Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ଟି-୨୦ ଅନ୍ତର୍ଜାତୀୟ ଇତିହାସରେ ଦ୍ୱିତୀୟ ସର୍ବାଧିକ ସ୍କୋର କଲା ଇଣ୍ଡିଆ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଟି-୨୦ ଅନ୍ତର୍ଜାତୀୟ ଇତିହାସରେ ଦ୍ୱିତୀୟ ସର୍ବାଧିକ ସ୍କୋର କଲା ଇଣ୍ଡିଆ

ଅର୍ଗସ ବ୍ୟୁରୋ:  ହାଇଦ୍ରାବାଦରେ ହାଇ ରେକର୍ଡ। ଟି-୨୦ ଅନ୍ତର୍ଜାତୀୟ ଇତିହାସରେ ଦ୍ୱିତୀୟ ସର୍ବାଧିକ ସ୍କୋର କରି ରେକର୍ଡ କଲା ଟିମ୍ ଇଣ୍ଡିଆ। ବାଂଲାଦେଶ ବିପକ୍ଷ ତୃତୀୟ ତଥା ଅନ୍ତିମ ମ୍ୟାଚ୍‌ରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୨୯୭ ରନ୍ କରିଛି। ଯାହା ଟି-୨୦ ଇତିହାସରେ ଦ୍ୱିତୀୟ ସର୍ବାଧିକ ରନ୍‌। ଏହା ପୂର୍ବରୁ ୨୦୨୩ ସେପ୍ଟେମ୍ବର ୨୭ ତାରିଖରେ ନେପାଳ ମଙ୍ଗୋଲିଆ ବିରୋଧରେ ଟି-୨୦ ଇତିହାସରେ ସର୍ବାଧିକ ୩୧୪ ରନ୍‌ କରି ଟପ୍‌ରେ ରହିଛି।

ବାଂଲାଦେଶ ବିପକ୍ଷ ତୃତୀୟ ତଥା ଶେଷ ଟି-୨୦ ମ୍ୟାଚରେ ଗର୍ଜିଛି ସଞ୍ଜୁ ସାମସନଙ୍କ ବ୍ୟାଟ୍ । ମାତ୍ର ୪୦ ବଲରୁ ଶତକ ହାସଲ କରିଛନ୍ତି ସଞ୍ଜୁ ସାମସନ । ପ୍ରଥମ ଦୁଇଟି ମ୍ୟାଚରେ ସଞ୍ଜୁ ଫେଲ ହୋଇଥିବା ବେଳେ ଶେଷ ମ୍ୟାଚରେ ରେକର୍ଡ ବ୍ରେକିଙ୍ଗ ଶତକ ହାସଲ କରି ନେଇଛନ୍ତି ସଞ୍ଜୁ ସାମସନ । ଏହି ଶତକୀୟ ଇନିଂସରେ ୧୦ଟି ଚୌକା ସହ ୮ଟି ଛକା ସାମିଲ ରହିଛି । ଏହି ଶତକ ସହ ଅନେକ ରେକର୍ଡ ନିଜ ନାମରେ ସାମିଲ କରିଛନ୍ତି ସଞ୍ଜୁ । ସାମସନଙ୍କ ଏହି ଶତକ ଦ୍ରୁତତମ ଶତକ ତାଲିକାରେ ସାମିଲ ହୋଇଛି ।

ଟସ୍ ଜିତି ପ୍ରଥମେ ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଥିଲେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ । କିନ୍ତୁ ସଞ୍ଜୁ ସାମସନ ଏହି ମ୍ୟାଚରେ ନିଜ ଟି-୨୦ କ୍ୟାରିୟରର ପ୍ରଥମ ଶତକ ହାସଲ କରିଛନ୍ତି । ରୋହିତ ଶର୍ମାଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବରେ ମାତ୍ର ୪୦ ବଲରୁ ଦ୍ରୁତତମ ଶତକ ହାସଲ କରି ଏହି ତାଲିକାରେ ସେ ନିଜ ନାମ ସାମିଲ କରିଛନ୍ତି । ଅନ୍ୟ ପକ୍ଷରେ ଟି-୨୦ କ୍ରିକେଟରେ ଗୋଟିଏ ଓଭରରୁ ସର୍ବାଧିକ ରନ୍ ସଂଗ୍ରହ କରିବା ତାଲିକାରେ ମଧ୍ୟ ନିଜ ନାମକୁ ସେ ସାମିଲ କରିଛନ୍ତି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଖେଳ ଖବର:

Sponsored
India scores highest T20I team total by a full-member nation | Argus News