Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ଅଗଷ୍ଟ ୧୭ରୁ ଭାରତ-ବାଂଲାଦେଶ ସିରିଜ୍, ସୂଚୀ ଜାରି କଲା BCCI

Sushanta Sahoo
Browse all articles by Sushanta Sahoo
·1 year ago·1 min read
ଅଗଷ୍ଟ ୧୭ରୁ ଭାରତ-ବାଂଲାଦେଶ ସିରିଜ୍, ସୂଚୀ ଜାରି କଲା BCCI

ଭାରତୀୟ କ୍ରିକେଟ୍ ଦଳ ଆସନ୍ତା ଅଗଷ୍ଟରେ ବାଂଲାଦେଶ ଗସ୍ତରେ ଯିବ । ସେଠାରେ ୩ଟି ଦିନିକିଆ ସହ ୩ଟି ଟି-ଟ୍ଵେଣ୍ଟି ମ୍ୟାଚ୍ ବିଶିଷ୍ଟ ସିରିଜ୍ ଖେଳିବ ଭାରତୀୟ ଦଳ । ଦିନିକିଆ ଶୃଙ୍ଖଳାରୁ ଆରମ୍ଭ ହେବ ଗସ୍ତ । ପ୍ରଥମ ମ୍ୟାଚ୍ ଅଗଷ୍ଟ ୧୭ରେ ଖେଳାଯିବ । ଅଗଷ୍ଟ ୨୬ରୁ ଆରମ୍ଭ ହେବ ଟି-ଟ୍ଵେଣ୍ଟି ସିରିଜ୍ । ଏନେଇ ମଙ୍ଗଳବାର ବିସିସିଆଇ ଜାରି କରିଛି ଖେଳ ସୂଚୀ ।


ଦିନିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍ ଅଗଷ୍ଟ ୧୭ରେ ଶେର ଏ ବାଂଲା ନ୍ୟାସନାଲ ଷ୍ଟାଡିୟମ, ମୀରପୁରରେ ଖେଳାଯିବ । ସିରିଜ୍‌ର ଦ୍ଵିତୀୟ ଦିନିକିଆ ଅଗଷ୍ଟ ୨୦ରେ ମୀରପୁରରେ ଖେଳାଯିବାକୁ ଥିବା ବେଳେ ୨୩ରେ ତୃତୀୟ ଦିନିକିଆ ଚଟଗାଓଁରେ ଖେଳା ଯିବ ।


ଦିନିକିଆ ଶୃଙ୍ଖଳା ପରେ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ଵରେ ଟିମ୍ ଇଣ୍ଡିଆ, ବାଂଲାଦେଶ ବିପକ୍ଷରେ ୩ ମ୍ୟାଚ୍ ବିଶିଷ୍ଟ ଟି-ଟ୍ଵେଣ୍ଟି ସିରିଜ୍ ଖେଳିବ । ପ୍ରଥମ ମ୍ୟାଚ୍ ମଙ୍ଗଳବାର ଅଗଷ୍ଟ ୨୬ରେ ଚଟଗାଓଁରେ ଖେଳା ଯିବ । ଦ୍ଵିତୀୟ ଟି-ଟ୍ଵେଣ୍ଟି ୨୯ପେ ମୀରପୁରରେ ଓ ଅନ୍ତିମ ମ୍ୟାଚ୍ ମଧ୍ୟ ଅଗଷ୍ଟ ୩୧ରେ ମୀରପୁରରେ ଅନୁଷ୍ଠିତ ହେବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଶେଷଥର ପାଇଁ ଭାରତୀୟ ଦଳ ୨୦୨୨/୨୩ରେ ବାଂଲାଦେଶରେ ଦିନିକିଆ ସିରିଜ୍ ଖେଳିଥିଲା । ସେତେବେଳେ ବାଂଲାଦେଶ ସିରିଜ୍‌କୁ ୨-୧ରେ ଜିତି ନେଇଥିଲା । ରୋହିତ ଶର୍ମାଙ୍କ ଅଧିନାୟକତ୍ଵରେ ଖେଳୁଥିବା ଭାରତ ସିରିଜ୍‌ର ପ୍ରଥମ ୪ଟି ଯାକ ମ୍ୟାଚ୍ ହାରି ଯାଇଥିଲା । ସେହିଭଳି ୨ ଦେଶ ୨ଟି ଟି-ଟ୍ଵେଣ୍ଟି ସିରିଜ୍ ଖେଳିଥିବା ବେଳେ ୨ଟି ଯାକ ଶୃଙ୍ଖଳା ଭାରତ ଜିତିଛି ।

Sponsored
India vs Bangladesh 2025 ODI, T20 series From 17 August | Argus News