Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Asia Cup: ସୂର୍ଯ୍ୟକୁମାରଙ୍କ ନେତୃତ୍ଵରେ ଖେଳିବ ଭାରତ, ଗିଲ୍ ଉପଅଧିନାୟକ

Sushanta Sahoo
Browse all articles by Sushanta Sahoo
·11 months ago·2 min read
Asia Cup: ସୂର୍ଯ୍ୟକୁମାରଙ୍କ ନେତୃତ୍ଵରେ ଖେଳିବ ଭାରତ, ଗିଲ୍ ଉପଅଧିନାୟକ

Key Points

ଏସିଆ କପ୍ ପାଇଁ ଭାରତୀୟ ଦଳ ଘୋଷଣା କରିଛି ବିସିସିଆଇ। ଟି-ଟ୍ଵେଣ୍ଟି ଫର୍ମାଟ ଏସିଆ କପ୍‌ରେ ଭାରତୀୟ ଦଳର ମଙ୍ଗ ସମ୍ଭାଳିବେ ସୂର୍ଯ୍ୟକୁମାର ।

ମୁମ୍ବାଇ: ଏସିଆ କପ୍ ପାଇଁ ଭାରତୀୟ ଦଳ ଘୋଷଣା କରିଛି ବିସିସିଆଇ । ଟି-ଟ୍ଵେଣ୍ଟି ଫର୍ମାଟ ଏସିଆ କପ୍‌ରେ ଭାରତୀୟ ଦଳର ମଙ୍ଗ ସମ୍ଭାଳିବେ ସୂର୍ଯ୍ୟକୁମାର । ଶୁବମନ ଗିଲଙ୍କୁ ଭାରତୀୟ ଦଳର ଉପଅଧିନାୟକ ଦାୟିତ୍ଵ ଦିଆଯାଇଛି । ଚୟନକର୍ତ୍ତା ବୈଠକରେ ଏହି ନିଷ୍ପତ୍ତି ନେଇଛି ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (BCCI) ।


ଭାରତୀୟ ଦଳ


ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ଶୁବମନ ଗିଲ୍ (ଉପଅଧିନାୟକ), ଅଭିଷେକ ଶର୍ମା, ତିଲକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ଅକ୍ଷର ପଟେଲ, ଜିତେଶ ଶର୍ମା (ୱିକେଟ୍ ରକ୍ଷକ), ଯଶପ୍ରୀତ ବୁମରା, ଅର୍ଶଦୀପ ସିଂହ, ବରୁଣ ଚକ୍ରବର୍ତ୍ତୀ, କୁଲଦୀପ ଯାଦବ, ସଞ୍ଜୁ ସାମସନ (ୱିକେଟ୍ ରକ୍ଷକ), ହର୍ଷିତ ରାଣା ଓ ରିଙ୍କୁ ସିଂହ ।


ଟି-ଟ୍ଵେଣ୍ଟି ଦଳର ଅଧିନାୟକ ଦାୟିତ୍ଵ ତୁଲାଇବେ ସୂର୍ଯ୍ୟକୁମାର ଯାଦବ । ସେହିଭଳି ତିଲକ ବର୍ମା ଓ ଅଭିଷେକ ଶର୍ମା ଟପ୍ ଅର୍ଡରରେ ବ୍ୟାଟିଂ କରିବେ । ଅଭିଷେକ ଶର୍ମା ଓପନିଂ କରିବେ, ତିଲକ ବର୍ମା ଓ ସୂର୍ଯ୍ୟକୁମାର କ୍ରମଶଃ ତୃତୀୟ ଓ ଚତୁର୍ଥ ସ୍ଥାନରେ ଖେଳିବେ । ସେହିଭଳି ସଞ୍ଜୁ ସାମସନ ଓ ଜିତେଶ ଶର୍ମା ୱିକେଟରକ୍ଷକ ବ୍ୟାଟ୍ସମ୍ୟାନ ଭାବେ ଏସିଆ କପରେ ସ୍ଥାନ ପାଇଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ପେସ୍ ବୋଲିଂର ଭାର ଯଶପ୍ରୀତ ବୁମରାଙ୍କ କାନ୍ଧରେ ରହିବ । ଏହାଛଡ଼ା ଅର୍ଶଦୀପ ସିଂହ ଓ ହର୍ଷିତ ରାଣାଙ୍କୁ ମଧ୍ୟ ଭାରତୀୟ ଦଳରେ ସ୍ଥାନ ମିଳିଛି । ଅଲରାଉଣ୍ଡର ଭାବେ ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ ଓ ଅକ୍ଷର ପଟେଲ ଦଳରେ ସାମିଲ୍ ହୋଇଛନ୍ତି ।


୮ଟି ଦଳକୁ ନେଇ ଏସିଆ କପ୍ ସେପ୍ଟେମ୍ବର ୯ରୁ ୨୮ ତାରିଖ ପର୍ଯ୍ୟନ୍ତ ୟୁଏଇର ଆବୁଧାବି ଓ ଦୁବାଇରେ ଖେଳାଯିବ । ପାକିସ୍ତାନକୁ ଭାରତ, ଓମାନ ଓ ୟୁଏଇ ସହିତ ଗ୍ରୁପ୍-ଏରେ ରଖା ଯାଇଛି । ଗ୍ରୁପ୍-ବିରେ ହଂକଂ, ଶ୍ରୀଲଙ୍କା, ବାଂଲାଦେଶ ଓ ଆଫଗାନିସ୍ତାନ ରହିଛି ।


ଭାରତ ପ୍ରଥମ ମ୍ୟାଚ୍ ସେପ୍ଟେମ୍ବର ୧୦ରେ ଦୁବାଇରେ ୟୁଏଇ ବିପକ୍ଷରେ ଖେଳିବ, ସେପ୍ଟେମ୍ବର ୧୪ରେ ଦୁବାଇରେ ପାକିସ୍ତାନ-ଭାରତ ମଧ୍ୟରେ ମୁକାବିଲା ହେବ । ଭାରତ ସେପ୍ଟେମ୍ବର ୧୯ରେ ଓମାନ ସହ ଗ୍ରୁପ୍ ପର୍ଯ୍ୟାୟର ଶେଷ ମ୍ୟାଚ୍ ଖେଳିବ । ଏସିଆ କପରେ ଦୁଇଟି ଗ୍ରୁପ୍‌ରୁ ଶୀର୍ଷରେ ଥିବା ଦୁଇ ଦୁଇଟି ଟିମ୍ ସୁପର୍-୪ ଷ୍ଟେଜକୁ ଯିବେ । ସୁପର୍-୪ ଷ୍ଟେଜରୁ ଶ୍ରେଷ୍ଠ-୨ ଫାଇନାଲ୍ ଖେଳିବେ।


ଖେଳ ସମ୍ପର୍କିତ ଅଧିକ ଖବର ପଢ଼ନ୍ତୁ

Sponsored
India Squad Announced for Asia Cup T20 2025: Suryakumar Yadav to Lead, Gill Named Vice-Captain | Argus News | Argus News