Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Sports News / ୨୦୨୬ ଟି-୨୦ ବିଶ୍ୱକପ୍ ଜିତିବା ପରେ ବିଜୟ ଯାତ୍ରା ହେବ କି?

Ritu Das
Browse all articles by Ritu Das
·4 months ago·2 min read
୨୦୨୬ ଟି-୨୦ ବିଶ୍ୱକପ୍ ଜିତିବା ପରେ ବିଜୟ ଯାତ୍ରା ହେବ କି?
India

Key Points

ବିସିସିଆଇ ଏକ ବଡ଼ କାର୍ଯ୍ୟକ୍ରମ ଆୟୋଜନ କରିପାରେ, ଯାହା ମୁମ୍ବାଇ ଏବଂ ଦିଲ୍ଲୀରେ ଅନୁଷ୍ଠିତ ହେବାର ସମ୍ଭାବନା ରହିଛି।
ବିଶ୍ବକପରେ ଟିମ ଇଣ୍ଡିଆ ଜବରଦସ୍ତ ପ୍ରଦର୍ଶନ କରିଛି। ୯୬ ରନରେ କିଓ୍ବି ଦଳଙ୍କୁ ପରାସ୍ତ କରି ଭାରତ ହୋଇଛି ବିଶ୍ବବିଜେତା। ଭାରତୀୟ ଦଳ ଲଗାତାର ଦୁଇଥର T20 ବିଶ୍ୱକପ୍‌ ଜିତିଥିବା ପ୍ରଥମ ଦଳ ହେଲା। ଏହା ଏବେ ପ୍ରଶ୍ନ ଉଠାଉଛି ଯେ ବିସିସିଆଇ ଏହି ବିଜୟକୁ ପାଳନ କରିବା ପାଇଁ ଏକ ବିଜୟ ପରେଡ୍ ଆୟୋଜନ କରିବ କି ନାହିଁ, ଯାହା ଦ୍ୱାରା ପ୍ରଶଂସକମାନେ ଖେଳାଳିମାନଙ୍କ ସହିତ ଏହି ଉତ୍ସବ ପାଳନ କରିପାରିବେ। ୨୦୨୪ ମସିହାରେ, ଯେତେବେଳେ ଟିମ୍ ଇଣ୍ଡିଆ ଟାଇଟଲ୍‌ ଜିତି ଭାରତ ଫେରିଥିଲା, ମୁମ୍ବାଇରେ ଏକ ମହାନ ବିଜୟ ପରେଡ୍ ଅନୁଷ୍ଠିତ ହୋଇଥିଲା। ଏହି ବିଜୟ ପରେଡ୍ ସମୟରେ, ଖେଳାଳିମାନେ ଏକ ଖୋଲା ବସ୍‌ରେ ଠିଆ ହୋଇଥିଲେ ଏବଂ ପ୍ରଶଂସକଙ୍କ ଏକ ବିଶାଳ ଭିଡ଼ ଦେଖିବାକୁ ମିଳିଥିଲା। ଏଥର ସାମ୍ନାକୁ ଆସୁଥିବା ସୂଚନା ଅନୁଯାୟୀ, ବିସିସିଆଇ ଏକ ବଡ଼ କାର୍ଯ୍ୟକ୍ରମ ଆୟୋଜନ କରିପାରେ, ଯାହା ମୁମ୍ବାଇ ଏବଂ ଦିଲ୍ଲୀରେ ଅନୁଷ୍ଠିତ ହେବାର ସମ୍ଭାବନା ରହିଛି।

ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ନ୍ୟୁଜିଲ୍ୟାଣ୍ଡକୁ 96 ରନରେ ପରାସ୍ତ କରି ଟି-20 ବିଶ୍ୱକପରେ ବିଶ୍ୱ ଚାମ୍ପିଅନ ହେବା ପରେ, ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ପୁରା ବିଶ୍ବକପରେ ପ୍ରଦର୍ଶନ ଖରାପ ଥିଲା। ସେଥିପାଇଁ ଚାରିଆଡ଼ୁ ତାଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଛି। କେହି କେହି କହୁଛନ୍ତି ସୂର୍ଯ୍ୟ ଟି-୨୦ କ୍ୟାରିୟରରୁ ଅବସର ନେଇପାରନ୍ତି। କିନ୍ତୁ ଏନେଇ ମୁହଁ ଖୋଲିଛନ୍ତି ଭାରତର କ୍ୟାପଟେନ Mr. 360.

ମହେନ୍ଦ୍ର ସିଂହ ଧୋନି ଏବଂ ରୋହିତ ଶର୍ମାଙ୍କ ପରେ ଆଇସିସି ଟି-20 ବିଶ୍ୱକପ ଜିତିଥିବା ତୃତୀୟ ଭାରତୀୟ ଅଧିନାୟକ ହୋଇଥିବା ସୂର୍ଯ୍ୟ ଟ୍ରଫି ହାତରେ ଆସିବା ମାତ୍ରେ ତାଙ୍କର ପରବର୍ତ୍ତୀ ଦୁଇଟି ବିଷୟରେ ବଡ଼ ଘୋଷଣା କରିଛନ୍ତି। ସେ ପ୍ରଶଂସକମାନଙ୍କୁ ସ୍ପଷ୍ଟ କରିଛନ୍ତି ଯେ ମୁଁ ଏଯାଏ ଅବସର ବିଷୟରେ ଭାବିନି। କି ମୋର ଅବସର ଏବେ ନେବାର ନାହିଁ। ମୋର ଏବେ ବହୁତ କ୍ରିକେଟ ବାକି ଅଛି।

ଏହାସହ ପଢ଼ନ୍ତୁ: ଟି-୨୦ ବିଶ୍ୱକପ ଟ୍ରଫି ଜିତିବାପରେ ବଡ଼ ଘୋଷଣା କଲେ ସୂର୍ଯ୍ୟକୁମାର: କ୍ରିକେଟ ଜଗତରେ ହଇଚଇ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Will India Hold a Victory Parade After Winning T20 World Cup 2026? | Argus News