Videos
|
Sports

ଆଜିଠାରୁ ତେନ୍ଦୁଲକର-ଆଣ୍ଡରସନ୍ ଟ୍ରଫି ଶୃଙ୍ଖଳାର ଦ୍ବିତୀୟ ଟେଷ୍ଟ୍‌

Smruti Parija
Browse all articles by Smruti Parija
·1 year ago·1 min read
ଆଜିଠାରୁ ତେନ୍ଦୁଲକର-ଆଣ୍ଡରସନ୍ ଟ୍ରଫି ଶୃଙ୍ଖଳାର ଦ୍ବିତୀୟ ଟେଷ୍ଟ୍‌

Key Points

ତେନ୍ଦୁଲକର-ଆଣ୍ଡରସନ୍ ଟ୍ରଫି ଶୃଙ୍ଖଳାର ଦ୍ବିତୀୟ ଟେଷ୍ଟ୍‌ ଆଜିଠାରୁ ଆରମ୍ଭ

ପ୍ରମୁଖ ବୋଲିଂ ଅସ୍ତ୍ର ଯଶପ୍ରୀତ୍ ବୁମ୍‌ରାଙ୍କ ଖେଳିବା ଉପରେ ସମସ୍ତଙ୍କ ନଜର

ଶାର୍ଦୁଳ ଠାକୁରଙ୍କ ସ୍ଥାନରେ ନୀତୀଶ ରେଡ୍ଡୀ ଖେଳିବା ନେଇ ଚର୍ଚ୍ଚା

ତେନ୍ଦୁଲକର-ଆଣ୍ଡରସନ୍ ଟ୍ରଫି ଶୃଙ୍ଖଳାର ଦ୍ବିତୀୟ ଟେଷ୍ଟ୍‌ ଆଜିଠାରୁ ଆରମ୍ଭ ହେବ। ଲିଡ୍‌ସରେ ପରାଜୟ ପରେ ଭାରତ ଏମିତି ଏକ ସ୍ଥାନରେ ଦ୍ବିତୀୟ ଟେଷ୍ଟ୍‌ ଖେଳିବାକୁ ଯାଉଛି ଯେଉଁଠି କେବେ ବି ବିଜୟର ସ୍ବାଦ ପାଇନାହିଁ। ସବୁଠାରୁ ଅଧିକ ଚର୍ଚ୍ଚା କିନ୍ତୁ ହୋଇଛି ଭାରତର ପ୍ରମୁଖ ବୋଲିଂ ଅସ୍ତ୍ର ଯଶପ୍ରୀତ୍ ବୁମ୍‌ରାଙ୍କ ଖେଳିବା ନ ଖେଳିବାକୁ ନେଇ। ତାଙ୍କ ଉପରେ ପଡ଼ୁଥିବା କାର୍ଯ୍ୟଭାର ପରିଚାଳନାର ଅଂଶବିଶେଷ ଦୃଷ୍ଟିରୁ ସେ ଏହି ଟେଷ୍ଟ୍‌ରେ ବିଶ୍ରାମ ନେବା ବିଚାର କରାଯାଉଛି।


ବର୍ମିଂହାମରେ ସେ ଅଭ୍ୟାସ କରିଥିଲେ ମଧ୍ୟ ଖେଳିବା ନ ଖେଳିବା ନେଇ କିଛି ସ୍ପଷ୍ଟ କରାଯାଇନାହିଁ। ବର୍ମିଂହାମରେ ବୁମ୍‌ରା ‌ନ ଖେଳିଲେ ବାମହାତୀ ପଞ୍ଜାବୀ ବୋଲର ଅର୍ଶଦୀପ ସିଂହ ଟେଷ୍ଟ୍ ପଦାର୍ପଣ କରିବା ସମ୍ଭାବନା ରହିଛି। ସେହିପରି ଇଂଲଣ୍ଡ ବିପକ୍ଷରେ କୁଲଦୀପ ଭଲ ପ୍ରଦର୍ଶନ କରିଥିବାରୁ ସେ ମଧ୍ୟ ଖେଳିବା ସମ୍ଭାବନା ରହିଛି। ତେବେ ଶାର୍ଦୁଳ ଠାକୁରଙ୍କ ସ୍ଥାନରେ ନୀତୀଶ ରେଡ୍ଡୀ ଖେଳିପାରନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
india-predicted-playing-11-2nd-test-match | Argus News