India VS South Africa / ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ ଦେଲା ଭାରତ
·7 months ago·2 min read

Key Points
ଘରୋଇ ଦଳ ଏଠାରେ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍ ହରାଇ ୧୭୫ ରନ୍ ସଂଗ୍ରହ କରିଛି। ଫଳରେ ଅତିଥି ଟିମ୍କୁ ୧୭୬ ରନ୍ର ବିଜୟ ଲକ୍ଷ୍ୟ ମିଳିଛି।
ବାରବାଟୀ ଷ୍ଟାଡିୟମରେ ମଙ୍ଗଳବାର ସନ୍ଧ୍ୟାରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ଖେଳାଯାଉଛି। ଯାହାକି ଅତ୍ୟନ୍ତ ରୋମାଞ୍ଚକର ଥିଲା। ଏହି ଟି୨୦ ଶୃଙ୍ଖଳା ଦୁଇମାସ ପରେ ଆରମ୍ଭ ହେବାକୁ ଥିବା ଟି୨୦ ବିଶ୍ବକପ୍ର ପୂର୍ବ ପ୍ରସ୍ତୁତି ଦୃଷ୍ଟିରେ ଦେଖାଯାଉଛି। କଟକରେ ଦକ୍ଷିଣ ଆଫ୍ରିକା ପ୍ରଥମେ ଟସ୍ ଜିଣି ବୋଲିଂ ନିଷ୍ପତ୍ତି ନେଇଥିଲା। ଫଳରେ ଭାରତକୁ ବ୍ୟାଟିଂ କରିବାକୁ ସୁଯୋଗ ମିଳିଥିଲା। ଘରୋଇ ଦଳ ଏଠାରେ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍ ହରାଇ ୧୭୫ ରନ୍ ସଂଗ୍ରହ କରିଛି। ଫଳରେ ଅତିଥି ଟିମ୍କୁ ୧୭୬ ରନ୍ର ବିଜୟ ଲକ୍ଷ୍ୟ ମିଳିଛି। ଅଲରାଉଣ୍ଡର ହାର୍ଦ୍ଦିକପାଣ୍ଡ୍ୟା ବିସ୍ଫୋରକ ଅର୍ଦ୍ଧଶତକ ହାସଲ କରିଛନ୍ତି। ହାର୍ଦ୍ଦିକ ଅପରାଜିତ ୫୯ ରନ୍ ସଂଗ୍ରହ କରିଥିଲେ। ସେ ୨୮ଟି ବଲ୍ ଖେଳି ୬ଟି ଚୌକା ଓ ୪ଟି ଛକା ମାରିଥିଲେ।
ଅଧିକ ପଢ଼ନ୍ତୁ: ପ୍ରଥମ ୩ ଓଭରରେ ଭାରତକୁ ୨ଟି ଝଟ୍କା; ବଡ଼ ସଟ୍ ଆଶାରେ ଫେଲ୍ ମାରିଲେ ଗିଲ୍, ସୂର୍ଯ୍ୟକୁମାର
ଭାରତ ଆରମ୍ଭରୁ ବିପର୍ଯ୍ୟୟ ଶିକାର ହୋଇଥିଲା। ପ୍ରାରମ୍ଭିକ ବ୍ୟାଟର ଶୁବମନ ଗିଲ ୨ଟି ବଲ୍ ସାମ୍ନା କରି ମାତ୍ର ୪ ରନ୍ ସଂଗ୍ରହ କରି ପାଭିଲିଅନ ଫେରି ଆସିଥିଲେ। ଲୁଙ୍ଗି ଏନ୍ଗିଡିଙ୍କ ବଲ୍ ମାର୍କୋ ୟାନ୍ସେନ୍ଙ୍କୁ କ୍ୟାଚ୍ ଦେଇ ସେ ଆଉଟ୍ ହୋଇଥିଲେ। ସୂର୍ଯ୍ୟକୁମାର ଯାଦବ ମଧ୍ୟ କ୍ରିଜ୍ରେ ଅଧିକ ସମୟ ରହିପାରି ନଥିଲେ। ସେ ୧୧ଟି ବଲ୍କୁ ସାମ୍ନା କରି ଗୋଟିଏ ଚୌକା ଏବଂ ଗୋଟିଏ ଛକା ବଳରେ ବ୍ୟକ୍ତିଗତ ଭାବେ ୧୨ ରନ୍ ସଂଗ୍ରହ କରିଥିଲେ। ଲୁଙ୍ଗି ଏନ୍ଗିଡିଙ୍କ ବଲ୍ ସୂର୍ଯ୍ୟକୁମାର ଯାଦବ ଖେଳିବାକୁ ଯାଇ ଆଡେନ ମାକ୍ରମଙ୍କ ହାତରେ କ୍ୟାଚ୍ ହୋଇଥିଲେ। ଭାରତର ସ୍କୋର ମାତ୍ର ୫ ରନ୍ରେ ପ୍ରଥମ, ୧୭ ରନ୍ରେ ଦ୍ବିତୀୟ (ସୂର୍ଯ୍ୟକୁମାର) ଓ ୪୮ ରନ୍ରେ ତୃତୀୟ ୱିକେଟ (ଅଭିଷେକ) ପଡ଼ିଥିଲା।
ଭାରତ ୧୪ ଓଭର ସମାପ୍ତି ପରେ ୧୦୪ ରନ୍ରେ ୫ଟି ୱିକେଟ୍ ହରାଇ ସାରିଥିଲା ଦଳ ୫ମ ୱିକେଟ୍ ଭାବେ ଅକ୍ଷର ପଟେଲଙ୍କୁ ହରାଇଥିଲା। ଅଭିଷେକ ଶର୍ମା ୧୭ ରନ୍ ସଂଗ୍ରହ କରି ଆଉଟ୍ ହୋଇଛନ୍ତି। ସେ ୧୨ଟି ବଲ୍ ଖେଳି ୨ଟି ଚୌକା ଓ ଗୋଟିଏ ଛକା ମାରିଥିଲେ। ଦକ୍ଷିଣ ଆଫ୍ରିକାର ୪ର୍ଥ ୱିକେଟ୍ ଭାବେ ତିଲକ ବର୍ମା ଆଉଟ୍ ହୋଇଥିଲେ। ସେ ୩୨ଟି ବଲ୍ ଖେଳି ୨୬ ରନ୍ ସଂଗ୍ରହ କରିଥିଲେ, ଯେଉଁଥିରେ ୨ଟି ଚୌକା ଓ ଗୋଟିଏ ଛକା ସାମିଲ ଥିଲା। ଅକ୍ଷର ପଟେଲ ୨୧ଟି ବଲ୍ ଖେଳି ୨୩ ରନ୍ ସଂଗ୍ରହ କରି ଦକ୍ଷିଣ ଆଫ୍ରିକାର ୫ମ ଶିକାର ହୋଇଥିଲେ। ୧୭.୧ ଓଭରରେ ଶିବମ ଦୁବେ ୧୧ ରନ୍ କରି ଆଉଟ୍ ହୋଇଥିଲେ। ସେ ୨ଟି ଚୌକା ମାରିଥିଲେ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories