Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ପୁଣି ବାରବାଟୀରେ ଦେଖିବାକୁ ମିଳିବ ଭାରତ-ଦକ୍ଷିଣଆଫ୍ରିକା ହାଇଭୋଲଟେଜ୍ ମ୍ୟାଚ୍

Sports

ପୁଣି ବାରବାଟୀରେ ଦେଖିବାକୁ ମିଳିବ ଭାରତ-ଦକ୍ଷିଣଆଫ୍ରିକା ହାଇଭୋଲଟେଜ୍ ମ୍ୟାଚ୍

Ritu Das
Browse all articles by Ritu Das
·1 year ago·1 min read
ପୁଣି ବାରବାଟୀରେ ଦେଖିବାକୁ ମିଳିବ ଭାରତ-ଦକ୍ଷିଣଆଫ୍ରିକା ହାଇଭୋଲଟେଜ୍ ମ୍ୟାଚ୍

ପୁଣି ବାରବାଟୀରେ ଦେଖିବାକୁ ମିଳିବ ହାଇଭୋଲଟେଜ୍ ମ୍ୟାଚ୍। ଆଉ କିଛି ଦିନ ପରେ ପୁଣିଥରେ କଟକ ବାରବାଟୀ ଷ୍ଟାଡିୟମରେ ଦେଖିବାକୁ ମିଳିବ ଟି-୨୦ ମ୍ୟାଚ୍। ପୂର୍ବରୁ ଏନେଇ ଆଶଙ୍କା ରହିଥିବା ବେଳେ, ଏବେ କିନ୍ତୁ ବିସିସିଆଇ ଏହାକୁ ସ୍ପଷ୍ଟ କରିଛି। କି ଆସନ୍ତା ଡିସେମ୍ୱର ୯ ତାରିଖରେ ବାରବାଟୀରେ ଖେଳାଯିବ ଟି-୨୦ ମ୍ୟାଚ୍। ମୁହାଁମୁହିଁ ହେବେ ଭାରତ ଓ ଦକ୍ଷିଣ ଆଫ୍ରିକା। ଦୁଇ ଦେଶ ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ ସିରିଜ ଖେଳାଯିବ। ଆଉ ଏହି ସିରିଜର ପ୍ରଥମ ମ୍ୟାଚ୍ ବାରବାଟୀରେ ଖେଳାଯିବ ବୋଲି ସ୍ପଷ୍ଟ ହୋଇଛି। ଯଦି ଦେଖିବା ବାରବାଟୀରେ ବିଶେଷ ମ୍ୟାଚ୍ ଅନୁଷ୍ଠିତ ହୋଉନାହିଁ। ଦୀର୍ଘ ବର୍ଷ ପରେ ଚଳିତ ବର୍ଷ ବାରବାଟୀରେ ଓ୍ୱାନଡେ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା।


ଯାହାକୁ ଦେଖିବା ପାଇଁ ପ୍ରବଳ କ୍ରିକେଟ ପ୍ରେମୀଙ୍କ ଭିଡ଼ ଜମିଥିଲା। ବାରବାଟୀକୁ ବିଶେଷ ମ୍ୟାଚ୍ ଆସୁନଥିବାରୁ ବର୍ଷ ବର୍ଷ ପରେ ଗୋଟେ ଦୁଇଟି ମ୍ୟାଚ୍ ଅନୁଷ୍ଠିତ ହେବାରୁ, କ୍ରିକେଟ୍ ପ୍ରେମୀଙ୍କ ଉତ୍ସାହ ଦେଖିବାକୁ ମିଳିଛି। ଆଉ ତାପରେ ଚଳିତ ବର୍ଷ କ୍ରିକେଟ ପ୍ରେମୀମାନଙ୍କ ପାଇଁ ପୁଣି ଏକ ଖୁସି ଖବର ଆସିଛି। କି ଡିସେମ୍ୱର ୯ ତାରିଖରେ ବାରବାଟୀରେ ଖେଳାଯିବାକୁ ଯାଉଛି ଟି-୨୦ ମ୍ୟାଚ୍। ଯେଉଁଥିରେ ମୁହାଁମୁହିଁ ହେବେ ଭାରତ ଓ ଦକ୍ଷିଣ ଆଫ୍ରିକା। ଆଉ ଏହି ସୂଚନା ଆସିବା ପରେ ଭାରତୀୟ କ୍ରିକେଟ ପ୍ରେମୀଙ୍କ ଖୁସି କହିଲେ ନସରେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
india-south-africa-high-voltage-match-to-be-seen-again-in-barabati | Argus News