Videos
|
Sports

ଶୁଭମନ ଗିଲଙ୍କ ନେତୃତ୍ବରେ ମୈଦାଇନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ

Banajyotshna Ray
Browse all articles by Banajyotshna Ray
·2 years ago
ଶୁଭମନ ଗିଲଙ୍କ ନେତୃତ୍ବରେ ମୈଦାଇନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ

ଅର୍ଗସ ବ୍ୟୁରୋ:  ଆଜି ଠାରୁ ଆରମ୍ଭ ହେବ ଭାରତୀୟ ଟିମର ଜିମ୍ବାଓ୍ବେ ଟୁଅର୍। ଭିଭିଏସ ଲକ୍ଷ୍ମଣଙ୍କ ନେତୃତ୍ବରେ ଭାରତୀୟ କ୍ରିକେଟ ଦଳ ଜିମ୍ବାୱେ ଗସ୍ତରେ ଯାଇଛି। ଟି-୨୦ ବିଶ୍ବକପ୍ ପରେ ଭାରତୀୟ ଦଳ ଜିମ୍ବାୱେ ବିପକ୍ଷରେ ପାଞ୍ଚଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ ଖେଳିବ। ଅଧିକାଂଶ ବରିଷ୍ଠ ଖେଳାଳି ଏହି ଗସ୍ତରୁ ବାଦ୍‌ ପଡ଼ିଛନ୍ତି। ଯୁବ ଖେଳାଳିମାନଙ୍କୁ ଜିମ୍ବାୱେ ଯାତ୍ରା ପାଇଁ ଦଳରେ ସ୍ଥାନ ଦିଆଯାଇଛି।

ଶୁଭମନ ଗିଲଙ୍କୁ ଟିମ୍‌ ଇଣ୍ଡିଆର ଅଧିନାୟକ କରାଯାଇଛି। ଅଭିଷେକ ଶର୍ମା, ରିୟାନ ପରାଗ, ତୁଷାର ଦେଶପାଣ୍ଡେ ପ୍ରଥମ ଥର ପାଇଁ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି। ଜିମ୍ବାୱେରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଆନ୍ତର୍ଜାତୀୟ ଟି-୨୦ ସିରିଜର ପ୍ରଥମ ମ୍ୟାଚ ଆଜି ଖେଳାଯିବ। ଭାରତୀୟ ସମୟ ଅପରାହ୍ନ ୪.୩୦ରେ ଆରମ୍ଭ ହେବ ମ୍ୟାଚ୍।

ଅଧିକ ପଢ଼ନ୍ତୁ ଖେଳ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
India tour of Zimbabwe, T20I series | Argus News