Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ସୁପର ସନଡେରେ ସୁପର ଫାଇନାଲ୍

Banajyotshna Ray
Browse all articles by Banajyotshna Ray
·2 years ago·1 min read
ସୁପର ସନଡେରେ ସୁପର ଫାଇନାଲ୍

ଅର୍ଗସ ବ୍ୟୁରୋ:  ବଡ଼ ଷ୍ଟାଡିୟମ। ବଡ଼ ମ୍ୟାଚ୍। ଆଉ ଶୀର୍ଷରେ ଫ୍ୟାନଙ୍କ ଜୋସ୍। ଗୁଜରାଟ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ବିଶ୍ବକପ୍ କ୍ରିକେଟ ଫାଇନାଲ ରୋମାଞ୍ଚରେ ରୋମାଞ୍ଚିତ ହୋଇଛନ୍ତି ଲକ୍ଷ ଲକ୍ଷ କ୍ରିକେଟ୍ ପ୍ରେମୀ। ଆଉ ଫ୍ୟାନଙ୍କ ଏହି ଉତ୍ସାହର ପ୍ରତି ମୁହୂର୍ତ୍ତ କ୍ୟାମେରାରେ କଏଦ କରିଛି ଅର୍ଗସ୍ ଟିମ୍। 
ସୁପର ଫାଇନାଲରେ ସୁପର ଫ୍ୟାନ୍। ଏକ ଲକ୍ଷ 30 ହଜାରରୁ ଅଧିକ ଦର୍ଶକଙ୍କ ସମାଗମ । ଷ୍ଟାଡିୟମ ଭିତରକୁ ଏଣ୍ଟ୍ରି ପାଇଁ ସକାଳୁ ଭିଡ଼ ଜମାଇଥିଲେ ଭାରତୀୟ ଫ୍ୟାନ୍। ନରେନ୍ଦ୍ର ମୋଦି ଷ୍ଟାଡିୟମର ଗେଟ୍ ନଂ ୱାନ୍ ପାଖରେ ଅର୍ଗସ କ୍ୟାମେରାରେ ଦେଖାଯାଇଥିଲା ଭାରତୀୟ କ୍ରିକେଟ ପ୍ରେମୀଙ୍କ ଉତ୍ସାହ।

ଭାରତୀୟ ଦଳକୁ ଉତ୍ସାହିତ କରିବାକୁ ପୁରା ପ୍ରସ୍ତୁତ ହୋଇ ଆସିଥିଲେ ଫ୍ୟାନ୍। ପ୍ରାୟ ସବୁ ଫ୍ୟାନ୍ ପିନ୍ଧିଥିଲେ ଇଣ୍ଡିଆନ୍ ଟିମର ନୀଳ ଜର୍ସି। ତା ସାଙ୍ଗକୁ ମୁହଁରେ ତ୍ରିରଙ୍ଗା ଚିତ୍ର। ବିଭିନ୍ନ ପ୍ରକାର ପ୍ଲାକାର୍ଡ ସାଙ୍ଗକୁ ବ୍ୟାନର। ଏ ସବୁ ଭିତରେ ସବୁଠାରୁ ଉପରେ ଥିଲା କ୍ରିକେଟ୍ ଫିଭର। ପୁଣି ଦର୍ଶକଙ୍କ ଭିତରେ ସାମିଲ ଥିଲେ ଡୁପ୍ଲିକେଟ୍ ମୋଦି ଓ ସାଉଥ୍ ସୁପରଷ୍ଟାର ଧନୁଷଙ୍କ ଡମି।ଦର୍ଶକଙ୍କ ଭିତରେ ଥିଲେ ଭାରତୀୟ ଟିମର ଏ କୁନି ପ୍ରଶଂସକ। ଫେଭରାଇଟ୍ ପ୍ଲେୟାରଙ୍କୁ ଚିୟର ଅପ୍ କରିବାକୁ ଏମାନେ ହୋଇ ଆସିଥିଲେ ପ୍ରସ୍ତୁତ।

ଦେଶର କୋଣ ଅନୁକୋଣରୁ ହଜାର ହଜାର ସଂଖ୍ୟାରେ ଫ୍ୟାନ୍ ଫାଇନାଲ୍ ମ୍ୟାଚ ଦେଖିବାକୁ ଅହମ୍ମଦାବାଦରେ ପହଞ୍ଚିଛନ୍ତି । ଭାରତୀୟ ଦଳର ଉତ୍ସାହ ବଢ଼ାଇବାକୁ ସୁଦୂର ଓଡ଼ିଶାରୁ ବହୁ ସଂଖ୍ୟାରେ ଓଡ଼ିଆ ଫ୍ୟାନ ମଧ୍ୟ ପହଞ୍ଚିଛନ୍ତି ନରେନ୍ଦ୍ର ମୋଦି ଷ୍ଟାଡିୟମରେ।ନୀଳ ଜର୍ସିରେ ନୀଳ ସମୁଦ୍ର ଲାଗୁଥିଲା ନରେନ୍ଦ୍ର ମୋଦି ଷ୍ଟାଡିୟମ। କିନ୍ତୁ ଭିତରେ ଏମାନଙ୍କ ନିଜ ଦଳକୁ ଉତ୍ସାହିତ କରିବାକୁ ଅଷ୍ଟ୍ରେଲିଆ ଫ୍ୟାନ୍ ମଧ୍ୟ ସାମିଲ ଥିଲେ। 12 ବର୍ଷ ପରେ ବିଶ୍ବକପ୍ ଫାଇନାଲରେ ଭାରତ। ତେଣୁ ଦର୍ଶକଙ୍କ ଭିତରେ ଅପୂର୍ବ ଉତ୍ସାହ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଖେଳ ଖବର:

Sponsored
India vs Australia Live Score Updates | Argus News