Asian Games / ଏସୀୟ କ୍ରୀଡ଼ା… ଅଭିଷେକ-ତିଲକଙ୍କ ଦମଦାର ବ୍ୟାଟିଂ…ପାକିସ୍ତାନକୁ ୨୧୨ ରନର ଟାର୍ଗେଟ ଦେଲା ଭାରତ
·1 hour ago·2 min read

Key Points
ଆଉ ଆଜି ଏସୀୟ କ୍ରୀଡ଼ା ପାଇଁ ପୁରୁଷ କ୍ରିକେଟ ଟିମର ମୁକାବିଲା ଜାରି ରହିଛି
ଏସୀୟ କ୍ରୀଡ଼ାରେ ଏଯାଏ ୮୦ଟି ପଦକ ଜିତିଥିବା ୧୮ଟି ସ୍ବର୍ଣ୍ଣ ପଦକ ଜିତିସାରିଛି। ଆଉ ଆଜି ଏସୀୟ କ୍ରୀଡ଼ା ପାଇଁ ପୁରୁଷ କ୍ରିକେଟ ଟିମର ମୁକାବିଲା ଜାରି ରହିଛି। ଏହି ମୁକାବିଲାରେ ଚିର ପ୍ରତିଦ୍ବନ୍ଦ୍ବୀ ହେଉଛନ୍ତି ଭାରତ-ପାକିସ୍ତାନ ମ୍ୟାଚ। ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ଏସିଆନ୍ ଗେମ୍ସ କ୍ରିକେଟ୍ ଫାଇନାଲରେ ଦମଦାର ବ୍ୟାଟିଂ କରିଛି ଭାରତ । ଅଭିଷେକ ଶର୍ମା ଓ ତିଲକ ବର୍ମାଙ୍କ ବିସ୍ଫୋରକ ଇନିଂସ ବଳରେ ଦଳ ୨୧୧ ରନ୍ କରିଛି । ବ୍ୟାଟିଂ ବିପର୍ଯ୍ୟର ଶିକାର ହୋଇଥିଲେ ବି ଦଳ ଏକ ମଜବୁତ ସ୍କୋର ଛିଡା କରିଛି । ଏହାସହ ପାକିସ୍ତାନକୁ ୨୧୨ ରନର ଟାର୍ଗେଟ୍ ଦେଇଛି ।
ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ଭାରତ । ଓପନିଂ କରିବାକୁ ଆସି ବିସ୍ଫୋରକ ସଟ୍ ମାରିବା ଆରମ୍ଭ କରିଥିଲେ ଅଭିଷେକ ଏବଂ ବୈଭବ ସୂର୍ୟ୍ୟବଂଶୀ । କିନ୍ତୁ ବୈଭବ ଶୀଘ୍ର ଆଉଟ୍ ହୋଇଥିଲେ । ପରେ ଅଭିଷେକଙ୍କ ଧୂଆଁଧାର ରନ ପାଳି ଖୁବ ଏଣ୍ଟରଟେନ କରିଥିଲା। ସେ ଛକା ଚଉକା ବର୍ଷା କରିଥିଲେ । ସେ ୨୮ ବଲରୁ ୬୧ ରନ୍ କରିଥିଲେ । ଏହି ଇନିଂସରେ ୩ଚଉକା ଏବଂ ୭ଛକା ସାମିଲ ଥିଲା।
ଏହି ମ୍ୟାଚରେ ଞ୍ଜୁ ସାମସନ୍ ନିରାଶ କରିଥିଲେ । ସେ ମାତ୍ର ୨ ରନ୍ କରି ପାଭିଲିୟନ ଫେରିଥିଲେ। ସେହିପରି ଶ୍ରେୟସ ଆୟର ଧିମା ପାଳି ଖେଳି୨୧ରନ୍ କରିଥିଲେ । ଇଶାନ କିଷାନ ୨୦ରନ୍ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶେଷ ଆଡ଼କୁ ତିଲକ ବର୍ମା ୫୧ ଏବଂ ଶିବମ ଦୁବେ ୨୭ ସ୍କୋର କରିଥିଲେ । ଫଳରେ ଦଳ ନିର୍ଭାରିତ ୨୦ ଓଭରରେ ୨୧ ରନ୍ କରିବାକୁ ସକ୍ଷମ ହୋଇଥିଲା । ପାକିସ୍ତାନ ପକ୍ଷରୁ ଅବରାର ଅହମ୍ମଦ,ଏସ ଆୟୁବ ଗୋଟିଏ ଲେଖାଏଁ ଏବଂ ଅହମ୍ମଦ ଦାନିଏଲଅରାଫତ ମିନାହାସ ଦୁଇଟି ଓ୍ୱିକେଟ୍ ଅକ୍ତିଆର କରିଥିଲେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories