Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ଧ୍ୱନିଙ୍କ ରେକର୍ଡ ଭାଙ୍ଗିଲେ ରିଷଭ ପନ୍ଥ

Smruti Parija
Browse all articles by Smruti Parija
·1 year ago·1 min read
ଧ୍ୱନିଙ୍କ ରେକର୍ଡ ଭାଙ୍ଗିଲେ ରିଷଭ ପନ୍ଥ

Key Points

ଭାରତ ପ୍ରଥମ ଇନିଂସରେ ୪୭୧ରେ ଅଲଆଉଟ

ଭାରତ ଶେଷ ୭ଟି ୱିକେଟ ୪୧ ରନରେ ହରାଇଥିଲା

ପନ୍ଥ ୱିକେଟ କିପର ଭାବେ ଭାରତ ପକ୍ଷରୁ ସର୍ବାଧିକ ଶତକ ହାସଲ କରିଛନ୍ତି


ଲିଡ୍ସ ରେ ଭାରତ ପ୍ରଥମ ଇନିଂସରେ ୪୭୧ରେ ଅଲଆଉଟ । ଶୁଭମନ ଗିଲ, ଯଶସ୍ୱୀ ଜୈସୱାଲ ଓ ରିଷଭ ପନ୍ଥଙ୍କ ଶତକ ସହାୟତାରେ ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ଭାରତ ୪୭୧ ରନ କରି ଅଲଆଉଟ ହୋଇଯାଇଛି । ଭାରତ ଶେଷ ୭ଟି ୱିକେଟ ୪୧ ରନରେ ହରାଇଥିଲା । ଗିଲ ୧୪୭, ପନ୍ତ ୧୩୪ ଓ ଯଶସ୍ୱୀ ୧୦୧ ରନ କରି ଆଉଟ ହୋଇଥିଲେ ।


୮ ବର୍ଷ ପରେ ଭାରତୀୟ ଦଳକୁ ଫେରିଥିବା କରୁଣ ନାୟାର ଖାତା ଖୋଲିପାରି ନ ଥିଲେ । ଶେଷ ଭାଗରେ ଟିମ ଇଣ୍ଡିଆର ବ୍ୟାଟିଂ ଲାଇନ ଅପ ନାଟକୀୟ ଢ଼ଙ୍ଗରେ ପତନ ହୋଇଥିଲା । ଇଂଲଣ୍ଡ ପକ୍ଷରୁ ବେନ ଷ୍ଟୋକ୍ସ ଓ ଜୋଶ ଟଙ୍ଗ ୪ଟି ଲେଖାଁଏ ୱିକେଟ ଅକ୍ତିଆର କରିଥିଲେ । ବ୍ରାଏଡନ କର୍ସ ଓ ଶୋଏବ ବଶୀର ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଇଂଲଣ୍ଡ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ଭାରତର ଷ୍ଟାର ୱିକେଟ କିପର୍ ରିଷଭ ପନ୍ଥ ଶତକ ହାସଲ କରିବା ସହ ଅନେକ ରେକର୍ଡ ସୃଷ୍ଟି କରିଛନ୍ତି । ତାଙ୍କର ୧୩୪ ରନର ଇନିଂସ ବଳରେ ଭାରତ ପ୍ରଥମ ଇନିଂସରେ ୪୭୧ ରନ କରି ଅଲଆଉଟ ହୋଇ ଯାଇଥିଲା । ପନ୍ଥ ୱିକେଟ କିପର ଭାବେ ଭାରତ ପକ୍ଷରୁ ସର୍ବାଧିକ ଶତକ ହାସଲ କରିଛନ୍ତି । ସେ ୭ ଶତକ ସହ ମହେନ୍ଦ୍ର ସିଂ ଧୋନୀଙ୍କ ରେକର୍ଡକୁ ଅତିକ୍ରମ କରିଛନ୍ତି । ଧୋନୀ ୬ଟି ଏବଂ ରିଦ୍ଧିମାନ ଶାହ ୩ଟି ଶତକ ମାରିଛନ୍ତି ।

Sponsored
india-posted-a-total-of-471-runs-in-their-first-innings-against-england | Argus News