Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ରୋହିତ-କୋହଲି ଫ୍ଲପ୍; ୬ ୱିକେଟ୍‌ରେ ଜିତିଲା ଭାରତ

Sports

India Defeat England / ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ରୋହିତ-କୋହଲି ଫ୍ଲପ୍; ୬ ୱିକେଟ୍‌ରେ ଜିତିଲା ଭାରତ

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ରୋହିତ-କୋହଲି ଫ୍ଲପ୍; ୬ ୱିକେଟ୍‌ରେ ଜିତିଲା ଭାରତ
India Register Six-Wicket Victory Over England

Key Points

ପ୍ରଥମେ ବ୍ୟାଟିଂ କରି ଘରୋଇ ଇଂଲଣ୍ଡ ଟିମ୍ ସମସ୍ତ ୱିକେଟ୍ ହରାଇ ମାତ୍ର ୨୫୮ ରନ୍ କରିଥିଲା । ଜବାବରେ ଭାରତ ୪୫.୨ ଓଭର୍‌ରେ ୪ ୱିକେଟ୍ ହରାଇ ମ୍ୟାଚ୍‌ ଜିତି ନେଇଛି ।
ମୁମ୍ବାଇ: ଟି-ଟ୍ଵେଣ୍ଟି ସିରିଜ୍ ପରାଜୟ ପରେ ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚ୍‌ ଜିତିଛି ଭାରତ । ପ୍ରଥମେ ବ୍ୟାଟିଂ କରି ଘରୋଇ ଇଂଲଣ୍ଡ ଟିମ୍ ସମସ୍ତ ୱିକେଟ୍ ହରାଇ ମାତ୍ର ୨୫୮ ରନ୍ କରିଥିଲା । ଜବାବରେ ଭାରତ ୪୫.୨ ଓଭର୍‌ରେ ୪ ୱିକେଟ୍ ହରାଇ ମ୍ୟାଚ୍‌ ଜିତି ନେଇଛି । ୨୮ ବଲ୍ ବାକି ଥାଇ ୬ ୱିକେଟ୍‌ରେ ଭାରତ ବିଜୟୀ ହୋଇଛି ।

ଇଂଲଣ୍ଡର ଆରମ୍ଭ ସେତେଟା ଭଲ ନଥିଲା । ୧୨ରୁ ୧୭ ଓଭର୍‌ ମଧ୍ୟରେ ଇଂଲଣ୍ଡ ୫ଟି ୱିକେଟ୍ ହରାଇ ମାତ୍ର ୨୦ ରନ୍ କରିଥିଲା । ଏହି ସମୟରେ ଜାକବ ବେଥେଲ୍ ମାତ୍ର ୧୪ ରନ୍ କରି ଆଉଟ୍ ହୋଇଥିଲେ । ବେନ୍ ଡକେଟ୍ ୫୩ ରନ୍, ହ୍ୟାରି ବ୍ରୁକ୍ ୧ ରନ୍, ଜଶ ବଟଲର୍ ୫ ରନ୍, ସାମ କରନ୍ କୌଣସି ରନ୍ ନ କରି ପାଭିଲୟନ୍ ଫେରିଥିଲେ ।

ଏଥିସହ ପଢ଼ନ୍ତୁ: ସୂର୍ଯ୍ୟକୁମାରଙ୍କ କମ୍‌ବ୍ୟାକ୍‌କୁ ନେଇ ବିସିସିଆଇର ବଡ଼ ଅପଡେଟ…ଟିମ୍ ଇଣ୍ଡିଆକୁ ଫେରିବେ କି SKY? 

ଯାହାପରେ ଲିଆମ୍ ଡସନ୍ ୬୮ ରନ୍‌ର ଲଢ଼ୁଆ ପାଳି ଖେଳି ଇଂଲଣ୍ଡର ସ୍କୋର୍‌କୁ ମଜଭୁତ୍ ସ୍ଥିତିକୁ ନେଇଥିଲେ । ଫଳରେ ଇଂଲଣ୍ଡ ୪୭.୫ ଓଭର୍‌ରେ ସମସ୍ତ ୱିକେଟ୍ ହରାଇ ୨୫୮ ରନ୍ କରିବାରେ ସମର୍ଥ ହୋଇଥିଲା । ଭାରତ ପକ୍ଷରୁ ଅକ୍ଷର ପଟେଲ ସର୍ବାଧିକ ୪ଟି ୱିକେଟ୍ ନେଇଛନ୍ତି । ପ୍ରସିଦ୍ଧ କ୍ରୀଷ୍ଣା ଓ ଗୁର୍ଣ୍ଣୁର ବ୍ରାରଙ୍କୁ ୨ଟି ଲେଖାଏଁ ସଫଳତା ମିଳିଛି । ବୁମରା ଓ ଦୁବେ ଗୋଟିଏ ଲେଖାଏଁ ୱିକେଟ୍ ହାସଲ କରିଛନ୍ତି ।

ରୋକୋ ଫେଲ୍, ଚମକିଲେ ଗିଲ୍

ତେବେ ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ରୋହିତ ଶର୍ମା ଓ ବିରାଟ କୋହଲି ବିଫଳ ହୋଇଛନ୍ତି । ରୋହିତ ଶର୍ମା ୨୧ ବଲ‌ରେ ମାତ୍ର ୧୧ ରନ୍ କରି ଆଉଟ୍ ହୋଇଛନ୍ତି । ସେହିଭଳି ବିରାଟ କୋହିଲି ୬ ବଲ୍‌ରେ ମାତ୍ର ୫ ରନ୍ ସ୍କୋର୍ କରି ପାଭିଲିୟନ୍ ଫେରିଥିଲେ ।

କ୍ୟାପଟେନ୍ ଶୁବମନ ଗିଲ୍ ୮୦ ରନ୍‌ର ଲଢ଼ୁଆ ଇନିଂସ ଖେଳି ଭାରତର ସ୍ଥିତିକି ମଜଭୁତ୍ କରିଥିଲେ । ୨୬ ଓଭର୍‌ରେ ଗିଲ୍‌ ଡାହାଣ ଗୋଡ଼ର ପାଦରେ ଯନ୍ତ୍ରଣା ଅନୁଭବ କରିଥିଲେ । ଫଳରେ ଗିଲ୍ ରିଟାୟର୍ଡ ହର୍ଟ ହୋଇ ପାଭିଲିୟନ୍ ଫେରିଥିଲେ । ଗିଲ୍ ୭୫ ବଲ୍‌ରେ ୧୧ ଚଉକା, ଗୋଟିଏ ଛକା ସହାୟତାରେ ୮୦ ରନ୍ ସ୍କୋର୍ କରିଥିଲେ ।

ଏଥିସହ ପଢ଼ନ୍ତୁ: ୧୨୭ କେଜିର ଏହି କ୍ରିକେଟର କେବଳ ଗୋଟିଏ କ୍ୟାଚ୍ ଧରି ବିଶ୍ୱକପ୍ ହିରୋ ହୋଇଥିଲେ… ଏବେ ସେ କେଉଁଠି? 

ୱାଶିଂଟନ ସୁନ୍ଦର ଅପରାଜିତ ୫୨ ରନ୍ ଓ ଅକ୍ଷର ପଟେଲ୍ ଅପରାଜିତ ୫୭ ରନ୍ କରି ଭାରତକୁ ବିଜୟୀ କରାଇଥିଲେ । ଶ୍ରେୟସ ଆୟର ମଧ୍ୟ ୩୫ ରନ୍‌ର ଗୁରୁତ୍ଵପୂର୍ଣ୍ଣ ପାଳି ଖେଳିଛନ୍ତି । ଅକ୍ଷର ପଟେଲଙ୍କୁ ପ୍ଲେୟାର୍ ଅଫ୍ ଦି ମ୍ୟାଚ୍ କରାଯାଇଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored