Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Barabati Stadium / ବାରବାଟୀରେ ଭଲ ନାହିଁ ଭାରତର ପ୍ରଦର୍ଶନ

Rashmita Mishra
Browse all articles by Rashmita Mishra
·7 months ago·2 min read
ବାରବାଟୀରେ ଭଲ ନାହିଁ ଭାରତର ପ୍ରଦର୍ଶନ
Barabati Stadium

Key Points

ରାତି ପାହିଲେ ବାରବାଟୀରେ ବିଗ୍ ଫାଇଟ... ।
ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଏକ ରୋମାଞ୍ଚକର ମ୍ୟାଚ ଅପେକ୍ଷାରେ ଦର୍ଶକ ।
ରାତି ପାହିଲେ ବାରବାଟୀରେ ବିଗ୍ ଫାଇଟ...ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଏକ ରୋମାଞ୍ଚକର ମ୍ୟାଚ ଅପେକ୍ଷାରେ ଦର୍ଶକ । ଆଜି ଉଭୟ ଦଳର ଖେଳାଳି କଡ଼ା ସୁରକ୍ଷା ମଧ୍ୟରେ ବାରବାଟୀରେ ପହଂଚିଥିଲେ । ଆଉ ତା ପରେ ୩ଘଣ୍ଟା ଧରି ଅଭ୍ୟାସ କରିଛନ୍ତି । ଭାରତର ବ୍ୟାଟସମ୍ୟାନ ଓ ବୋଲର ଅଭ୍ୟାସ କରିଥିବା ବେଳେ ଦକ୍ଷିଣ ଆଫ୍ରିକାର ଖେଳାଳି ମଧ୍ୟ ପ୍ରାକ୍ଟିସ କରିଛନ୍ତି । ଦିନ ୧ଟା ୩୦ରୁ ଟିମ ଇଣ୍ଡିଆ ର ଖେଳାଳୀ ମୁଖ୍ୟ କୋଚ ଗୌତମ ଗମ୍ଭୀର ଓ ଅଧିନାୟକ ସୂର୍ଯ୍ୟକୁମାରଙ୍କ ସାଙ୍ଗରେ ଓହ୍ଲାଇ କଠିନ ଅଭ୍ୟାସ କରିଥିଲେ ।

ଖେଳାଳିଙ୍କ ଅଭ୍ୟାସ ସମୟରେ ଦର୍ଶକ କେତେ ଉତ୍ସାହିତ ଅଛନ୍ତି ମ୍ୟାଚକୁ ନେଇ ତାହା ସ୍ପଷ୍ଟ ବାରି ହୋଇପଡୁଥିଲା । ଟିମ୍ ଇଣ୍ଡିଆର ଅଧିନାୟକ ସୂର୍ଯ୍ୟକୁମାର କହିଛନ୍ତି, ଆମ ଟିମ ପୁରା ଫିଟ ଅଛି । ଦିନିକିଆ ସିରିଜ ଆମେ ଜିତିଛୁ । ଆସନ୍ତାକାଲି ଭଲ ମ୍ୟାଚ ହେବ । ପୁରା ଟିମ୍ ଦମରେ ପଡିଆକୁ ଓହ୍ଲାଇବ ।

ସେପଟେ ସନ୍ଧ୍ୟାରେ ଫ୍ଲଡ ଲାଇଟରେ ଦକ୍ଷିଣ ଆଫ୍ରିକା ଟିମ୍ କଠିନ ଅଭ୍ୟାସ କରିଛି । ଟି ଟ୍ଵେଣ୍ଟି ସିରିଜର ଆରମ୍ଭରୁ ବିଜୟ ଲକ୍ଷ୍ୟରେ ରହିଛି । ଦକ୍ଷିଣ ଆଫ୍ରିକା ଏକ ସନ୍ତୁଳିତ ଦଳ ଏବଂ ବାରବାଟୀରେ ଟି ଟ୍ଵେଣ୍ଟିରେ ଏହାର ବିଜୟ ହାର ଶତ ପ୍ରତିଶତ। ଦକ୍ଷିଣ ଆଫ୍ରିକା ଅଧିନାୟକ ମାକରମ କହିଛନ୍ତି, ଯଦିଓ ୨ ଟି ମ୍ୟାଚ ପୂର୍ବରୁ ଦକ୍ଷିଣ ଆଫ୍ରିକା ଏହି ପିଚରେ ଜିତିସାରିଛି, ମୁଁ ସେହି ଦଳରେ ଖେଳିନି । ଏହି ପିଚ ମୋ ପାଇଁ ନୂଆ ।

ଯଦି ଇତିହାସକୁ ଦେଖିବା ତେବେ ବାରବାଟୀ ଷ୍ଚାଡିୟମରେ ମୋଟ ୩ଟି ଟି ଟ୍ଵେଣ୍ଟି ମ୍ୟାଚ୍ ଖେଳାଯାଇଛି । ଭାରତ ୨ଟିରେ ହାରିଥିବା ବେଳେ ଗୋଟିଏ ମ୍ୟାଚରେ ଜିତିଛି । ୨ଟି ମ୍ୟାଚ୍ ଦକ୍ଷିଣ ଆଫ୍ରିକା ସହିତ ଖେଳାଯାଇଥିବା ବେଳେ ଗୋଟିଏ ମ୍ୟାଚ ଶ୍ରୀଲଙ୍କା ସହ ହୋଇଥିଲା । ବାରବାଟୀରେ ଖେଳାଯାଇଥିଲା ମୋଟ ୩ଟି ଟି ଟ୍ଵେଣ୍ଟି ମ୍ୟାଚ୍ କିଛି ଏହିପରି ।

୨୦୧୫ ଅକ୍ଟୋବର ୫ରେ ଭାରତ ବନାମ ଦକ୍ଷିଣ ଆଫ୍ରିକା ପ୍ରଥମ ଟି ଟ୍ଵେଣ୍ଟି, ୬ ଓ୍ଵିକେଟରେ ଜିତିଲା ଦକ୍ଷିଣ ଆଫ୍ରିକା
୨୦୧୭ ଡିସେମ୍ବର ୨୦ରେ ଭାରତ ବନାମ ଶ୍ରୀଲଙ୍କା ଦ୍ଵିତୀୟ ଟି ଟ୍ଵେଣ୍ଟି, ୯୩ରନରେ ଜିତିଥିଲା ଭାରତ ।
୨୦୨୨ ଜୁନ୍ ୧୨ରେ ଭାରତ ବନାମ ଦକ୍ଷିଣ ଆଫ୍ରିକା ତୃତୀୟ ଟି ଟ୍ଵେଣ୍ଟି, ୪ ଓ୍ଵିକେଟରେ ଜିତିଥିଲା ଦକ୍ଷିଣ ଆଫ୍ରିକା । 
ଆଉ ବର୍ତ୍ତମାନ ସମୟରେ ସମସ୍ତଙ୍କ ନଜର ଚତୁର୍ଥ ଟି ଟ୍ଵେଣ୍ଟି ଉପରେ...। 

ଅଧିକ ପଢ଼ନ୍ତୁ ଖେଳ ଖବର...
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Barabati Stadium | India’s Performance at Barabati Falls Short of Expectations | Argus News