Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

୧୩ ବର୍ଷ ପରେ ଟିମ୍ ଇଣ୍ଡିଆ ପାଖରେ ପୁଣି ବିଶ୍ବ ଚାମ୍ପିଅନ୍ ହେବାର ସୁଯୋଗ

Smruti Parija
Browse all articles by Smruti Parija
·2 years ago·1 min read
୧୩ ବର୍ଷ ପରେ ଟିମ୍ ଇଣ୍ଡିଆ ପାଖରେ ପୁଣି ବିଶ୍ବ ଚାମ୍ପିଅନ୍ ହେବାର ସୁଯୋଗ

ଅର୍ଗସ ବ୍ୟୁରୋ: ଆଉ କିଛି ସମୟ ପରେ ଆରମ୍ଭ ହେବ ଫଟାଫଟ କ୍ରିକେଟର ଫାଇନାଲ୍ । ଟି-ଟ୍ବେଣ୍ଟି ବିଶ୍ବକପ ଟାଇଟଲ୍ ପାଇଁ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବ ଲଢ଼େଇ । ୱେଷ୍ଟଇଣ୍ଡିଜ୍‌ର ବାର୍ବଡୋସରେ ଖେଳାଯିବ ଟି-ଟ୍ବେଣ୍ଟି ବିଶ୍ବକପ 2024 ଫାଇନାଲ । ଭାରତ ଓ ଦକ୍ଷିଣ ଆଫ୍ରୀକା ମଧ୍ୟରେ ଟ୍ରଫି ପାଇଁ ହେବ ମହାମୁକାବିଲା । 2007 ପ୍ରଥମ ସଂସ୍କରଣ ବିଜେତା ଭାରତ ତାର ପୂର୍ବ ଐତିହ୍ୟ ପାଇଁ ଲଢିଇ କରିବ । ୧୩ ବର୍ଷ ପରେ ଟିମ୍ ଇଣ୍ଡିଆ ପାଖରେ ପୁଣି ବିଶ୍ବ ଚାମ୍ପିଅନ୍ ହେବାର ସୁଯୋଗ ।

ଅନ୍ୟ ପକ୍ଷରେ ଆଇସିସି ବିଶ୍ବକପ ପ୍ରତିଯୋଗିତାରେ ପ୍ରଥମ ଥର ପାଇଁ ଫାଇନଲାରେ ପହଞ୍ଚିଥିବା ଦକ୍ଷିଣ ଆଫ୍ରିକା ଟ୍ରଫି ଜିତି ଇତିହାସ ରଚିବାକୁ ରଖିଛି ଲକ୍ଷ । ଭରତୀୟ ଦଳର ବ୍ୟାଟିଂ ଭାର ରୋହିତଙ୍କ ସମେତ ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଋିଷଭ ପନ୍ତ୍, ହାର୍ଦିକ ପାଣ୍ଡ୍ୟାଙ୍କ ଉପରେ ନିର୍ଭର କରୁଛି । ସେପଟେ ସ୍ଥାନୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ବାର୍ବାଡୋସରେ ବର୍ଷା ହେବାର ସମ୍ଭାବନା ରହିଛି । ଟିମ ଇଣ୍ଡିଆର ଶୁଭମନାସି ବିଭିନ୍ନ ସ୍ଥାନରେ ଚାଲିଛି ପୂଜାର୍ଚ୍ଚନା । 

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
india-south-africa-final-match-update | Argus News