Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ଆଜିଠୁ ଭାରତ-ଶ୍ରୀଲଙ୍କା ଦିନିକିଆ ଶୃଙ୍ଖଳା: ରୋହିତ, କୋହଲି, ରାହୁଲ, କୁଲଦୀପ ଫେରିଲେ

Ritu Das
Browse all articles by Ritu Das
·1 year ago·2 min read
ଆଜିଠୁ ଭାରତ-ଶ୍ରୀଲଙ୍କା ଦିନିକିଆ ଶୃଙ୍ଖଳା: ରୋହିତ, କୋହଲି, ରାହୁଲ, କୁଲଦୀପ ଫେରିଲେ

ଅର୍ଗସ ବ୍ୟୁରୋ: ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ଶ୍ରୀଲଙ୍କା ୦-୩ରେ ଭାରତଠୁ ପରାଜିତ ହେବା ପରେ ଶୁକ୍ରବାରଠୁ ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳାରେ ଭାଗ୍ୟ ପରୀକ୍ଷା କରିବ। କିନ୍ତୁ ଶୃଙ୍ଖଳା ଆରମ୍ଭରୁ ଶ୍ରୀଲଙ୍କାକୁ ବଡ଼ ଝଟ୍‌କା ଲାଗିଛି। ଘରୋଇ ଦଳ ଏବେ ଆହତ ଓ ଅସୁସ୍ଥ ସମସ୍ୟା ଭିତରେ ଗତି କରୁଛି। ଏପରିସ୍ଥିତିରେ ରୋହିତ ଶର୍ମା, ବିରାଟ କୋହଲି, କେଏଲ୍‌ ରାହୁଲ ଓ କୁଲଦୀପ ୟାଦବ ଭାରତୀୟ ଦଳ ସହିତ ଯୋଗ ଦେଇସାରିଥିବାରୁ ଶ୍ରୀଲଙ୍କା ଉପରେ ଅତିରିକ୍ତ ଚାପ ରହିବ। ତଥାପି ଫିଟ୍‌ ଥିବା ଦ୍ରୁତ ବୋଲର ଅସିତ ଫର୍ଣ୍ଣାଣ୍ଡୋ ଓ ଅଲରାଉଣ୍ଡର ଚାମିକା କରୁଣାରତ୍ନେଙ୍କୁ ସହାୟତା ଦେବାକୁ ଦୁଇ ନବାଗତ ମହମଦ ସିରାଜ ଓ ଈଶାନ ମାଲିଙ୍ଗାଙ୍କୁ ଶ୍ରୀଲଙ୍କା ଏହି ଶୃଙ୍ଖଳାରେ ସୁଯୋଗ ଦେବାକୁ ଚିନ୍ତା କରୁଛି।

ନୂଆ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କ ପାଇଁ ପ୍ରଥମ ପାହାଚ ବହୁତ ଭଲ ଯାଇଥିଲା ବେଳେ ଦ୍ବିତୀୟ ପାହାଚ ଉପରେ ମଧ୍ୟ ସମସ୍ତଙ୍କ ନଜର ରହିଛି। ତେବେ ଆଇସିସି ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଭାରତକୁ କେବଳ ୬ଟି ଦିନିକିଆ ଖେଳିବାକୁ ଖେଳସୂଚୀ ରହିଛି। ପ୍ରଥମ ତିନୋଟି ଶ୍ରୀଲଙ୍କା ବିପକ୍ଷରେ ଖେଳିବା ପରେ ଆସନ୍ତା ବର୍ଷ ଇଂଲଣ୍ଡ ସହିତ ଘରୋଇ ଶୃଙ୍ଖଳା ଖେଳିବ। ତେଣୁ ସୀମିତ ମ୍ୟାଚ୍‌ ଥିବାରୁ ନୂଆ ପ୍ରଶିକ୍ଷକ ଓ ଅଧିନାୟକଙ୍କ ପାଇଁ ଦଳର ରୂପରେଖ କରିବାକୁ ମଧ୍ୟ ସମୟ କମ୍‌ ରହିବ। ଏହାମଧ୍ୟରେ ପ୍ରଥମ ଲକ୍ଷ୍ୟ ରହିବ-ଯଶପ୍ରୀତ୍‌ ବୁମ୍‌ରା ଓ ମହମ୍ମଦ ସିରାଜଙ୍କ ପରେ ଦଳର ତୃତୀୟ ସ୍ଥାୟୀ ‌ଦ୍ରୁତ ବୋଲର କିଏ ହେବେ? ମହମ୍ମଦ ସାମି ଗତବର୍ଷ ଦିନିକିଆ ବିଶ୍ବକପ୍‌ରେ ବହୁତ ଭଲ ପ୍ରଦର୍ଶନ ଦେଇଥିଲେ, କିନ୍ତୁ ଦଳ ଏବେ ଜଣେ ନୂଆ ବୋଲର୍‌ଙ୍କ ସନ୍ଧାନରେ ରହିଛି। ଯେଉଁଥିପାଇଁ ଅର୍ଶଦୀପ ସିଂହ ଓ ଖଲିଲ୍‌ ଅହମଦଙ୍କ ପରେ କୋଲକାତା ନାଇଟ୍‌ ରାଇଡର୍ସରେ ଖେଳିଥିବା ହର୍ଷିତ ରାଣାକୁ ନେଇ ମଧ୍ୟ ପରୀକ୍ଷା କରିବ।

ସମ୍ଭାବ୍ୟ ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), ଶୁବମନ ଗିଲ୍‌, ବିରାଟ କୋହଲି, ଶ୍ରେୟସ ଆୟର, ରିଷଭ ପନ୍ତ/କେଏଲ୍‌ ରାହୁଲ (ୱିକେଟରକ୍ଷକ), ଶିବମ ଦୁବେ/ରିୟାନ ପରାଗ, ଅକ୍ଷର ପଟେଲ୍‌, କୁଲଦୀପ ୟାଦବ, ଖଲିଲ ଅହମଦ/ହର୍ଷିତ ରାଣା, ଅର୍ଶଦୀପ ସିଂହ, ମହମ୍ମଦ ସିରାଜ।
ସମ୍ଭାବ୍ୟ ଶ୍ରୀଲଙ୍କା ଦଳ: ପଥୁମ ନିଶଙ୍କ, କୁଶାଲ ମେଣ୍ଡିସ୍‌, ସଦୀରା ସମରବିକ୍ରମା, କାମିନ୍ଦୁ ମେଣ୍ଡିସ୍‌, ଚାରିତ ଅସଲଙ୍କା (ଅଧିନାୟକ), ଜାନିଥ ଲିୟାନାଗେ, ଦୁନିତ ୱେଲାଲଗେ/ଚାମିକା କରୁଣାରତ୍ନେ, ୱାନିନ୍ଦୁ ହସରଙ୍ଗା, ମହେଶ ତୀକ୍ଷଣା, ମହମ୍ମଦ ସିରାଜ/ଈଶାନ ମାଲିଙ୍ଗା, ଅସିତ ଫର୍ଣ୍ଣାଣ୍ଡୋ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

Sponsored
India-Sri Lanka | Argus News