IND VS AUS / ଆଜି ଭାରତ-ଅଷ୍ଟ୍ରେଲିଆ ତୃତୀୟ ତଥା ଶେଷ ଦିନିକିଆ: ଟସ୍ ଜିତି ଅଷ୍ଟ୍ରେଲିଆର ବ୍ୟାଟିଂ ନିଷ୍ପତ୍ତି

Key Points
ଆଜି ଭାରତ-ଅଷ୍ଟ୍ରେଲିଆ ତୃତୀୟ ତଥା ଶେଷ ଦିନିକିଆ। ଟସ୍ ଜିତି ଅଷ୍ଟ୍ରେଲିଆର ବ୍ୟାଟିଂ ନିଷ୍ପତ୍ତି, ବୋଲିଂ କରିବ ଭାରତ । ସକାଳ ୯ଟାରୁ ମ୍ୟାଚ୍ ଖେଳ ଆରମ୍ଭ ହୋଇଛି, ଶେଷ ଦିନିକିଆ ଜିତି ସମ୍ମାନ ବଜାୟ ଲକ୍ଷ୍ୟରେ ଭାରତ ଖେଳିବ । ୩ ମ୍ୟାଚ୍ ବିଶିଷ୍ଟ ସିରିଜକୁ ଅଷ୍ଟ୍ରେଲିଆ ୨-୦ରେ କବଜା କରିଛି ।
ଉଲ୍ଲେଖ ଥାଉ କି ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତୀୟ ପୁରୁଷ କ୍ରିକେଟ୍ ଦଳ ପ୍ରଥମ ଦୁଇ ଏକଦିବସୀୟ ମ୍ୟାଚ୍ ହାରି ଶୃଙ୍ଖଳା ହାତଛଡ଼ା କରିସାରିଛି। ଶୃଙ୍ଖଳାର ତୃତୀୟ ଦିନିକିଆ ଆଜି ଖେଳାଯାଉଛି। ଏହି ମ୍ୟାଚ୍ ଜିତି ଶୁବମନ ଗିଲ୍ଙ୍କ ଦଳ ସମ୍ମାନ ରକ୍ଷା ଆଶାରେ ରହିବ। ଅନ୍ୟପକ୍ଷରେ ମିଚେଲ୍ ମାର୍ସଙ୍କ ଦଳ ୩-୦ ଐତିହାସିକ ସଫଳତା ଲକ୍ଷ୍ୟରେ ରହିଛି। ଏହି ମ୍ୟାଚ୍ ଜିତିଲେ ଭାରତ ବିପକ୍ଷରେ ପ୍ରଥମ ଥର ଲାଗି ଦିନିକିଆ ଶୃଙ୍ଖଳା ମୂଳପୋଛ କରିବ ଅଷ୍ଟ୍ରେଲିଆ।
ପ୍ରଥମ ଦୁଇ ମ୍ୟାଚ୍ରେ ଭାରତୀୟ ଶୀର୍ଷ କ୍ରମ ଜୋସ୍ ହାଜେଲ୍ଉଡ୍ଙ୍କ ବିପକ୍ଷରେ ଖେଳିବାରେ ବିଫଳ ହୋଇଛନ୍ତି। ପର୍ଥ ପରି ଆଡିଲେଡ୍ରେ ମଧ୍ୟ ଅଧିନାୟକ ଶୁବମନ ଓ ବିରାଟ କୋହଲିଙ୍କ ୱିକେଟ୍ ଶୀଘ୍ର ହରାଇଥିଲା ଭାରତ। କୋହଲି ନିଜ ଦିନିକିଆ ଜୀବନରେ ପ୍ରଥମ ଥର ଲାଗି ଲଗାତାର ଦ୍ବିତୀୟ ଥର ଶୂନରେ ଆଉଟ ହୋଇଥିଲେ।
ଏହାସହ ପଢ଼ନ୍ତୁ: ଅଷ୍ଟ୍ରେଲିଆରେ ଶେଷ ହେବ ଭାରତୀୟ ସୁପରଷ୍ଟାରଙ୍କ କାହାଣୀ! ଜଣେ ଥିଲେ ରୋହିତ...ଜଣେ ଥିଲେ କୋହଲି
ରୋହିତ ଶର୍ମା ପ୍ରଥମ ମ୍ୟାଚ୍ରେ ବିଫଳ ହୋଇଥିଲେ ମଧ୍ୟ ଆଡିଲେଡ୍ରେ ୭୩ ରନ୍ର ପାଳି ଖେଳି ଫର୍ମକୁ ଫେରିବାର ସଙ୍କେତ ଦେଇଥିଲେ। ହାର୍ଦିକ ପାଣ୍ଡ୍ୟାଙ୍କ ବିନା ଦଳ ଅସନ୍ତୁଳିତ ରହୁଛି। ଶୃଙ୍ଖଳା ଜିତି ସାରିଥିବାରୁ ଅଷ୍ଟ୍ରେଲିଆ ଦଳ ଦୁଇ ତାରକା ବୋଲର ହାଜେଲ୍ଉଡ୍ ଓ ଷ୍ଟାର୍କଙ୍କୁ ବିଶ୍ରାମ ଦେବାକୁ ଚିନ୍ତା କରିଛି।
ପିଚ୍ ରିପୋର୍ଟ ଉପରେ କହିବାକୁ ଗଲେ, ସିଡନୀ ପିଚ୍କୁ ଅନ୍ୟ ସମସ୍ତ ଅଷ୍ଟ୍ରେଲିଆ ଗ୍ରାଉଣ୍ଡ ମଧ୍ୟରେ ସବୁଠାରୁ ସ୍ପିନ୍-ଅନୁକୂଳ ଏବଂ ବ୍ୟାଟିଂ-ଅନୁକୂଳ ଟ୍ରାକ୍ ବୋଲି ଧରାଯାଏ । ଏଠାରେ ବଲ୍ ଭଲ ଭାବରେ ବ୍ୟାଟ୍ ଉପରେ ଆସେ । ଏହା ବ୍ୟତୀତ, ମ୍ୟାଚ୍ ବଢ଼ିବା ସହିତ ସ୍ପିନର୍ସଙ୍କୁ ମଧ୍ୟ ଲାଭ ମିଳିଥାଏ । ଏହା ଏହି ପିଚ୍ର ପ୍ରକୃତି । ତେବେ ଏହି ପିଚ୍ ଦ୍ରୁତ ବୋଲରମାନଙ୍କୁ ସେତେ ସହାୟକ ହୋଇ ନପାରେ । ତଥାପି, ଯଦି ପିଚ୍ରେ ଘାସ ଛାଡି ଦିଆଯାଏ, ତେବେ ପେସରମାନେ ଘାତକ ହୋଇପାରନ୍ତି ।
ଏହାସହ ପଢ଼ନ୍ତୁ: ବିରାଟ କୋହଲି ନା ରୋହିତ ଶର୍ମା, କିଏ କରନ୍ତି ଅଧିକ ରୋଜଗାର…
ସିଡନୀରେ ସ୍ଥାନୀୟ ସମୟ ଅପରାହ୍ନ ୨:୩୦ ରେ ମ୍ୟାଚ୍ ଆରମ୍ଭ ହୋଇଛି । ଅପରାହ୍ନରେ ଆକାଶ ସଫା ରହିବ ଏବଂ ମେଘୁଆ ପାଗ ନେଇ ପୂର୍ବାନୁମାନ କରାଯାଇଛି । ତଥାପି, ପାଗ ଥଣ୍ଡା ରହିବ, ତାପମାତ୍ରା ୧୬ ରୁ ୨୩ ଡିଗ୍ରୀ ମଧ୍ୟରେ ରହିବ ବୋଲି ଆଶା କରାଯାଉଛି। ଦିନ ବଢ଼ିବା ସହିତ, ପବନ ବଢ଼ିପାରେ, ଯାହା ପେସରମାନଙ୍କୁ ବଲକୁ ସାମାନ୍ୟ ସ୍ୱିଙ୍ଗ୍ କରିବାରେ ସାହାଯ୍ୟ କରିପାରେ । ମୋଟ ଉପରେ ପାଗ ଭଲ ରହିବ ଏବଂ ପୂରା ୧୦୦ ଓଭର ମ୍ୟାଚ୍ ହେବ ବୋଲି ଆଶା କରାଯାଉଛି । ଶୁକ୍ରବାର ବିଳମ୍ବିତ ରାତି ଏବଂ ସନ୍ଧ୍ୟାରେ ହାଲୁକା ବର୍ଷାର ପୂର୍ବାନୁମାନ କରାଯାଇଥିଲା, ଫଳରେ ପିଚ୍ ଅଧିକ ସମୟ ପାଇଁ ଘୋଡ଼ାଇ ହୋଇ ରହିବ ଏବଂ ଆରମ୍ଭ ଓଭରଗୁଡ଼ିକରେ କିଛି ଆର୍ଦ୍ରତା ଦେଖାଯାଇପାରେ । ଏହା ବୋଲରମାନଙ୍କୁ ଲାଭ ଦେଇପାରେ ।
📱 Get Argus News App
✨Related Topics
Explore more stories