ଭାରତ-ଶ୍ରୀଲଙ୍କା ତୃତୀୟ ଦିନିକିଆ ଆଜି

ଅର୍ଗସ ବ୍ୟୁରୋ: ଭାରତ-ଶ୍ରୀଲଙ୍କା ଦ୍ୱିପାକ୍ଷିକ ସିରିଜର ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍ ଆର୍ ପ୍ରେମଦାସ ଷ୍ଟାଡିୟମରେ ଖେଳାଯାଉଛି । ସିରିଜ ବରାବର କରିବା ପାଇଁ ମଇଦାନକୁ ଓହ୍ଲାଇଛି ଟିମ୍ ଇଣ୍ତିଆ । ପ୍ରଥମ ଦୁଇଟି ମ୍ୟାଚରେ ଗୋଟିଏ ଡ୍ର ଥିବା ବେଳେ ଅନ୍ୟ ଏକ ମ୍ୟାଚରେ ଶ୍ରୀଲଙ୍କା ଟିମ୍ ଇଣ୍ତିଆକୁ ପରାସ୍ତ କରିଛି ।
ଆଜିର ମ୍ୟାଚରେ ଟିମ୍ ଇଣ୍ତିଆରେ ଦୁଇଟି ପରିବର୍ତ୍ତନ କରାଯାଇଛି । କେ ଏଲ୍ ରାହୁଲଙ୍କ ସ୍ଥାନରେ ଋଷଭ ପନ୍ତଙ୍କୁ ସ୍ଥାନ ମିଳିଥିବା ବେଳେ ରିୟାନ ପରାଗ ଦିନିକିଆରେ ଡେବ୍ୟୁ କରିଛନ୍ତି । ଅର୍ଶଦୀପ ସିଂଙ୍କୁ ଆଜି ପ୍ଲେଇଂ ଇଲେଭେନରେ ସ୍ଥାନ ମିଳିନାହିଁ ।
ଋଷଭ ପନ୍ତ ୨୦ ମାସ ପରେ ଦିନିକିଆ ଦଳକୁ ଫେରିଛନ୍ତି । ୨୦୨୨ ନଭେମ୍ବର ୩୦ ରେ ନ୍ୟୁଜିଲାଣ୍ତ ବିପକ୍ଷରେ ସେ ଶେଷ ଦିନିକିଆ ମ୍ୟାଚ ଖେଳିଥିଲେ । ସେପଟେ ରିୟାନ ପରାଗ ମଧ୍ୟ ଜିମ୍ବାୱେ ବିପକ୍ଷରେ ଟି-ଟ୍ୱେଣ୍ଟି ଡେବ୍ୟୁ କରିଥିବା ବେଳେ ଆଜି ଶ୍ରୀଲଙ୍କା ବିପକ୍ଷରେ ଦିନିକିଆ ଡେବ୍ୟୁ କରିଛନ୍ତି।
📱 Get Argus News App
✨ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର