Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Cricket News / ବାରବାଟୀ ଟି-୨୦: ନାଲି ମାଟିରେ ହେବ ଭାରତ-ଦକ୍ଷିଣ ଆଫ୍ରିକା ଲଢ଼େଇ

Ritu Das
Browse all articles by Ritu Das
·7 months ago·2 min read
ବାରବାଟୀ ଟି-୨୦: ନାଲି ମାଟିରେ ହେବ ଭାରତ-ଦକ୍ଷିଣ ଆଫ୍ରିକା ଲଢ଼େଇ
Barabati Stadium

Key Points

ଆସନ୍ତା ୯ ତାରିଖରେ ବାରବାଟୀରେ ହେବାକୁ ଥିବା ଭାରତ -ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ ପାଇଁ ଆଜି ପିଚ୍ ପ୍ରସ୍ତୁତି ଅନୁଧ୍ୟାନ କରିଛନ୍ତି ବିସିସିଆଇ କ୍ୟୁରେଟର ଆଶିଷ ଭୌମିକ।
ବାରବାଟୀ ଟି-୨୦ ମୁକାବିଲାକୁ ଆଉ ରହିଲା ସପ୍ତାହେ ସମୟ। ପିଚକୁ ନେଇ ଗ୍ୟାଲେରୀ ସବୁ ପ୍ରକାରର ପ୍ରସ୍ତୁତି ଜୋରସୋରରେ ଚାଲିଛି। ଚାରୋଟି ପିଚ୍ ପ୍ରସ୍ତୁତ କରାଯାଇଛି। ତେଣୁ କେଉଁ ପିଚରେ ମ୍ୟାଚ୍ ଖେଳାଯିବ ତାକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଥିଲା। ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳା ଯିବାକୁ ଥିବା ଟି-୨୦ ମ୍ୟାଚ୍ ରେଡ୍ ପିଚରେ ଖେଳାଯିବ। ଏ ନେଇ ମଙ୍ଗଳବାର ସୂଚନା ଦେଇଛନ୍ତି ବାରବାଟୀ ପିଚ୍ କ୍ୟୁରେଟର।

ଆସନ୍ତା ୯ ତାରିଖରେ ବାରବାଟୀରେ ହେବାକୁ ଥିବା ଭାରତ -ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ ପାଇଁ ଆଜି ପିଚ୍ ପ୍ରସ୍ତୁତି ଅନୁଧ୍ୟାନ କରିଛନ୍ତି ବିସିସିଆଇ କ୍ୟୁରେଟର ଆଶିଷ ଭୌମିକ। ପ୍ରାୟ ଅଢେ଼ଇ ଘଣ୍ଟା ଧରି ପିଚ୍ ପ୍ରସ୍ତୁତି ଅନୁଧ୍ୟାନ କରିବା ସହ ଗ୍ରାଉଣ୍ଡ ଷ୍ଟାଫଙ୍କ ସହ ଦୀର୍ଘ ଆଲୋଚନା କରିଥିଲେ। କେଉଁ ପିଚରେ ଟି-ଟ୍ବେଣ୍ଟି ଖେଳ ହେବ ସେ ନେଇ ପିଚ୍ କ୍ୟୁରେଟର ହିଁ ନିଷ୍ପତ୍ତି ନେବେ ବୋଲି ସେ କହିଥିଲେ। ବାରବାଟୀରେ କଳା ଓ ଲାଲ୍ ମାଟିରେ ମୋଟ ୪ଟି ପିଚ୍ ପ୍ରସ୍ତୁତ ହୋଇଛି। ଲାଲ୍ ମାଟିରେ ତିଆରି ପିଚରେ ଖେଳ ହେଲେ ମ୍ୟାଚ ହାଇସ୍କୋରିଂ ହେବ ଓ ଦର୍ଶକ ବେଶ୍ ଉପଭୋଗ କରିଵେ ବୋଲି କ୍ରିକେଟ ସମୀକ୍ଷକ ମତ ଦେଇଥିଲେ। ଆଉ ଏବେ ପିଚ୍ କ୍ୟୁରେଟର ଲାଲ ମାଟିରେ ତିଆରି ପିଚ୍ ଉପରେ ଖେଳ ହେବ ବୋଲି କହିଛନ୍ତି।

ପିଚ୍ ପ୍ରସ୍ତୁତିରେ ବିସିସିଆଇ କ୍ୟୁରେଟର କିଛି ଗୁରୁତ୍ତ୍ୱପୂର୍ଣ୍ଣ ପରାମର୍ଶ ଦେଇଥିବା ଓସିଏ ପକ୍ଷରୁ କୁହାଯାଇଛି। ମ୍ୟାଚ ହାଇସ୍କୋରିଂ ହେବା ପାଇଁ ସବୁ ପଦକ୍ଷେପ ଗ୍ରହଣ କରାଯାଉଥିବା ଓସିଏ କ୍ୟୁରେଟର କହିଛନ୍ତି। କାକରକୁ ଦୃଷ୍ଟିରେ ରଖି ବିହିତ ପଦକ୍ଷେପ ନିଆଯାଉଥିଵା ଓସିଏ କ୍ୟୁରେଟର ସୂଚନା ଦେଇଛନ୍ତି। ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ବିସିସିଆଇ କ୍ୟୁରେଟର ବାରବାଟୀରେ ରହି ପିଚ୍ ପ୍ରସ୍ତୁତି ଅନୁଧ୍ୟାନ କରିବେ।

ସୂଚନାଯୋଗ୍ୟ, ଦିନିକିଆ ସିରିଜ୍ ପରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳାଯିବ। ସିରିଜର ପ୍ରଥମ ମ୍ୟାଚ୍ ଡିସେମ୍ବର ୯ରେ କଟକ ସ୍ଥିତ ବାରବାଟୀ ଷ୍ଟାଡିୟମରେ ଖେଳାଯିବ। ଚଳିତ ବର୍ଷ ଦ୍ଵିତୀୟ ଥର ବାରବାଟୀକୁ ଦ୍ଵିତୀୟ ଅନ୍ତର୍ଜାତୀୟ ମ୍ୟାଚ୍ ଆୟୋଜନ କରିବାର ସୁଯୋଗ ମିଳିଛି। ତେଣୁ ମ୍ୟାଚ୍ ସଫଳ କରିବା ପାଇଁ ଓଡ଼ିଶା କ୍ରିକେଟ୍ ଆସୋସିଏସନ ଆପ୍ରାଣ ଉଦ୍ୟମ ଚଲାଇଛନ୍ତି।

ତେବେ ବି ସି ସି ଆଇ ପିଚ କ୍ୟୁରେଟର ପିଚ କୁ ଅନୁଧ୍ୟାନ କରିବା ପରେ ପିଚ କୁ ରୋଲିଂ ସହ ଗ୍ରାଉଣ୍ଡ ରୁ ଗ୍ରାସ କଟିଂ, ଫର୍ଟିଲାଇଜର ସ୍ପ୍ରେ କରାଇଛନ୍ତି। ଗ୍ରାଉଣ୍ଡକୁ ଚେସ ବୋର୍ଡର ରୂପ ଦିଆଯିବ। ଯଦି ମ୍ୟାଚ ସମୟରେ ଡିୟୁ ପଡୁଛି ତେବେ ତାକୁ ପ୍ରତିହତ କରିବା ପାଇଁ ଆଣ୍ଟି ଡିଉ ସ୍ପ୍ରେ ଓ ସୁପର ସପରକୁ ପ୍ରସ୍ତୁତ କରି ରଖାଯାଇଛି। ସେପଟେ କ୍ରୀଡ଼ା ସମୀକ୍ଷକ କହିଛନ୍ତି ବାରବାଟିରେ ଭାରତର ରେକର୍ଡ ଭଲ ରହିଛି ନାଲି ମାଟିରେ ବଲ ପେଶ ରହିବା ସହ ବାଉନ୍ସ ରହିବ ତେଣୁ ବ୍ୟାଟ୍ସମ୍ୟାନକୁ ସୁହାଇଲା ଭଳି ପିଚ ରହିବ ତେଣୁ ହାଇସ୍କୋରିଂ ମ୍ୟାଚ ଦେଖିବାକୁ ମିଳିବ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
India vs South Africa T20 at Barabati on Red Soil | Argus News