Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଟେଷ୍ଟ କ୍ରିକେଟ୍‌ରେ ଭାରତର ବଡ଼ ବିଜୟ; ଗୋଟିଏ ଇନିଂସ ଓ ୩୦୦ ରନ୍‌ରେ ହାରିଲା ଆଫଗାନିସ୍ତାନ

Sports

Historic Win for India / ଟେଷ୍ଟ କ୍ରିକେଟ୍‌ରେ ଭାରତର ବଡ଼ ବିଜୟ; ଗୋଟିଏ ଇନିଂସ ଓ ୩୦୦ ରନ୍‌ରେ ହାରିଲା ଆଫଗାନିସ୍ତାନ

Sushanta Sahoo
Browse all articles by Sushanta Sahoo
·2 hours ago·2 min read
ଟେଷ୍ଟ କ୍ରିକେଟ୍‌ରେ ଭାରତର ବଡ଼ ବିଜୟ; ଗୋଟିଏ ଇନିଂସ ଓ ୩୦୦ ରନ୍‌ରେ ହାରିଲା ଆଫଗାନିସ୍ତାନ
India Script Historic Victory Over Afghanistan

Key Points

ଗୋଟିଏ ପାଳି ଓ ୩୦୦ ରନ୍‌ରେ ଭାରତ ରେକର୍ଡ ବିଜୟ ହାସଲ କରିଛି । ଯାହାକି ଟେଷ୍ଟ କ୍ରିକେଟ୍‌ରେ ଏବେ ସୁଦ୍ଧା ଭାରତୀୟ ଦଳର ସବୁଠୁ ବଡ଼ ବିଜୟ ।
ନୂଆଦିଲ୍ଲୀ: ନ୍ୟୁ ଚଣ୍ଡିଗଡ଼ ଷ୍ଟାଡିୟମ୍‌ରେ ଖେଳା ଯାଇଥିବା ଆଫଗାନିସ୍ତାନ ବିପକ୍ଷ ଟେଷ୍ଟ ମ୍ୟାଚ୍‌କୁ ଭାରତ ଜିତି ନେଇଛି । ଗୋଟିଏ ପାଳି ଓ ୩୦୦ ରନ୍‌ରେ ଭାରତ ରେକର୍ଡ ବିଜୟ ହାସଲ କରିଛି । ଯାହାକି ଟେଷ୍ଟ କ୍ରିକେଟ୍‌ରେ ଏବେ ସୁଦ୍ଧା ଭାରତୀୟ ଦଳର ସବୁଠୁ ବଡ଼ ବିଜୟ ।

ଏହା ପୂର୍ବରୁ ଭାରତ ଗୋଟିଏ ଇନିଂସ ଓ ୨୭୨ ରନ୍ ବ୍ୟବଧାନରେ ଜିତିଥିଲା । ୨୦୧୮ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ରାଜକୋଟରେ ବୃହତ୍ ବିଜୟ ହାସଲ କରିଥିଲା ଭାରତ । ଏବେ ପୁଣି ଘରୋଇ ମାଟିରେ ଭାରତ ବଡ଼ ବିଜୟ ହାସଲ କରିଛି ।

ଏଥିସହ ପଢ଼ନ୍ତୁ: ଟିମ୍ ଇଣ୍ଡିଆର ନୂତନ ଟି-୨୦ ଅଧିନାୟକ ଶ୍ରେୟସ ଆୟରଙ୍କର ଉଡ଼ିଲା ମଜାକ…ଜଣେ ଫ୍ୟାନ ଗର୍ଲ କଲେ କ୍ଲିନ ବୋଲ୍ଡ 

ନ୍ୟୁ ଚଣ୍ଡିଗଡ଼ ଟେଷ୍ଟ ୩ ଦିନରେ ସରିଛି । ଭରତୀୟ ଟିମ୍ ପ୍ରଥମ ଇନିଂସରେ ୮ ୱିକେଟ୍ ହରାଇ ୫୬୪ ରନ୍‌ରେ ପାଳି ଘୋଷଣା କରିଥିଲା । ଏହାପରେ ଭ୍ରମଣକାରୀ ଆଫଗାନିସ୍ତାନ ପ୍ରଥମ ପାଳିରେ ମାତ୍ର ୧୫୨ ରନ୍ କରି ଅଲଆଉଟ୍ ହୋଇ ଫଲୋଅନ୍ ଖେଳିଥିଲା ।

ଦ୍ଵିତୀୟ ପାଳିରେ ଆଫଗାନିସ୍ତାନ ମାତ୍ର ୧୧୨ ରନ୍‌ରେ ଅଲଆଉଟ୍ ହୋଇ ଯାଇଛି । ଫଳରେ ଭାରତ ନ୍ୟୁ ଚଣ୍ଡିଗଡ଼ ଚେଷ୍ଟ ମ୍ୟାଚ୍‌କୁ ଗୋଟିଏ ଇନିଂସ ଓ ୩୦୦ ରନ୍‌ରେ ଜିତି ଐତିହାସିକ ବିଜୟ ହାସଲ କରିଛି ।

ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା । ପ୍ରଥମ ପାଳିରେ ଭାରତ ବଡ଼ ସ୍କୋର୍ କରିଥିଲା । ଆଫଗାନିସ୍ତାନ ପ୍ରଥମ ପାଳିରେ ୧୫୨ ରନ୍‌ରେ ସୀମିତ ହେବା ପରେ ଫଲୋଅନ୍ ଖେଳି ପୁଣି ଥରେ ବ୍ଯାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ।

ଅବ୍ଦୁଲ ମଲିକ ବ୍ୟକ୍ତିଗତ ଭାବେ ମାତ୍ର ୮ ରନ୍ କରି ମହମ୍ମଦ ସିରାଜଙ୍କ ଶିକାର ହୋଇଥିଲେ । ଏହାପରେ ଗୋଟିଏ ପରେ ଗୋଟିଏ ହୋଇ ଖସିଥିଲା ଆଫଗାନିସ୍ତାନର ୱିକେଟ୍ । ଦଳ ପକ୍ଷରୁ ସେଦିକୁଲ୍ଲାହ ଅଟଳ ସର୍ବାଧିକ ୪୨ ରନ୍ ସ୍କୋର୍ କରିଛନ୍ତି ।

ଏଥିସହ ପଢ଼ନ୍ତୁ: ଅବସର ପରେ ବି ବିଦେଶୀ ଲିଗ୍ ଖେଳିପାରିବେନି ଭାରତୀୟ ଖେଳାଳି ! BCCI ଆଣିପାରେ କଡ଼ା ନିୟମ 

ଡେବ୍ୟୁ ମ୍ୟାଚ୍‌ରେ ୭ ୱିକେଟ୍

କ୍ୟାରିୟରର ପ୍ରଥମ ଅନ୍ତର୍ଜାତୀୟ ଟି-ଟ୍ଵେଣ୍ଟି ମ୍ୟାଚ୍ ଖେଳୁଥିବା ମାନବ ସୁଥାର ଚମତ୍କାର ବୋଲିଂ କରିଛନ୍ତି । ଡେବ୍ୟୁ ମ୍ଯାଚ୍‌ରେ ମୋଟ ୭ଟି ୱିକେଟ୍ ଅକ୍ତିଆର୍ କରିଛନ୍ତି ମାନବ ସୁଥାର । ପ୍ରଥମ ଇନିଂସରେ ମାନବ ସୁଥାର ୬ଟି ୱିକେଟ୍ ନେଇଥିବା ବେଳେ ଫଲୋଅନ୍‌ରେ ଗୋଟିଏ ସଫଳତା ପାଇଛନ୍ତି ।

ଅନ୍ୟମାନଙ୍କ ମଧ୍ୟରେ ପ୍ରଥମ ଇନିଂସରେ ପ୍ରସିଦ୍ଧ କ୍ରୀଷ୍ଣା ୩ଟି ଓ ୱାଶିଂଟନ ସୁନ୍ଦର ଗୋଟିଏ ୱିକେଟ୍ ନେଇଥିଲେ । ସେହିଭଳି ଫଲୋଅନ୍‌ରେ ୱାଶିଂଟନ୍ ସୁନ୍ଦର ୪ଟି, କୁଳଦୀପ ଯାଦବ ୩ଟି ସଫଳତା ପାଇଥିବା ବେଳେ ମହମ୍ମଦ ସିରାଜ ଗୋଟିଏ ୱିକେଟ୍ ନେଇଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
India vs Afghanistan: India Records Biggest Test Win in History | Argus News | Argus News