Virat Kohli / ଦକ୍ଷିଣ ଆଫ୍ରିକାକୁ ଧୋଇଲେ ରୋହିତ-କୋହଲି-ଯଶସ୍ଵୀ, ସିରିଜ୍ ଜିତିଲା ଭାରତ
·9 months ago·3 min read

Key Points
ଦ. ଆଫ୍ରିକାକୁ ଧୋଇଲେ ରୋହିତ-କୋହଲି
୨-୧ରେ ସିରିଜ୍ ଜିତିଲା ଭାରତ
୪ ମାରି ଶେଷରେ ମ୍ୟାଚ ଶେଷ କରିଥିଲେ କୋହଲି
୨-୧ରେ ସିରିଜ୍ ଜିତିଲା ଭାରତ
୪ ମାରି ଶେଷରେ ମ୍ୟାଚ ଶେଷ କରିଥିଲେ କୋହଲି
ଦକ୍ଷିଣ ଆଫ୍ରିକାକୁ ହରାଇ ମ୍ୟାଚ ଜିତିଲା ଟିମ୍ ଇଣ୍ଡିଆ। ଶେଷରେ ବିରାଟ କୋହଲି ୪ ମାରି ମ୍ୟାଚ ଶେଷ କରିଥିଲେ। ଦକ୍ଷିଣ ଆଫ୍ରିକା ବିପକ୍ଷରେ ତୃତୀୟ ଏକଦିବସୀୟ ମ୍ୟାଚ୍ରେ ୨୭୦ ରନର ଲକ୍ଷ୍ୟ ପିଛା କରୁଥିବା ଭାରତର ଦୁଇ ଓପନର ଦମଦାର ଆରମ୍ଭ ଦେଇଥିଲେ । ଯଶସ୍ୱୀ ଜୟସ୍ୱାଲ ଏବଂ ରୋହିତ୍ ଶର୍ମାଙ୍କ ମଧ୍ୟରେ ପ୍ରଥମ ଉଇକେଟ୍ ପାଇଁ ୧୫୫ ରନ୍ ପାର୍ଟନରଶିପ୍ ହୋଇଥିଲା । ଏହା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତର ଦଶମ ଶତକୀୟ ଓପନିଂ ଭାଗିଦାରୀ ଥିଲା ।
ଯଶସ୍ଵୀ ଜୟସ୍ଵାଲଙ୍କ ସହ ରୋହିତ ଓ ବିରାଟଙ୍କ କମାଲ। ନିର୍ଣ୍ଣାୟକ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକାକୁ ୯ ଓ୍ଵିକେଟରେ ହରାଇଛି ଭାରତ। ଏଥିସହ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜକୁ ୨-୧ରେ ଜିତିଛି କେଏଲ ରାହୁଲଙ୍କ ନେତୃତ୍ଵାଧୀନ ଭାରତୀୟ ଦଳ। ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ଡିକକଙ୍କ ୧୦୬ ରନ ଓ ତେମ୍ବା ବାଭୁମାଙ୍କ ୪୮ ରନ ବଳରେ ୨୭୦ ରନ କରିଥିଲା। ଜବାବରେ ଜୟସ୍ଵାଲଙ୍କ ଅପରାଜିତ ୧୧୬ ରନ, ରୋହିତ ଶର୍ମାଙ୍କ ୭୫ ଓ କୋହଲିଙ୍କ ଅପରାଜିତ ୬୫ ରନ ବଳରେ ୬୧ ବଲ୍ ଥାଇ ସହଜରେ ମ୍ୟାଚକୁ ଜିତି ନେଇଛି ଭାରତ। ଦିନିକିଆ ସିରିଜ୍ ସଂପନ୍ନ ସହ ଡିସେମ୍ବର ୯ରୁ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳାଯିବ।
ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକାର ଆରମ୍ଭ ନିରାଶଜନକ ଥିଲା। ପ୍ରଥମ ଓଭରରେ ରିୟାନ ରିକଲଟନ(୦) ଅର୍ଶଦୀପ ସିଂଙ୍କ ବଲରେ ଆଉଟ୍ ହୋଇଥିଲେ। ଏହା ପରେ କ୍ଵିଣ୍ଟନ ଡିକକ୍ ଓ ଅଧିନାୟକ ତେମ୍ବା ବାଭୁମା ମୋର୍ଚ୍ଚା ସମ୍ଭାଳିଥିଲେ। ଦୁଇ ବ୍ୟାଟର ୨ୟ ଓ୍ଵିକେଟ୍ ଭାଗିଦାରୀରେ ୧୧୩ ରନ ଯୋଡ଼ିଥିଲେ। ତେମ୍ବା ବାଭୁମା ୪୮ ରନ କରି ଜାଡ଼େଜାଙ୍କ ବଲରେ ଆଉଟ୍ ହୋଇଥିଲେ। ଏହା ପରେ ଡିକକ ଓ ମାଥ୍ୟୁ ବ୍ରିଟଜକେ ୩ୟ ଓ୍ଵିକେଟ୍ ପାଇଁ ୫୪ ରନ ଯୋଡ଼ିଥିଲେ।
ଏଥିସହ ପଢ଼ନ୍ତୁ: ପଡ଼ିଆ ମଝିରେ କୁଲଦୀପଙ୍କ ସହ ବିରାଟଙ୍କ ଡ୍ୟାନ୍ସ, ଫ୍ୟାନ୍ସ କହିଲେ...

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
୨ ଓ୍ଵିକେଟ୍ ହରାଇ ୧୬୮ ରନ କରି ମଜବୁତ ସ୍ଥିତିରେ ଥିବା ଦକ୍ଷିଣ ଆଫ୍ରିକା କୁଲଦୀପ ଯାଦବଙ୍କ ବୋଲିଂର ମୁକାବିଲା କରି ପାରି ନ ଥିଲା। ଡିକକ ୧୦୫ ରନର ବିସ୍ଫୋରକ ଶତକୀୟ ଇନିଂସ ଖେଳିଥିଲେ। ଏଥିରେ ୮ ଚୌକା ଓ ୬ ଛକା ସାମିଲ୍। ମାଥ୍ୟୁ ବ୍ରିଟଜକେ ୨୪ ରନ କରି ଆଉଟ୍ ହୋଇଥିଲେ। କୁଲଦୀପ ଓ ପ୍ରସିଦ୍ଧ କୃଷ୍ଣା ଭ୍ରମଣକାରୀ ଦଳର ମଧ୍ୟକ୍ରମର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ। ଫଳରେ ଦକ୍ଷିଣ ଆଫ୍ରିକା ୪୭.୫ ଓଭରରେ ୨୭୦ ରନରେ ଅଲଆଉଟ୍ ହୋଇଛି। ଶେଷ ଆଡ଼କୁ କେଶବ ମହାରାଜା ୨୦ ରନ କରି ଅପରାଜିତ ଥିଲେ। ବୋଲିଂରେ କୁଲଦୀପ ଯାଦବ ୪୧ ରନ ଦେଇ ୪ଟି ଓ୍ଵିକେଟ୍ ଓ ପ୍ରସିଦ୍ଧ କୃଷ୍ଣା ୬୬ ରନ ଦେଇ ୪ଟି ଓ୍ଵିକେଟ୍ ନେଇଛନ୍ତି। ବୋଲିଂରେ କୁଲଦୀପ ଯାଦବ ୪ଟି ଓ ପ୍ରସିଦ୍ଧ କୃଷ୍ଣା ୪ଟି ଓ୍ଵିକେଟ୍ ନେଇଛନ୍ତି।
ସେପଟେ ଭାରତୀୟ ଟିମରୁ ମାତ୍ର ଜଣେ ଓ୍ୱିକେଟ ଯାଇଥିଲା। ରୋହିତ ଶର୍ମା ୭୫ ରନ୍ କରି ଆଉଟ୍ ହୋଇଯାଇଥିଲେ। ପରେ ପଡିଆକୁ ଓହ୍ଲାଇଥିଲେ କିଙ୍ଗ କୋହଲି। ଯଶସ୍ଵୀ ଏବଂ କୋହଲିଙ୍କ ମିଳିତ ଖେଳରେ ଭାରତୀୟ ଟିମ୍ ବିଜୟ ହାସଲ କରିଛି। ଦୁଇ ବ୍ୟାଟର ଦ୍ରୁତ ବ୍ୟାଟିଂ କରି ମ୍ୟାଚକୁ ସଂପୂର୍ଣ୍ଣ ଏକତରଫା କରିଥିଲେ। ଜୟସ୍ଵାଲ ଦିନିକିଆ କ୍ୟାରିୟରରେ ପ୍ରଥମ ଶତକ ହାସଲ କରିଥିଲେ। କୋହଲି ସିରିଜରେ ନିଜର ଚମତ୍କାର ଫର୍ମ ବଜାୟ ରଖି ଅର୍ଦ୍ଧଶତକ ହାସଲ କରିଥିଲେ। ଜୟସ୍ଵାଲ ୧୨୧ ବଲରୁ ୧୨ ଚୌକା ଓ ୨ ଛକା ସହ ଅପରାଜିତ ୧୧୬ ରନ ଇନିଂସ ଖେଳିଥିଲେ। କୋହଲି ୪୫ ବଲରୁ ୬ ଚୌକା ଓ ୩ ଛକା ଜରିଆରେ ୬୫ ରନ କରିଥିଲେ। ଦୁଇ ବ୍ୟାଟର ଅବିଭାଜିତ ୩ୟ ଓ୍ଵିକେଟରେ ୧୧୬ ରନ ଯୋଡ଼ି ଦଳକୁ ୬୧ ବଲ ବାକି ଥାଇ ଓ୍ଵିକେଟରେ ଜିତାଇଛନ୍ତି।
ଅଧିକ ପଢ଼ନ୍ତୁ ଖେଳ ଖବର:

Related Topics
Explore more stories