Videos
|
Sports

ଭାରତ-ଶ୍ରୀଲଙ୍କା ପ୍ରଥମ ଟି-୨୦,ଟସ୍‌ ହାରିଲେ ସୂର୍ଯ୍ୟ କୁମାର 

Sangram Tripathy
Browse all articles by Sangram Tripathy
·2 years ago
ଭାରତ-ଶ୍ରୀଲଙ୍କା ପ୍ରଥମ ଟି-୨୦,ଟସ୍‌ ହାରିଲେ ସୂର୍ଯ୍ୟ କୁମାର 


ଅର୍ଗସ ବ୍ୟୁରୋ:ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟି-୨୦ରେ ଭାରତୀୟ ଦଳର ଅଧିନାୟକ ସୂର୍ଯ୍ୟ କୁମାର ଯାଦବ ଟସ୍‌ ହାରିଛନ୍ତି। ଶ୍ରୀଲଙ୍କାର ଅଧିନାୟକ ଚରିଥ ଅସଲଙ୍କା ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଯଶସ୍ୱୀ ଜୈସୱାଲଙ୍କ ସହ ଶୁବମନ ଗିଲ୍‌ ଙ୍କ ସହ ଇନିଂସ ଆରମ୍ଭ କରିଛନ୍ତି। ଅଧିନାୟକ ସୂର୍ଯ୍ୟ କୁମାର ଯାଦବ ୩ନଂ ସ୍ଥାନରେ ଖେଳିବେ।

ଦଳରେ ରିୟାନ ପରାଗ, ରିଙ୍କୁ ସିଂହ, ହାର୍ଦ୍ଦିକ ପାଣ୍ଡ୍ୟା,ଅକ୍ଷର ପଟେଲ, ଅର୍ଶଦୀପ ସିଂହ, ରବି ବିଷ୍ଣୋଇ ଓ ମହମ୍ମଦ ସିରାଜ ଖେଳୁଛନ୍ତି। ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଆଜିଠୁ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳା ଦେଖିବାକୁ ମିଳିବ। ଏଥିସହ ଭାରତୀୟ କ୍ରିକେଟରେ ନୂଆ ଅଧ୍ୟାୟର ଶୁଭାରମ୍ଭ ହୋଇସାରିଛି। ନୂଆ ଅଧିନାୟକ,ନୂଆ ହେଡ୍ କୋଚ୍ ସୂର୍ଯ୍ୟ କୁମାର ଯାଦବ ଏବଂ ଗୌତମ ଗମ୍ଭୀରଙ୍କ ପ୍ରଦର୍ଶନ ଉପରେ ରହିଛି ସଭିଙ୍କ ନଜର
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
India-Sri Lanka first T-20, Surya Kumar lost the toss | Argus News