ଚାମ୍ପିଅନ୍ସ ଟ୍ରଫି: ଦଳକୁ ଫେରିଲେ ସାମି, ଟିମରେ ୪ ଅଲରାଉଣ୍ଡର

ଅର୍ଗସ ବ୍ୟୁରୋ: ଚାମ୍ପିଅନ୍ସ ଟ୍ରଫି ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ରୋହିତ ଶର୍ମା ଦଳର ଅଧିନାୟକ ଥିବା ବେଳେ ଶୁଭମନ ଗିଲ ଉପଅଧିନାୟକ ରହିଛନ୍ତି । ପ୍ରଥମଥର ପାଇଁ ଶୁଭମନ ଗିଲ ଉପଅଧିନାୟକ ହେବେ । ଫେବ୍ରୁଆରୀ ୨୩ରେ ପାକିସ୍ତାନକୁ ଭେଟିବ ଟିମ୍ ଇଣ୍ଡିଆ । ଫେବ୍ରୁଆରୀ ୧୯ରୁ ଚାମ୍ପିଅନ୍ସ ଟ୍ରଫି ଆରମ୍ଭ ହେବ । ମାର୍ଚ୍ଚ ୯ର ଫାଇନାଲ୍ ମ୍ୟାଚ ଖେଳାଯିବ ।
ଚାମ୍ପିଅନ୍ସ ଟ୍ରଫି ଲାଗି ଘୋଷିତ ୧୫ ଜଣିଆ ଟିମରେ ବିରାଟ କୋହଲି, କୁଲଦୀପ ଯାଦବ, ଋଷଭ ପନ୍ତ, ଜୟସ୍ୱାଲ, ରବୀନ୍ଦ୍ର ଜାଡେଜା, ଶ୍ରେୟସ ଆୟର, କେ.ଏଲ୍ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ୱଶିଂଟନ୍ ସୁନ୍ଦର, ମହମ୍ମଦ ସାମି, ଅର୍ଶଦୀପ ସିଂ, ଯଶ୍ୱସୀ ଜୟସ୍ୱାଲ ରହିଛନ୍ତି । ୧୫ ମାସ ପରେ ଦଳକୁ ଫେରିଛନ୍ତି ପେସ୍ ବୋଲର ମହମ୍ମଦ ସାମି।
ଚାମ୍ପିଅନ୍ସ ଟ୍ରଫିରେ ଟିମ୍ ଇଣ୍ଡିଆର କମାଣ୍ଡ ରୋହିତ ଶର୍ମାଙ୍କ ହାତରେ ରହିବ । ସେହିପରି, ଶୁଭମନ ଗିଲଙ୍କୁ ଦଳର ଉପ-ଅଧିନାୟକ କରାଯାଇଛି । ବିରାଟ କୋହଲି, କେଏଲ ରାହୁଲ ଏବଂ ଶ୍ରେୟସ ଆୟର ମଧ୍ୟ ଦଳରେ ସୁଯୋଗ ପାଇଛନ୍ତି । ଯଶସ୍ୱୀ ଜୟସୱାଲ ଏବଂ ରିଷଭ ପନ୍ତଙ୍କୁ ମଧ୍ୟ ଦଳରେ ସାମିଲ୍ କରାଯାଇଛି । କିନ୍ତୁ ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କୁ ସୁଯୋଗ ମିଳିନି ।
📱 Get Argus News App
✨କହିବାକୁ ଗଲେ ଚାମ୍ପିଅନ୍ସ ଟ୍ରଫିରେ ମୋଟ ୮ଟି ଦଳ ଖେଳିବେ । ୮ଟି ଦଳକୁ ୨ଟି ଗ୍ରୁପରେ ବିଭକ୍ତ କରାଯାଇଛି । ଟିମ୍ ଇଣ୍ଡିଆ ଗ୍ରୁପ୍ ବିରେ ପାକିସ୍ତାନ, ନ୍ୟୁଜିଲାଣ୍ଡ, ବାଂଲାଦେଶ ସହିତ ଅଛି ।
ଟିମ୍ ଇଣ୍ଡିଆ ଏହି ଟୁର୍ଣ୍ଣାମେଣ୍ଟରେ ୨୦ ଫେବ୍ରୁଆରୀରୁ ତା’ର ଅଭିଯାନ ଆରମ୍ଭ କରିବ । ଏହି ମ୍ୟାଚ୍ରେ ଏହା ବାଂଲାଦେଶ ସହିତ ମୁକାବିଲା କରିବ । ତା'ପରେ ଟିମ୍ ଇଣ୍ଡିଆ-ପାକିସ୍ତାନ ବିପକ୍ଷରେ ଦ୍ୱିତୀୟ ମ୍ୟାଚ୍ ଖେଳିବ । ଏହି ମ୍ୟାଚ୍ ୨୩ ଫେବ୍ରୁଆରୀରେ ଖେଳାଯିବ। ଏହା ପରେ ଗ୍ରୁପ୍ର ଶେଷ ମ୍ୟାଚ୍ରେ, ଏହା ମାର୍ଚ୍ଚ ୨ ତାରିଖରେ ନ୍ୟୁଜିଲାଣ୍ଡ ସହିତ ମୁକାବିଲା କରିବ ।
ଅଧିକ ପଢ଼ନ୍ତୁ ଖେଳ ଖବର: