲା ପ୍ରେସ୍ ବାର୍ତ୍ତା
ମ୍ୟାଚ୍ ଆୟୋଜନ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ଭାରତୀୟ କ୍ରିକେଟର

ପାକିସ୍ତାନ ବିପକ୍ଷରେ ମ୍ୟାଚ ଖେଳିବାକୁ ମନା କରିଦେଲେ ଭାରତୀୟ କ୍ରିକେଟର । ବାତିଲ୍ ହେଲା ଭାରତ-ପାକିସ୍ତାନ ଲିଜେଣ୍ଡସ୍ ଲିଗ୍ କ୍ରିକେଟ୍ ମ୍ୟାଚ୍। ଏହି ମ୍ୟାଚକୁ ନେଇ ବିବାଦ ହୋଇଥିଲା। ଚାରି ଜଣ ଭାରତୀୟ କ୍ରିକେଟର ଖେଳିବାକୁ ମନା କରିବା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଲିଜେଣ୍ଡସ ଲିଗ୍ ମ୍ୟାଚକୁ ବାତିଲ କରିଦିଆଯାଇଛି । ମ୍ୟାଚ୍ ବାତିଲ ନେଇ ଆୟୋଜକଙ୍କ ପକ୍ଷରୁ ପ୍ରେସ୍ ବାର୍ତ୍ତା ଜାରି କରାଯାଇଛି ।


ଇଂଲଣ୍ଡରେ ଖେଳାଯାଉଥିବା ୱାର୍ଲଡ ଚମ୍ପିୟନ ଅଫ୍ ଲିଜେଣ୍ଡସ ଟୁର୍ଣ୍ଣାମେଣ୍ଟରେ ଆଜି ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିଲା ମ୍ୟାଚ୍। ତେବେ ପାକିସ୍ତାନ ବିପକ୍ଷରେ ମ୍ୟାଚ୍ ଖେଳିବାକୁ ମନା କରିଦେଇଥିଲେ ହର ଭଜନ ସିଂ, ଯୁସୁଫ ପଠାନ, ସୁରେଶ ରାଇନା, ଶିଖର ଧାୱନଙ୍କ ପରି ଭାରତୀୟ ଲିଜେଣ୍ଡସ। ସୋସିଆଲ୍ ମିଡିଆରେ କ୍ରିକେଟର ଶିଖର ଧୱନ ଲେଖିଛନ୍ତି `ମୋ ଦେଶ ମୋ ପାଇଁ ସବୁକିଛି, ଦେଶଠାରୁ ବଳି ଆଉ କିଛି ନାହିଁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଆତଙ୍କୀସ୍ତାନ ସହ କୌଣସି କ୍ରୀଡ଼ା ଆୟୋଜନକୁ ବିରୋଧ କରାଯାଉଛି। କାଶ୍ମୀର ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଉଭୟ ଦେଶ ମଧ୍ୟରେ ବେଶ ତିକ୍ତତା ଲାଗି ରହିଥିବା ବେଳେ ଖେଳାଳିଙ୍କ ଏହି ନିଷ୍ପତ୍ତି ସାମାଜିକ ଗଣମାଧ୍ୟମରେ ବେଶ ଚର୍ଚ୍ଚା ହେଉଛି। ଭାବନାକୁ ଆହତ କରିଥିବାରୁ କ୍ଷମା ମାଗିଲେ WCLର ଆୟୋଜକ। ଆୟୋଜକ କହିଛନ୍ତି କେବଳ କ୍ରୀଡ଼ା ପ୍ରେମୀଙ୍କୁ ଭଲ ଅନୁଭୂତି ଦେବାକୁ ଏହି ମ୍ୟାଚର ଆୟୋଜନ କରାଯାଇଛି।

india-pakistan-legends-league-cricket-match-cancelled | Argus News