Videos
|
Sports

ଆଜିଠୁ ଭାରତ-ଶ୍ରୀଲଙ୍କା ପ୍ରଥମ ଟି-୨୦,ସୂର୍ଯ୍ୟଙ୍କ ଉପରେ ନଜର

Sangram Tripathy
Browse all articles by Sangram Tripathy
·2 years ago
ଆଜିଠୁ ଭାରତ-ଶ୍ରୀଲଙ୍କା ପ୍ରଥମ ଟି-୨୦,ସୂର୍ଯ୍ୟଙ୍କ ଉପରେ ନଜର

ଅର୍ଗସ ବ୍ୟୁରୋ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଆଜିଠୁ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳା ଦେଖିବାକୁ ମିଳିବ। ପଲ୍ଲେକେଲରେ ମୁହାଁମୁହିଁ ହେବେ ଉଭୟ ଦଳ। ସୂର୍ଯ୍ୟକୁମାରଙ୍କ ଅଧିନାୟକତ୍ବ ଉପରେ ରହିଛି ସମସ୍ତଙ୍କ ନଜର। ଟି-୨୦ରେ କମାଣ୍ଡ ବିସିସିଆଇ ନ୍ୟସ୍ତ କରିଛି ସୂର୍ଯ୍ୟଙ୍କ କାନ୍ଧରେ। ଏଥିସହ ଭାରତୀୟ କ୍ରିକେଟରେ ହେବ ନୂଆ ଅଧ୍ୟାୟର ଶୁଭାରମ୍ଭ। ନୂଆ ଅଧିନାୟକ,ନୂଆ ହେଡ୍ କୋଚ୍ ସୂର୍ଯ୍ୟ କୁମାର ଯାଦବ ଏବଂ ଗୌତମ ଗମ୍ଭୀରଙ୍କ ପ୍ରଦର୍ଶନ ଉପରେ ରହିଛି ସଭିଙ୍କ ନଜର। ଉଭୟ ଟି-୨୦ ଓ ୱାନ୍ ଡେ ପାଇଁ ଶୁବମନ୍ ଗିଲ୍ ହୋଇଛନ୍ତି ଭାରତର ଉପଅଧିନାୟକ। ଗିଲ୍‌ଙ୍କ ନେତୃତ୍ୱରେ ଭାରତ ନିକଟରେ ଶେଷ ହୋଇଥିବା ଜିମ୍ବାୱେ ବିପକ୍ଷ ଟ୍ୱେଣ୍ଟି-୨୦ ଶୃଙ୍ଖଳାକୁ ୪-୧ରେ ଜିତିଥିଲା। ସେପଟେ ଶ୍ରୀଲଙ୍କା ଟିମର ନୂଆ ଅଧିନାୟକ ହୋଇଛନ୍ତି ଚରିଥ ଅସଲଙ୍କା। ୩ଟି ଟି- ଟ୍ୱେଣ୍ଟି ପରେ, ଶ୍ରୀଲଙ୍କାରେ ୩ଟି ଦିନିକିଆ ମ୍ୟାଚ୍ ଖେଳିବ ଭାରତ। 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
India-Sri Lanka 1st T20 from today, look at Surya | Argus News