ପାକିସ୍ତାନ ବିଷୟରେ କହିଲେ ଖେଳାଳି

ଅର୍ଗସ ବ୍ୟୁରୋ: ଭାରତ-ପାକିସ୍ତାନ ମ୍ୟାଚ ଦେଖିବାକୁ ସମସ୍ତଙ୍କ ଭାରି ଇଚ୍ଛା ଥାଏ। ଯେତେବେଳେ ବି ଭାରତ ପାକିସ୍ତାନ ମ୍ୟାଚ ଥାଏ, ସବୁ ଦେଶର ଗୋଟେ ଉତ୍ସାହ ଥାଏ ସେହି ମ୍ୟାଚକୁ ଦେଖିବା ପାଇଁ। ତେବେ ପାକିସ୍ତାର ଜଣେ ଖେଳାଳି ପାକିସ୍ତାନ ବିଷୟରେ କିଛି ଏପରି କହିଛନ୍ତି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଟିମ ଇଣ୍ଡିଆ ପାକିସ୍ତାନ ନଆସୁ। ହେଲେ ଏଭଳି କାହିଁକି କହିଲେ ପାକିସ୍ତାନ ଖେଳାଳି ତାକୁ ନେଇ ସବୁଠି ଚର୍ଚ୍ଚା। ୨୦୨୫ ଚାମ୍ପିୟନ୍ସ ଟ୍ରଫି ପାକିସ୍ତାନରେ ଖେଳାଯିବ। ତେବେ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଟିମ୍ ଇଣ୍ଡିଆ ପାକିସ୍ତାନ ଗସ୍ତ କରିବ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ।
ଚାମ୍ପିୟନ୍ସ ଟ୍ରଫି ପାଇଁ ଟିମ୍ ଇଣ୍ଡିଆ ପାକିସ୍ତାନ ଯିବା ଉଚିତ ନୁହେଁ ବୋଲି ଦାନିଶ କନେରିଆ ସ୍ପଷ୍ଟ ଭାବେ କହିଛନ୍ତି। ‘ସ୍ପୋର୍ଟସ୍ ତକ୍’ ସହ କଥାବାର୍ତ୍ତା କରି ପାକିସ୍ତାନର ପୂର୍ବତନ ସ୍ପିନର କହିଛନ୍ତି, “ପାକିସ୍ତାନର ସ୍ଥିତି ଦେଖନ୍ତୁ। ମୁଁ କହିବି ଯେ ଭାରତୀୟ ଦଳ ପାକିସ୍ତାନ ଯିବା ଉଚିତ୍ ନୁହେଁ। ପାକିସ୍ତାନ ଏ ବିଷୟରେ ଚିନ୍ତା କରିବା ଦରକାର, ତା’ପରେ ଆଇସିସି ନିଷ୍ପତ୍ତି ନେବ ଏବଂ ଅଧିକାଂଶ ସମୟରେ ଏହା ଏକ ହାଇବ୍ରିଡ୍ ମଡେଲ୍ ହେବ। ଏହା ଦୁବାଇରେ ଖେଳାଯିବ।
ପାକିସ୍ତାନର ପୂର୍ବତନ ଅଧିନାୟକ ରସିଦ ଲତିଫ କହିଥିଲେ ଯେ ଚାମ୍ପିୟନ୍ସ ଟ୍ରଫି ପାଇଁ ଟିମ୍ ଇଣ୍ଡିଆ ପାକିସ୍ତାନ ଆସିବା ୫୦ ପ୍ରତିଶତ ନିଶ୍ଚିତ। କିନ୍ତୁ ଏବେ ପାକିସ୍ତାନର ପୂର୍ବତନ ସ୍ପିନର ଦାନିଶ କନେରିଆ ସୁରକ୍ଷାକୁ ନେଇ ଚେତାବନୀ ଦେଇ କହିଛନ୍ତି ଯେ ଟିମ୍ ଇଣ୍ଡିଆ ଯିବା ଉଚିତ ନୁହେଁ। ସାମ୍ନାକୁ ଆସିଥିବା ସମସ୍ତ ଗଣମାଧ୍ୟମ ରିପୋର୍ଟରୁ ଜଣାପଡୁଛି ଯେ ଭାରତୀୟ ଦଳ ପାକିସ୍ତାନ ଗସ୍ତ ସପକ୍ଷରେ ନାହିଁ। ପାକିସ୍ତାନ ଖେଳାଳିଙ୍କ ଏଭଳି ପୋଷ୍ଟ ପରେ ସବୁଠି ଜୋର ଧରିଛି ଚର୍ଚ୍ଚା। ତେବେ ୨୦୨୫ ଚାମ୍ପିୟନ୍ସ ଟ୍ରଫି ପାକିସ୍ତାନରେ ହେବାକୁ ଥିବାବେଳେ ତାହା ଉପରେ ଏବେଠୁ ହିଁ ସମସ୍ତଙ୍କ ନଜର।
📱 Get Argus News App
✨
ଅଧିକ ପଢ଼ନ୍ତୁ ଖେଳ ଖବର: